ତେବେ ଓପିଡିରେ ଯେଉଁ ୧୦ ଜଣ ଲୋକ ଯାଇଥାନ୍ତି ତାଙ୍କ ଭିତରୁ ୩ଜଣ ବା ୪ଜଣ ପ୍ରାୟେ ସେହି ଧଳା ସ୍ରାବ ରୋଗ ପାଇଁ ହିଁ ଯାଇଥାନ୍ତି।ଏହା ଏକ ବହୁତ ସାଧାରଣ ରୋଗ ଅଟେ।ତେବେ କେଉଁ ସମୟରେ ଏହା ଏକ ଚିନ୍ତାର ବିଷୟ ହେଇଥାଏ।
କେଉଁ ସମୟରେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ସେ ସବୁ ବିଷୟରେ ଆମେ ଏଠାରେ କହିବାକୁ ଯାଉଛୁ।ତେବେ ଏହି ଆର୍ଟିକଲଟିକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ଆମ ଶରୀରର ଏକ ଅଙ୍ଗ ହେଉଛି ୟୁଟେରସ, ଏହାପରେ ଥାଏ ସର୍ଭିକ୍ସ, ଏହାପରେ ଭାଜାଇନା ଓ ବାହାରେ ଜେନିଟାଲ ଅଙ୍ଗ ଥାଏ।ତେବେ ଏହି ଧଳାସ୍ରାବ ସର୍ଭିକାଲ ଗ୍ଲାଣ୍ଡର ଏକ ରୋଗ ହେଇଥାଏ।
ସେହି ଗ୍ଲାଣ୍ଡରୁ ଏହା ନିର୍ଗତ ହେବା ପରେ ଏହା ଭାଜିନାଲ ସେଲ ସହ ମିଶି ଏହା ବାହାରି ଥାଏ।ତେବେ ଏହା ଧଳା ରଙ୍ଗର ହେଇଥିବାରୁ ଏହାକୁ ଧଳା ସ୍ରାବ କୁହାଯାଏ।
ତେବେ ପିରିୟଡ଼ ସମୟରେ ଆମ ଦେହରେ ବହୁତ ହର୍ମୋନାଲ ପରିବର୍ତ୍ତନ ହେଇଥାଏ।ତେବେ ଏହି ସବୁ ହର୍ମୋନାଲ ପରିବର୍ତ୍ତନ ପାଇଁ ଏହା ହେଇଥାଏ।
ତେବେ ସବୁବେଳେ ଏହା ଖରାପ ହେଇ ନଥାଏ ଓ ଚିନ୍ତାର ବିଷୟ ହେଇ ନଥାଏ।ତେବେ ମେନୋପଜ ପରେ ଏହି ହର୍ମୋନାଲ ପରିବର୍ତ୍ତନ ହେଇଥାଏ।ସେଥିପାଇଁ ଏହି ଧଳା ସ୍ରାବ କମି ଯାଇଥାଏ।
ତେବେ ପିରିୟଡ଼ର ପ୍ରଥମ ଦିନରେ କିଛି ଧଳାସ୍ରାବ ହୁଏ।ଯେତେବେଳେ ପ୍ରଥମେ ପ୍ୟୁବର୍ଟି ଆରମ୍ଭ ହେଇଥାଏ ସେହି ସମୟରେ ମଧ୍ୟ ଧଳାସ୍ରାବ ହେଇଥାଏ।ଏହା ସହ ଗର୍ଭାବସ୍ଥା ସମୟରେ ମଧ୍ୟ ଧଳାସ୍ରାବ ହେଇଥାଏ।
ତେବେ ଏହି ସବୁ ସ୍ରାବ ସାଧାରଣ ହେଇଥାଏ।ତେବେ ଏହା ଚିନ୍ତାର ବିଷୟ ସେତେବେଳେ ହେଇଥାଏ ଯେତେବେଳେ ଆପଣଙ୍କର ବହୁତ ମାତ୍ରାରେ ସ୍ରାବ ହେଇଥାଏ, ଯେତେବେଳେ ଏହାର ରଙ୍ଗ ଧଳା ନ ହେଇ ସବୁଜ ବା ଅତି ହଳଦିଆ ରଙ୍ଗର ହେଇଥାଏ,କପଡ଼ାରେ ଦାଗ ରହି ଯାଏ କି ଏକ ଖରାପ ବାସ୍ନା ବାହାରିଥାଏ ସେତେବେଳେ ତାହା ଚିନ୍ତାର ବିଷୟ ହେଇଥାଏ।
ତେବେ ଏହା ମୁଖ୍ୟତଃ ଇନ୍ଫେକ୍ସନରୁ ମଧ୍ୟ ହେଇଥାଏ।ଉଭୟ ବ୍ୟାକ୍ଟେରିଆଲ ଇନ୍ଫେକ୍ସନରୁ ଓ ଫଙ୍ଗାଲ ଇନ୍ଫେକ୍ସନରୁ ମଧ୍ୟ ହେଇଥାଏ।ତେବେ ସାଧାରଣ ସ୍ରାବରେ କିଛି ମେଡିକାଲ ଉପଚାର ଦରକାର ହେଇନଥାଏ।

ତେବେ ଯଦି ଆପଣଙ୍କ ରୋଗ ଅଧିକ ମାତ୍ରାରେ ହେଇଥାଏ, ସେତେବେଳେ ସାଧାରଣତଃ ଡାକ୍ତର ମାନେ ଦେଖିକି ହିଁ ଜାଣି ଦେଇଥାନ୍ତି।

ଏହା ସହ କିଛି ଟେଷ୍ଟ ହେଇଥାଏ ଓ ଏହାକୁ ନେଇ ଜଣା ପଡ଼ିଯାଏ।ତେବେ ଉପଚାରରେ ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ବ୍ୟାକ୍ଟେରିଆଲ ଦିଆଯାଇଥାଏ।ତେବେ ଡାକ୍ତରଙ୍କ ପରାମର୍ଶରେ ଏହା ନିଆ ଯାଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment