ବନ୍ଧୁମାନେ ଆପଣମାନେ ସମସ୍ତେ ଓଲିଉଡ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ତ ଭଲ ଭାବରେ ଜାଣିଥିବେ।ଅନୁ ଚୌଧୁରୀ ମଝିରେ ଓଡ଼ିଆ ସିନେମା ଜଗତରେ ଏକା ରାଜ କରୁଥିଲେ।
ତେବେ ଏହି କିଛି ବର୍ଷ ହେବ ବୟସ ବଢିବା ସହ ଅନୁ ଚୌଧୁରୀ ଆଉ ଏତେ ସିନେମା ଜଗତରେ ଦେଖିବାକୁ ମିଳି ନଥିଲା।ହେଲେ ଆଜି ବି ତାଙ୍କର ସେହି ଅଭିନୟକୁ ଲୋକମାନେ ବହୁତ ମନେ ପକାଉଛନ୍ତି।
ତେବେ ବନ୍ଧୁମାନେ ଆପଣମାନେ ତ ଜାଣିଥିବେ ଅନୁ ଚୌଧୁରୀଙ୍କ ବାହାଘର ୨୦୦୬ ମସିହାରେ ହେଇ ୨୦୦୮ ମସିହାରେ ଭାଙ୍ଗି ଯାଇଥିଲା।ତେବେ ପୁଣିଥରେ କିନ୍ତୁ ତାଙ୍କର ବାହାଘରର ଖବର ସୋସିଆଲ ମିଡିଆରେ ବ୍ୟାପି ଚାଲିଛି।
ତେବେ ଏହି ଘଟଣାର ସତ୍ୟତା କେତେ ଏହା ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ବନ୍ଧୁମାନେ ଏବେ ଅଳ୍ପ ଦିନ ତଳେ ଅନୁ ଚୌଧୁରୀଙ୍କ ଏକ ସିନେମା ଆସିଥିଲା ଯାହାର ନାମ ହେଉଛି ଅନୁ ଦିଦି ନଟ ଆଉଟ।ତେବେ ବହୁତ ଦିନ ପରେ ତାଙ୍କ ସିନେମା ଆସିଥିଲା ଓ ଏହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
ତେବେ ଏହି ଅଳ୍ପ ଦିନ ତଳେ କିନ୍ତୁ ଏହି ଅଭିନେତ୍ରୀଙ୍କ ବାହାଘରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଇ ଯାଇଛି।ତେବେ ସେହି ଫଟୋଟିରେ ଅନୁ ଚୌଧୁରୀ ବଧୂ ବେଶରେ ଥିବା ବେଳେ ଅଭିନେତା ଶ୍ରୀତମ ଦାସ ବର ବେଶରେ ଥିବା ଦେଖିବାକୁ ମିଳିଥିଲା।
ତେବେ ବନ୍ଧୁମାନେ ଆମେ ଏଠାରେ କହି ରଖୁଛୁ ଯେ ଅନୁ ଚୌଧୁରୀଙ୍କ ସେହି ବାହାଘର ଫଟୋ ସବୁ ତାଙ୍କ ଅସଲ ଜୀବନ ସହ କୌଣସି ସାମଞ୍ଜସ୍ୟ ଅଛି।
ତେବେ ସୂଚନା ଯୋଗ୍ୟ ଯେ ଅନୁ ଚୌଧୁରୀ ଓ ଶ୍ରୀତମ ଦାସ ଅଭିନୟ କରିଥିବା ମାର ମମତା ସିନେମାଟି ବାହାରିବାକୁ ଯାଉଛି ।

ତେବେ ଏହି ସିନେମାର ଏକ ସିନରେ ଏକ ବାହାଘର ହେବାର ଥିଲା।ଏହି ସିନର ଫଟୋ ଗୁଡ଼ିକ ବହୁ ଜଲଦି ଭାଇରାଲ ହେଇ ଯାଇଥିଲା।ତେବେ ଏହି ସିନେମାଟି ଓମ ସାଇ ପ୍ରଡ଼କ୍ସନ ଦ୍ଵାରା କର ଯାଉଛି।ଏହାର ନିର୍ଦ୍ଦେଶନା ଦେଇଥିଲେ ଚଣ୍ଡୀ ପରିଜା।

ତେବେ ଅନୁ ଚୌଧୁରୀଙ୍କ ବହୁତ ଦିନ ପରେ ଏକ ଚଳଚ୍ଚିତ୍ର ଆସିଛି ଯାହାକୁ ଆପଣ ମାନେ ସମସ୍ତେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି।ତେବେ ସେହି ସିନେମାଟି ହିଟ ହେବ କି ନାହିଁ ତାହା ତ ସମୟ କହିବ କିନ୍ତୁ ଅନୁ ଚୌଧୁରୀଙ୍କ ବିବାହ ଖବରଟି ସମ୍ପୂର୍ଣ୍ଣ ମିଛ ବୋଲି ଖବର ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment