Press "Enter" to skip to content

ବାପା-ପୁଅକୁ ଉଠାଇ ନେଲା ପୋଲିସ। ମହଙ୍ଗା ପଡିଲା ସାରଥୀ ପ୍ରେମ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

କୋଭିଡ୍ ସମୟରେ ଭୋଜି ଭାତ କୁ ନେଇ ସରକାର ଗାଇଡଲାଇନ ଜାରି କରିଛନ୍ତି। ନିୟନ୍ତ୍ରଣ ରେ ରହି ନିର୍ଦ୍ଧିଷ୍ଟ ଲୋକ ସଂଖ୍ୟାରେ ଭୋଜି ମାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅନେକ ଲୋକେ ଏହି ଗାଇଡଲାଇନ କୁ ଉଲଂଘନ କରିଥାନ୍ତି। ପୂର୍ବରୁ ଅନେକ ଥର ନିୟମ ଉଲଂଘନ କରି ଭୋଜି ଭାତ କରିବାକୁ ନେଇ ପୋଲିସ ଲୋକଙ୍କୁ ଗିରଫ କରିସାରିଛି। ତଥାପି ଲୋକମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ନିକଟରେ ପୁଣି ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଦୁଇ ବାପ ପୁଅଙ୍କୁ ମହଙ୍ଗା ପଡ଼ିଛି ସାରଥୀ ପ୍ରେମ।

କୋଭିଡ୍ ନିୟମ ଉଲଂଘନ କରି ସାହି ମଝିରେ ସାରଥୀ ନାମରେ ପ୍ରହସନ କରୁଥିବାରୁ ଗ୍ରାମବାସୀମାନଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ବାପା-ପୁଅ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ସାରଥୀ ଭକ୍ତ ବାପା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ। ବହୁ ଚର୍ଚ୍ଚିତ ସାରଥୀ ବାବାକୁ ପୂଜା କରିବା ସହିତ ସାରଥୀ ଫଟୋରୁ ମହୁ ଓ ଲହୁଣୀ ବାହାରୁଥିବା ପରିବାର ଲୋକେ ଦାବି କରି ଆସୁଥିଲେ। ଏସବୁ ଶୁଣି ଉକ୍ତ ଘରକୁ ଦୂର ଦୁରାନ୍ତରୁ ସାରଥୀ ଭକ୍ତଙ୍କ ସୁଅ ଛୁଟିଥିଲା।

ତେବେ ବୁଧବାର ସନ୍ଧ୍ୟା ସମୟରେ କୁମାର ପୂର୍ଣ୍ଣିମା ଥିବାବେଳେ ସେହି ପରିବାର ଲୋକେ ଦୂର ଦୁରାନ୍ତରୁ କିଛି ଭକ୍ତଙ୍କୁ ଡାକି ଭୋଜି ଭାତର ଆୟୋଜନ କରିଥିଲେ। ଏହାସହ ସାରଥୀ ଫଟୋକୁ ରଖି ପୂଜାର୍ଚ୍ଚନା ମଧ୍ୟ କରୁଥିଲେ। ଏହାକୁ ପ୍ରଶାସନର କୌଣସି ଅନୁମତି ନଥିଲା। କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ ଓ ବାରମ୍ବାର ଏପରି ପ୍ରହସନରେ ଗ୍ରାମବାସୀଙ୍କୁ ଲଜ୍ଜିତ ହେବାକୁ ପଡିଥିଲା। ତେଣୁ ଗ୍ରାମବାସୀ ଏକତ୍ରିତ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ବାପା-ପୁଅ ଦୁଇ ଜଣକୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *