Press "Enter" to skip to content

ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଫସିଲେ ମହିଳା ଆଇଆଇସି ଘଟଣା ନେଲା ନୂଆ ମୋଡ଼ Breaking News

ସୌମ୍ୟଙ୍କ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ କାହିଁକି ଅଟକାଇ ଥିଲେ ମହିଳା ଆଇଆଇସି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଙ୍କ ସମ୍ପର୍କୀୟ ହେଉଛନ୍ତି ସେହି ମହିଳା ଆଇଆଇସି।

ଘଟଣା ଦିନ ରାସ୍ତାରେ ଘଣ୍ଟାଏ କାଳ ଆମ୍ବୁଲାନ୍ସକୁ ଅଟକାଇବା ତାଙ୍କ ମୃ-ତ୍ୟୁ-ର ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା।

ପୋଲିସ ଡ଼ିଜିଙ୍କୁ ସାକ୍ଷାତ କରି ସେ ତାଙ୍କର ଦାବି ପତ୍ର ବି ଦେଇଛନ୍ତି।ତୁରନ୍ତ ସେହି ମହିଳା ଆଇଆଇସିଙ୍କୁ ତଦନ୍ତର ପରିସରଭୂକ୍ତ କରା ଯାଉ ବୋଲି ସେ ଦାବି କରିଛନ୍ତି।

ଏହା ସହ ବୋହୂ ବିଦ୍ୟା ଭାରତୀ, ଡିଏଫଓ ସଂଗ୍ରାମ ଓ ରୋଷେୟା ମନ୍ମଥଙ୍କର ଲାଏ ଡିଟେକ୍ସନ ଟେଷ୍ଟ କଲେ ସବୁ ସତ ସାମନାକୁ ଆସିଯିବ ବୋଲି ତାଙ୍କ ବାପା କହିଛନ୍ତି।ତ ସହ ତାଙ୍କ ବାପା କହିଥିଲେ ସେମାନେ ଅଳ୍ପ ବାଟରେ ଥିବା ବିଶାଖାପାଟଣା ଡାକ୍ତରଖାନାକୁ ନ ନେଇ କଟକ ଏସସିବିକୁ କାହିଁକି ନେଲେ।

ଏହାର କାରଣ ସେହି ଆମ୍ବୁଲାନ୍ସ ଡ୍ରାଇଭରକୁ ପଚାରିଲେ ଜଣା ପଡ଼ିଯିବ।ଏହା ସହ ସୌମ୍ୟଙ୍କ ମାମୁଁ ପୁଅ ଭାଇ ପ୍ରିୟରଞ୍ଜନ ପଣ୍ଡା ମଧ୍ୟ ନିଜ ବୟାନରେ କହିଛନ୍ତି କି ଏହି ସବୁକୁ ନେଇ ଏକ ଭଲ ଭାବରେ ତଦନ୍ତ କରା ଯାଉ।

ତେବେ ସୌମ୍ୟଙ୍କ ବାପାଙ୍କୁ କଥାକୁ ନେଇ ତଦନ୍ତ କଲେ ଏହାର ସତ୍ୟତା ଜଣା ପଡ଼ିବ।କିନ୍ତୁ ଅପର ପକ୍ଷରେ ଯେତେବେଳେ ସେହି ମହିଳା ଆଇଆଇସି ମମତା ପଣ୍ଡାଙ୍କୁ ଏହି ବିଷୟରେ ପଚରା ଯାଇଥିଲା l

ସେତେବେଳେ ସେ କହିଥିଲେ କି ସେ ଏ ବିଷୟରେ କିଛି ଜାଣି ନାହାନ୍ତି।ତେବେ ଯେତେବେଳେ କୁହା ଯାଇଥିଲା କି ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି କି ଆପଣ ହିଁ ଆମ୍ବୁଲାନ୍ସକୁ ଅଟକାଇ ଥିଲେ।ଏହା ଶୁଣିବା ପରେ ସେ କହିଥିଲେ କି ସେ ଏହି ବିଷୟରେ କିଛି ଜାଣି ନାହାନ୍ତି ତାହା ତ ତଦନ୍ତ ପରେ ହିଁ ଜଣା ପଡ଼ିବ।

ତେବେ ଏହି ସମ୍ପର୍କରେ ଯେତେବେଳେ ଅନ୍ୟ ଏକ ପୋଲିସ ଅଫିସରଙ୍କୁ ଏହି ବିଷୟରେ ପଚରା ଯାଇଥିଲା ସେ ମଧ୍ୟ ତାହା କହିଥିଲେ କି ମହିଳା ଆଇଆଇସି ଜଣଙ୍କ ଡାକ୍ତରଖାନାରେ ଥିଲେ କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇବାରେ ତାଙ୍କର କିଛି ଲିଙ୍କ ନାହିଁ ବୋଲି ସେ କହିଥିଲେ।

ତେବେ ସେ ଏହି କଥା ମଧ୍ୟ କହିଥିଲେ କି ଆମ୍ବୁଲାନ୍ସକୁ ବେଶୀ ସମୟ ମଧ୍ୟ ଅଟକ ରଖା ଯାଇନଥିଲା।ତେବେ ଏହି ସମୟରେ ସୋମ୍ୟଙ୍କ ମାମୁଁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି।

ତେବେ ଏହି ଭଳି ଭାବରେ ଜଣେ ପରେ ଜଣଙ୍କର ବୟାନ ପରେ ଏହି କେସଟି ଅଧିକରୁ ଅଧିକ ଜଟିଳ ହେଇ ଚାଲିଛି।ତେବେ ପୋଲିସର ତଦନ୍ତ ସରିଲେ ହିଁ ଦୋଷୀ ଜଣା ପଡ଼ିବ ବୋଲି ଆଶା କରା ଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.