Press "Enter" to skip to content

T20 World Cup: ଏମିତି ହୋଇପାରେ ଟିମ୍ ଇଣ୍ଡିଆର playing eleven ଜାଣନ୍ତୁ କେମିତି ହୋଇପାରେ

ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେୟିଂ ଇଲେଭେନ୍ କୁ ନେଇ ଚର୍ଚ୍ଚା। ଅକ୍ଟୋବର ୨୪ ପାକିସ୍ତାନ ବିପକ୍ଷରେ ଥିବା ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଚୁଡାନ୍ତ ଏକାଦଶ ଏକ ପ୍ରକାର ନିଶ୍ଚିତ ହୋଇଛି। ନିଜେ କ୍ୟାପଟେନ କୋହଲି ଏନେଇ ସୂଚନା ଦେଇଛନ୍ତି। କୋହଲି ଙ୍କ କହିବା କଥା ଅଭ୍ୟାସ ମ୍ୟାଚରେ ପ୍ରତି ଖେଳାଳିଙ୍କୁ ସୁଯୋଗ ନିଶ୍ଚୟ ମିଳିବ।କିନ୍ତୁ ଚୁଡାନ୍ତ ଏକାଦଶ ଚୟନ ହୋଇସାରିଛି। ଏହି କ୍ରମ ଅନୁସାରେ ଓପନର ଭାବେ ରୋହିତ ଶର୍ମାଙ୍କ ସହ କେ ଏଲ ରାହୁଲ ନୂଆ ବଲର ସାମ୍ନା କରିବେ। ନିଜେ କୋହଲି ଫାଷ୍ଟ୍ ଡାଉନ୍ ରେ ଆସିବେ ଓ ଇସନ୍ କିସନ୍ ଙ୍କୁ ସୂର୍ଯ୍ୟ କୁମାର ଯାଦବଙ୍କ ବଦଳରେବ ମିଡିଲ୍ ଅର୍ଡର୍ ରେ ସୁଯୋଗ ମିଳିବା ସମ୍ଭବନା ଅଧିକ।

ରିଷଭ ପନ୍ତ୍ ମଧ୍ୟ କ୍ରମରେ ଖେଳିଲେ ମ୍ୟାଚ୍ ଫିନିସ୍ ର ସୁଯୋଗ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ। ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା ଦଳୀୟ ସନ୍ତୁଳନକୁ ସୁରକ୍ଷା ଦେବେ। ବୋଲିଂରେ ବୁମ୍ରା ଓ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ହୋଇପାରନ୍ତି ଟ୍ରମ୍ପ କାର୍ଡ। ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଦଳ ଶାର୍ଦୁଲ୍ ଠାକୁରଙ୍କୁ ଚାହେଁ ତେବେ ରବିଚନ୍ଦ୍ର ଆଶ୍ୱିନ ଙ୍କୁ ବସିବାକୁ ପଡ଼ିପାରେ। ଶାମି ଓ ଵୁମ୍ରା ପେସ୍ ଆକ୍ରମଣର ନେତୃତ୍ୱ ନେବା ସମ୍ଭାବନା ଅଧିକ। ଭୁବନେଶ୍ୱର କୁମାରଙ୍କ ପାଇଁ ଚୁଡାନ୍ତ ଦଳରେ ସ୍ଥାନ ପାଇବା କଷ୍ଟକର ହେବ। ସ୍ପିନ କୁ ଅସ୍ତ୍ର କଲେ ଦଳରେ ଜାଡେଜା ଓ ବରୁଣ ଙ୍କ ସହ ଆଶ୍ୱିନ ନିଶ୍ଚୟ ରହିବେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ୍ ବ୍ୟାଟର ଭାବେ ସୁଯୋଗ ଦେଇପାରେ। ଏମିତି ହେଲେ କିନ୍ତୁ ବୋଲରଙ୍କ ପାଇଁ ଦାୟିତ୍ଵ ଅଧିକ ବଢିଯିବ। ତେବେ ଦଳ ପାଇଁ ଏବେ ସବୁଠୁ ଅଧିକ ମୂଲ୍ୟବାନ ସାବ୍ୟସ୍ତ ହୋଇପାରନ୍ତି ରବିନ୍ଦ୍ର ଜାଡେଜା। ଉଭୟ ବ୍ୟାଟ ଓ ବଲ ରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତ ପାଇଁ ପୁରା ଟୁର୍ଣ୍ଣାମେଣ୍ଟରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବାର ସମସ୍ତ ସମ୍ଭାବନା ରହିଛି। ମହେନ୍ଦ୍ର ସିଂହ ଧୋନି ମେଣ୍ଟର ଭାବେ ନିଯୁକ୍ତି ହେବାପରେ ଦଳ ଚୟନରେ ତାଙ୍କର ବଡ଼ ଭୂମିକା ରହିବ। କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ କୋହଲି, ଉପଅଧିନାୟକ ରୋହିତ ଦଳକୁ ନିର୍ଣ୍ଣାୟକ ମୋଡ଼ ଦେବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from CricketMore posts in Cricket »

Be First to Comment

Leave a Reply

Your email address will not be published. Required fields are marked *