Press "Enter" to skip to content

Boyfriendକୁ ଖୁସି କରିବାକୁ ଯାଇ ଝିଅ କରିଦେଲା ଏମିତି କିଛି ଜାଣନ୍ତୁ ପୁରା ଖବର

ଆଜିକାଲିର ଦୁନିଆ କେଉଁ ପରିସ୍ଥିତିରେ ଗତି କରୁଛି ତାହା ଆପଣ ସମସ୍ତେ ଜାଣିଛନ୍ତି। ଏହି ଦୁନିଆ ଅନେକ ଲୋକଙ୍କୁ ଭଲ ବାଟରୁ ଖରାପ୍ ବାଟକୁ ନେଇଯାଉଛି। ପ୍ରେମ ଓ ଭଲପାଇବା କ୍ଷେତ୍ରରେ ସମାଜ ବହୁତ ତଳକୁ ଖସିଗଲାଣି। ପ୍ରେମ ଏକ ପବିତ୍ର ବନ୍ଧନ। ପ୍ରେମ କେତେବେଳେ କାହାକୁ ହୋଇଯାଏ ତାହା ଜାଣିହୁଏନି। ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ କିଛି ନଥାଏ। କିନ୍ତୁ ଅନେକ ଲୋକ ଏହି ପ୍ରେମକୁ ଖେଳଘର ଭାବି ଧୋକବାଜ କରିଥାନ୍ତି। କିନ୍ତୁ ଅନ୍ୟପକ୍ଷରେ କେତେକ ପ୍ରେମୀ ନିଜ ସାଥୀ ପାଇଁ କିଛି ବି କରିପାରନ୍ତି। ନିକଟରେ ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଜଣେ ପ୍ରେମିକା ନିଜ ପ୍ରେମିକ ପାଇଁ ଚୋରି କରି ତାକୁ ଖୁସି କରାଉଛି। ଘଟଣାଟି ଉତ୍ତରପ୍ରଦେଶର ମେରଠ ର ଅଟେ। ଏକ ଫାଇନାନ୍ସ କମ୍ପାନୀରେ ଦୁଇ ମାସ ହେବ ଏକ ଝିଅ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ତେବେ ଯେବେଠୁ ସେହି ଝିଅ ସେଠାରେ ଚାକିରି କରିଥିଲେ ସେହିଦିନଠାରୁ ଅଫିସରେ ଟଙ୍କା ଚୋରି ହେବାକୁ ଲାଗିଥିଲା।

କମ୍ପାନୀ ମାଲିକ ରବିବାର ଦିନ ନିଜ ଟେବୁଲ୍ ଉପରେ କିଛି ଟଙ୍କା ରଖିଥିଲେ। କିଛି ସମୟ ପରେ ଆସି ଦେଖିଲେ ଯେ ସେଥିରେ ୪,୫୦୦ ଟଙ୍କା କମ୍ ଅଛି। ଏ ବିଷୟରେ ମାଲିକ ଆସିଷ୍ଟାଣ୍ଟଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ।

ଏନେଇ କମ୍ପାନୀ ମାଲିକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବାରୁ ଜଣାପଡିଲା ଯେ ସେହି ଆସିଷ୍ଟାଣ୍ଟ ହିଁ ପ୍ରକୃତ ଚୋର। ଟ୍ରେଜର ର ଏକ ନକଲି ଚାବି ଆସିଷ୍ଟାଣ୍ଟ ନିଜ ପାଖରେ ରଖିଥିଲା। ମାଲିକ ଅଫିସରେ ଉପସ୍ଥିତ ନଥିଲା ବେଳେ ସୁଯୋଗ ନେଇ କିଛି କିଛି ଟଙ୍କା ଚୋରି କରୁଥିଲା।

ଏହିପରି ଭାବେ ସେ ମୋଟ ଦୁଇଲକ୍ଷ ଟଙ୍କା ଚୋରି କରିଥିଲେ। ନକଲି ଚାବି ତିଆରି ପାଇଁ ସେହି ଝିଅକୁ ତାର ପ୍ରେମିକ ସାହାଯ୍ୟ କରିଥିଲା ଓ ସେହି ପ୍ରେମୀର ଖର୍ଚ୍ଚ ପାଇଁ ଝିଅଟି ଟଙ୍କା ଚୋରି କରୁଥିଲା। ସମସ୍ତ ଘଟଣା ଜାଣିବାପରେ ପୋଲିସ ଝିଅକୁ ଗିରଫ କରିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *