ତେବେ ବନ୍ଧୁମାନେ ଆପଣ ନିଜ ସ୍ୱପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ?ଆଜି ଆମେ ଆପଣଙ୍କୁ ଦୁଇଟି ସ୍ୱପ୍ନ ବିଷୟରେ କହିବୁ।ପ୍ରଥମ ହେଉଛି ଯଦି ଆପଣ ଭଗବାନ ଶିଵଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ତାହାର ଅର୍ଥ କଣ ହୋଇଥାଏ ଓ ଦ୍ଵିତୀୟରେ ଯଦି ସାପକୁ ସ୍ୱପ୍ନରେ ଦେଖନ୍ତି ତେବେ ତାହାର ମଧ୍ୟ ଅର୍ଥ କଣ ହୋଇଥାଏ?ତେବେ ଅନେକ ବ୍ୟକ୍ତିଙ୍କ ଠାରେ ଏହି ପ୍ରଶ୍ନ ରହିଥାଏ।
ଅନେକ ଲୋକ ଏହାକୁ ନେଇ ଡ଼ରିଥାନ୍ତି ଏବଂ ଅନେକ ଲୋକ ଏହାକୁ ନେଇ ଅସ୍ପଷ୍ଟ ହେଇଥାନ୍ତି ଯେ ଏହାର ଅର୍ଥ କଣ?ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ଯେଉଁ ବ୍ୟକ୍ତି ମାନଙ୍କୁ ଭଗବାନ ସ୍ୱପ୍ନରେ ଆସିଥାନ୍ତି ତାହାର ଅର୍ଥ ହୋଇଥାଏ ଆପଣଙ୍କ ଏକ ବହୁତ ବଡ଼ କାର୍ୟ୍ଯ ହେବାକୁ ଯାଉଛି।
ତେବେ ଏହାଦ୍ୱାରା ଆପଣ ଯେଉଁ ସବୁ ମନସ୍କାମନା ନିଜ ମନରେ ଧାରଣ କରିଥାନ୍ତି ଓ ଏହା ଚାହୁଁଥାନ୍ତି ଯେ ଆପଣଙ୍କ ସେହି ମନସ୍କାମନା ପୂର୍ଣ୍ଣ ହେଉ ବୋଲି ତେବେ ଏହି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କର ତାହା ପୂରଣ ହେବକୁ ଯାଉଛି।ଓ ଆପଣଙ୍କୁ ଏକ ଶୁଭ ସନ୍ଦେଶ ମିଳିବାକୁ ଯାଉଛି।
ଯେଉଁମାନେ ଅବିବାହିତ ଅଛନ୍ତି ହୁଏତ ସେମାନଙ୍କ ବିବାହ ହୋଇଯାଇ ପାରେ।ଯେଉଁମାନେ ଚାକିରୀ କରି ନାହାନ୍ତି ହୁଏତ ସେମାନଙ୍କୁ ଚାକିରୀ ମିଳିଯାଇପାରେ।ଓ ଯେଉଁମାନଙ୍କ ବିବାହ କିମ୍ବା ଚାକିରୀ ପୂର୍ବରୁ ଅଛି ତେବେ ଭଗବାନ ସେମାନଙ୍କୁ ଏହି ସ୍ୱପ୍ନ ଦ୍ୱାରା ଭାଗବଦ ପ୍ରାପ୍ତି ଆଡ଼କୁ ଇସାରା କରିଛନ୍ତି।
ଏହାପରେ ଦ୍ୱିତୀୟ ପ୍ରଶ୍ନ ସମସ୍ତଙ୍କ ମନରେ ଥାଏ ସ୍ୱପ୍ନରେ ସାପ ଦେଖିବା ଦ୍ୱାରା କଣ ହୋଇଥାଏ?ଏଥିରେ ଆମେ ଦୁଇ ପ୍ରକାର ସାପକୁ ସ୍ୱପ୍ନରେ ଦେଖିବା କଥା କହିବୁ।
ପ୍ରଥମରେ ହେଉଛି ଯଦି ଆପଣ କଳା ସାପ ଦେଖନ୍ତି ସ୍ୱପ୍ନରେ ତେବେ କଣ ହୋଇଥାଏ? ଯଦି ଆପଣ ନିଜ ସ୍ୱପ୍ନରେ କଳା ସାପକୁ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ମାନ ସମ୍ମାନ ବଢିବାକୁ ଯାଉଛି।

ଏହା ସହିତ କଳା ସାପ ସ୍ୱପ୍ନରେ ଦେଖିବା ଦ୍ୱାରା ଆପଣଙ୍କ ଧନ ମଧ୍ୟ ବଢିବାକୁ ଯାଉଛି।ଯେଉଁ କାର୍ଯ୍ୟ ଆପଣ କରିବେ ତାହଦ୍ୱାରା ସାମାଜିକ ସ୍ତରରେ ଓ ପରିବାରିକ ସ୍ତରରେ ଆପଣଙ୍କ ସମ୍ମାନ ବଢିଥାଏ।ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ କଳା ସାପ ସ୍ୱପ୍ନରେ ଦେଖନ୍ତି।

କିନ୍ତୁ ଯଦି ଆପଣଙ୍କୁ ସେହି ସାପ ଗୋଡାଉଥିବାର ଦେଖିବେ କିମ୍ବା କ୍ରୋଧିତ ହେଇଥିବାର ଦେଖନ୍ତି।କିମ୍ବ ଫୁଙ୍କାର କରୁଥିବାର ଦେଖିବେ କି ଅନ୍ୟ ରଙ୍ଗର ସାପ ଦେଖନ୍ତି ତେବେ ତାହା ଶୁଭ ହେଇନଥାଏ।

ଏହାର ଅର୍ଥ ହେଉଛି ଆପଣଙ୍କ ଶତ୍ରୁ ଆପଣଙ୍କ ବିପକ୍ଷରେ ଷଡଯନ୍ତ୍ର କରୁଛନ୍ତି।ଆପଣଙ୍କ ଶତ୍ରୁ ଆପଣଙ୍କ ସମ୍ମାନକୁ ନଷ୍ଟ କରିବାକୁ ଚାହୁଁଛନ୍ତି।ଯଦି ଏପରି ସ୍ୱପ୍ନ ଆସୁଛି ତେବେ ଆପଣଙ୍କୁ ଶିଵଲିଙ୍ଗରେ ବେଲ ପତ୍ର ଚଢ଼ାଇ ଅବଶେଷ କରିବା ଉଚିତ।ଏହା ଦ୍ୱାରା ଆପଣଙ୍କ ଶତ୍ରୁର ଦମନ ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment