Press "Enter" to skip to content

Ollywood Duniya ଏହି କାରଣରୁ ଜୟୀ ରାମ ସାମଲ କରୁ ନାହାନ୍ତି ଅଭିନୟ

ଓଲିଉଡ଼ ର ପ୍ରସିଦ୍ଧ କମେଡିଆନ ଜୟୀରାମ ସାମଲ ଆଉ ସିନେମାରେ ଅଭିନୟ କରୁନାହାନ୍ତି। ତାଙ୍କର ଅସଲି ସତ ପଦାକୁ ଆସିଛି। ଅଭିନେତା ଜୟୀରାମ ସାମଲ ଙ୍କୁ ଓଡ଼ିଶାର ସମସ୍ତେ ବହୁ ଭଲ ଭାବେ ଜାଣନ୍ତି। ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ସାରା ଓଡିଶା ର ଘରେ ଘରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ପିଲାବେଳୁ ଏହି ଅଭିନେତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଯାଇଥିଲା। ପିଲାବେଳୁ ଅଭିନୟ କରିବା ତାଙ୍କର ପସନ୍ଦ ଥିଲା।

ଜୟୀରାମ କୁହନ୍ତି ତାଙ୍କୁ ଯାତ୍ରା ଦେଖିବାକୁ ବହୁତ ଭଲ ଲାଗେ। ସେଥିପାଇଁ ସେ ଅନେକ ସମୟରେ ମିଛ କହି ନିଜ ଘରୁ ଲୁଚିଯାଇ ଯାତ୍ରା ଦେଖିବାକୁ ଯାଇଥାନ୍ତି। ସେ କୁହନ୍ତି ଯେ ସେ ନିଜର ହସ ପାଇଁ ବହୁତ ପ୍ରସିଦ୍ଧ ହୋଇପାରିଛନ୍ତି। ଏଭଳି ହସିବପାଇଁ ସେ ନଈ ଭିତରେ ବେକେ ପାଣିରେ ଛିଡ଼ା ହୋଇ ସେ ହସ ଅଭ୍ୟାସ କରିଥାନ୍ତି। ଅଭିନୟ କରିବାପାଇଁ ସେ ନିଜ ପରିବାର ଲୋକଙ୍କ ଠାରୁ ପ୍ରେରଣା ପାଇଥିବା କହିଛନ୍ତି। ତାଙ୍କ ଅଞ୍ଚଳରେ ଯାତ୍ରା ଓ ନାଟକରେ ହସିବା ପାଇଁ ଅନେକ ଲୋକ ତାଙ୍କୁ ଡ଼ାକିଥାନ୍ତି।

ଜୟୀରାମଙ୍କ ଜେଜେ ମଧ୍ୟ ଯାତ୍ରା ରେ ଅଭିନୟ କରୁଥିଲେ। ପ୍ରଥମେ ସେ ସ୍ତ୍ରୀ ଚଳଚ୍ଚିତ୍ର ରେ ଅଭିନୟ କରିବାପାଇଁ ସୁଯୋଗ ପାଇଥିଲେ। ବର୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୩୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ଏକ ସୋ ରେ ଯୋଗ ଦେଇ ସେ କହିଥିଲେ ଯେ ତାଙ୍କୁ ଅଧିକ ବୟସ ହୋଇଗଲାଣି। ଯଦି ତାଙ୍କୁ କୌଣସି ବୟସ୍କ ଚରିତ୍ର ମିଳେ ତେବେ ସେ ଅଭିନୟ କରିବେ ବୋଲି କହିଛନ୍ତି। ବର୍ତମାନ ସେ ନିଜ ପରିବାର ସହ ସୁଖମୟ ଜୀବନ ଅତିବାହିତ କରୁଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *