Press "Enter" to skip to content

ଯୋଗାଡ଼ ହେଲା ଅମ୍ରିତଙ୍କ ଫୁସଫୁସ୍। ଏବେ କେମିତି ଅଛନ୍ତି ଅମ୍ରିତ ପ୍ରଧାନ

ଦୀର୍ଘ ଦିନ ଧରି ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କର ଆଜି ହେବ ଫୁସ୍‌ଫୁସ୍‌ ପ୍ରତିରୋପଣ। ଗତକାଲି ସଂଧ୍ୟାରେ ଚେନ୍ନାଇର ଏକ ହସ୍ପିଟାଲରୁ ଫୁସଫୁସ୍‌ ଯୋଗାଡ଼ କରାଯିବା ପରେ ରାତିରେ ତାଙ୍କୁ ଅପରେସନ ପାଇଁ ନିଆଯାଇଛି। ତେଣୁ ସଫଳ ଅସ୍ତ୍ରୋପଚାର ପାଇଁ ଅମ୍ରିତଙ୍କ ଶୁଭେଚ୍ଛୁ, ପରିବାର ଓ ସାଙ୍ଗ ସାଥୀମାନେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଓ ଦୀପ ଜାଳି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଅପରପକ୍ଷେ ଫୁସଫୁସ୍‌ ପ୍ରତିରୋପଣ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ଏବେ ପରିବାରଲୋକଙ୍କୁ ଚିନ୍ତାରେ ପକାଇଛି। ତେଣୁ ତାଙ୍କ ଭଉଣୀ ମନୀଷା ପ୍ରଧାନ ସୋସିଆଲ ମିଡିଆରେ ଚିକିତ୍ସା ବାବଦ ଅର୍ଥ ପାଇଁ ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି।

କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା। ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକେ ଜୁନ୍ ୩ ତାରିଖ ଦିନ ଭୁବନେଶ୍ବର ଏମସରୁ ଏୟାରଲିଫ୍ଟ କରି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା।

ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯିବାପରେ ଅମ୍ରିତଙ୍କର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଭଉଣୀ ମନୀଷା ପ୍ରଧାନ କହିଛନ୍ତି ଯେ ଏବେ ସୁଦ୍ଧା କେବଳ ଏକମୋ ଚିକିତ୍ସା ପାଇଁ ୨କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଭଗବାନଙ୍କ ଦୟାରୁ ଫୁସଫୁସ୍‌ ଯୋଗାଡ଼ ହୋଇଥିବାରୁ ଏବେ ଅମ୍ରିତଙ୍କ ବଞ୍ଚିବାର ଆଶା ଉଜ୍ଜୀବିତ ହୋଇଛି।

ତେଣୁ ପରବର୍ତ୍ତୀ ଚିକିତ୍ସା ବାବଦକୁ ସହାୟତା କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ତେବେ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମନୀଷାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୨୦୦୫୮୬୭୮୭୪୧, (ଆଇଏଫଏସସି କୋର୍ଡ-ଏସବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂ)ରେ ଟଙ୍କ‌ା ପଠାଇ ପାରିବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *