Press "Enter" to skip to content

Health tips କରନ୍ତୁ ଏହି ଘରୋଇ ଉପଚାର ଭଲ ହେବ ଅର୍ଶ

ଭୁଲ୍ ଜୀବନ ଶୈଳୀ ଏବଂ ଭୁଲ୍ ଖାଦ୍ୟପେୟ ଯୋଗୁଁ ଅର୍ଶ ରୋଗ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ । ଅର୍ଶ ଭଳି ସମସ୍ୟା ଥରେ ଉତ୍ପନ୍ନ ହେଲେ ଆପଣଙ୍କୁ ବହୁତ ଅଧିକ ଅନକମ୍ଫୋର୍ଟେବୁଲ ଲାଗିଥାଏ । ଆପଣ ଠିକ୍ ରେ ମଧ୍ୟ ବସି ପାରନ୍ତି ନାହିଁ । ଏବଂ ଅର୍ଶରେ ସାଧାରଣତଃ ଅପରେସନ ହେବାକୁ ପଡ଼ିଥାଏ ନହେଲେ ଆପଣଙ୍କର ଅର୍ଶ ଏତେ ସହଜରେ ଭଲ ହୋଇନଥାଏ । କିନ୍ତୁ ବିନା ଅପରେସନରେ ଅର୍ଶ ଭଲ ହେବାର ଏବଂ ଅର୍ଶରେ ଯେଉଁ ମାଂସ ଖଣ୍ଡ ଗୁଡିକ ଝୁଲି ପଡ଼ିଥାଏ ତାହାକୁ ମଧ୍ୟ ଦୂର କରିବା ପାଇଁ ଚମତ୍କାରି ଘରୋଇ ଉପାୟ ଅଛି । ଏହି ଘରୋଇ ଉପାୟକୁ କିପରି ବନେଇବେ ଆଉ ଏହାର ପ୍ରୟୋଗ କିପରି କରିବେ ଆସନ୍ତୁ ଜାଣିବା ।

ଏହି ଘରୋଇ ଉପଚାର ପାଇଁ ବ୍ୟବହାର ସାମଗ୍ରୀ ଗୁଡ଼ିକ ହେଉଛି ୨ ବା ୩ ଟି କର୍ପୂର ଖଣ୍ଡ, ଲେମ୍ବୁ ରସ, ଆଉ ଅଧା ଚାମଚ ହଳଦୀ ଗୁଣ୍ଡ ଯାହାକି ହଳଦୀ ଖଣ୍ଡରୁ ପ୍ରସ୍ତୁତ ହୋଇଥିବ । ଏବଂ ଏକ ଚାମଚ ଜଡ଼ାତେଲ ।

ଆପଣ ଜାଣିଥିବେ କର୍ପୂର ଖଣ୍ଡ ଅର୍ଶ ରୋଗ ପାଇଁ ଲାଭଦାୟକ ଅଟେ । ଏବଂହଳଦୀ ଆଣ୍ଟିବ୍ୟାକ୍ଟରିଆ ଗୁଣରେ ଭରପୁର ଥାଏ । ଏହା ଚର୍ମ ଜନିତ ରୋଗକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ । ହଳଦୀ ଗୁଣ୍ଡ ମଧ୍ୟ ଅର୍ଶରେ ହେଉଥିବା କଷ୍ଟକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁରସ ମଧ୍ୟ ଅର୍ଶ ରୋଗ ଭଲ କରିଥାଏ । ଜଡ଼ାତେଲ ଅର୍ଶ ଏବଂ ଅର୍ଶରେ ଝୁଲିପଡ଼ିଥିବା ମାଂସ ଖଣ୍ଡକୁ ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ଅଟେ ।

ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର କିପରି ପ୍ରସ୍ତୁତ କରିବା ଏବଂ କିଭଳି ପ୍ରୟୋଗ କରିବା ।।

ଗୋଟିଏ ପାତ୍ରରେ ସେହି କର୍ପୂର ଖଣ୍ଡକୁ ଭଲଭାବେ ଗୁଣ୍ଡ କରି ସେଥିରେ ୩ ବା ୪ ବୁନ୍ଦା ଲେମ୍ଭୂରସ ମିଶାନ୍ତୁ । ତାପରେ ସେଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ ଏବଂ ସେଥିରେ ଗୋଟେ ଚାମଚ ଜଡ଼ାତେଲ ମିଶାଇ ଗୋଳେଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଘରୋଇ ଉପଚାର । ଏହାକୁ ଅର୍ଶ ହୋଇଥିବା ଜାଗାରେ ଲଗାନ୍ତୁ ।

ପ୍ରଥମେ ଅର୍ଶ ଜାଗାକୁ ଉଷୁମ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ ଏବଂ ଏକ ତୁଳା ସାହାଯ୍ୟରେ ପ୍ରସ୍ତୁତ ହେଇଥିବା ମିଶ୍ରଣକୁ ଲଗାନ୍ତୁ । ଲଗାଇବା ପରେ ୩୦ ମିନିଟ ପର୍ଯ୍ୟନ୍ତ ସେହି ଔଷଧକୁ ଶୁଖିବାକୁ ଦିଅନ୍ତୁ । ଏହାକୁ ସଠିକ୍ ରୂପେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଅର୍ଶ ଏବଂ ଅର୍ଶରେ ଝୁଲୁଥିବା ମାଂସ ଏବଂ ରକ୍ତ ସମସ୍ୟା ଦୂର ହୋଇଯିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published. Required fields are marked *