ବନ୍ଧୁଗଣ ବହୁ ଚର୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି l ପରିବାର ଲୋକେ କିନ୍ତୁ ସମ୍ପୂର୍ଣ ରୂପେ ବିଦ୍ୟା ଭାରତୀଙ୍କୁ ଦୋଷ ଦେଇଛନ୍ତି ଏବଂ ସବୁବେଳେ ସୌମ୍ୟଙ୍କୁ ମାନସିକ ଭାବରେ ନିର୍ଯାତନା ଦେଉଥିଲେ ଏବଂ ତାଙ୍କ ସହ ରହିବାକୁ ମଧ୍ୟ ପଶନ୍ଦ କରୁନଥିଲେ l
ଏଗ୍ରିମେଣ୍ଟ ମଧ୍ୟ ତାଙ୍କ ସହ କରିଥିଲେ ବର୍ଷକ ପାଇଁ ଶା-ରୀରିକ ସମ୍ପର୍କ ରଖିବେ ନାହିଁ ବୋଲି l ଏବଂ ପରେ ଅନେକ ସୂତ୍ର ରେ ବିଦ୍ୟାଙ୍କ ହାତରୁ ଦସ୍ତାବିଜ ଏବଂ ଚିଠି ଜବତ ହୋଇଛି l
ଯାହା ଫଳରେ ସୌମ୍ୟରଞ୍ଜନ ଙ୍କୁ କେତେ ଘୃଣା କରନ୍ତି ତାହା ସାମ୍ନାକୁ ଆସିଛି l ବିଦ୍ୟା ଭାରତୀଙ୍କ ଉପରେ ଏହି ସବୁ ଦୋଷ ଲଦାଯାଉଥିବାର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟା ଭାରତୀଙ୍କ ବାପା l
ବିଦ୍ୟା ଭାରତୀ ଙ୍କ ବାପା ସୌମ୍ୟରଞ୍ଜନ ଙ୍କ ବାହାଘର କିଛିଦିନ ପୂର୍ବରୁ ଫୋଟ ଏବଂ ଭିଡ଼ିଓ ଦେଖାଇଥିଲେ l ଯେଉଁଥିରେ ସୌମ୍ୟ ଏବଂ ବିଦ୍ୟା ଦୁହେଁ ଖୁସି ଥିବାର ଦେଖା ଯାଇଥିଲା l ଏବଂ ବିଦ୍ୟା ଙ୍କ ବାପା ମଧ୍ୟ ବାରମ୍ବାର ବିଦ୍ୟା ଙ୍କୁ ପଚାରିଥିଲେ ଦୁହିଁଙ୍କ ମଧ୍ୟରେ ସବୁ ଠିକ ଅଛି ନା ନାହିଁ l
ବିଦ୍ୟା ହସଖୁସିରେ ଜୀବନ ବିତାଉଥିବାର ପ୍ରତିକ୍ରିୟା ଦେଇଥିଲେ ଏବଂ ସୌମ୍ୟମଧ୍ୟ ବିଦ୍ୟା ଙ୍କ ସହ ଖୁସିରେ ଅଛନ୍ତି ବୋଲି ବିଦ୍ୟାଙ୍କ ବାପାଙ୍କୁ କହିଥିଲେ l
ଯେତେବେଳେ ସୌମ୍ୟରଞ୍ଜନ ଅସୁସ୍ଥ ଥିଲେ ସେତେବେଳେ ବିଦ୍ୟା ତାଙ୍କ ସେବା ଉତ୍ତମ ଭାବେ କରୁଥିଲେ ବୋଲି ସୌମ୍ୟରଞ୍ଜନ କହିଥିଲେ ବିଦ୍ୟା ଭାରତୀ ଙ୍କ ବାପା ଙ୍କୁ l
ତେବେ ଏପଟେ ଅନ୍ୟ ପକ୍ଷରେ ସୌମ୍ୟ ରଞ୍ଜନ ଙ୍କ ଭାଇ ଏବଂ ବାପା ବିଦ୍ୟା ଙ୍କ ବିପକ୍ଷ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି l ସୌମ୍ୟରଞ୍ଜନ ଯେଉଁ ସମୟରେ ପୋଡିହୋଇ ମୃ-ତ୍ୟୁ ବରଣ କଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସେହିଠାରେ ଥିବାବେଳେ ତାଙ୍କର କୌଣସି କ୍ଷତି ହୋଇନାହିଁ l

ସୌମ୍ୟଙ୍କ ଶରୀର 90 ପ୍ରତିଶତ ଜଳିଯିବା ବେଳେ ବିଦ୍ୟା ସାମନ୍ୟ ଆଘାତ ହୋଇନଥିଲେ ତେଣୁକରି ଏହା ବିଦ୍ୟା ଭାରତୀ ଙ୍କ ଚକ୍ରାନ୍ତ ଏବଂ ତାଙ୍କୁ ଆରେଷ୍ଟ କଲେ ହିଁ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ଙ୍କ ପରିବାର ବର୍ଗ l

ସୌମ୍ୟଙ୍କ ମୃ-ତ୍ୟୁ ମାମଲାରେ ବିଦ୍ୟା ଭାରତୀ ଙ୍କୁ ଆରେଷ୍ଟ କରିବା ନିହାତି ଜରୁରୀ ବୋଲି କହିଛନ୍ତି ସୌମ୍ୟରଞ୍ଜନ ଙ୍କ ବାପା ଏବଂ ଭାଇ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment