Press "Enter" to skip to content

ଅନୁଭବ ଙ୍କ ଶେଷ କଥା -ଚାହୁଁ ନାହାଁନ୍ତି ଆପୋସ ବୁଝାମଣା ବର୍ଷାଙ୍କୁ କହିଲେ ଏମିତି କିଛି

ବନ୍ଧୁଗଣ ବର୍ଷା ଅନୁଭବ ଅଲିଉଡ ଇଣ୍ଡଷ୍ଟ୍ରି ର ସୁପରହିଟ ଯୋଡି ହୋଇଥିବା ବେଳେ ଦୀର୍ଘ ୮ ମାସ ଧରି ଦୁହେଁ ବିବାଦ କ୍ଷେତ୍ରରେ ଛନ୍ଦୀ ହୋଇ ରହିଛନ୍ତି l ଯେତେବେଳେ ଅନୁଭବ ଏବଂ ବର୍ଷା ଟିଭି ପରଦାରେ ଏକାଠି ଆଶନ୍ତି ସେତେବେଳେ ଦର୍ଶକ ମାନଙ୍କର ଖୁସିର ସୀମା ନଥାଏ l

ସାରା ଓଡିଶା ଏବଂ ଓଡିଶା ବାହାରେ ମଧ୍ୟ ଏହି ସୁନ୍ଦର ଯୋଡି ନାଁ କରିବାରେ ସଫଳ ହୋଇଥିଲେ l କିନ୍ତୁ ପାରିବାରିକ କଳହ ଏବଂ ପାରସ୍ପରିକ ଭୁଲ ବୁଝାମଣା ପାଇଁ ଦୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ହେଡ଼ଲାଇନ ଭାବେ ରହୁଛନ୍ତି l

ବର୍ଷା ଅନୁଭବ ଙ୍କ ସମ୍ପର୍କରେ ଘରୋଇ ଅତ୍ୟାଚାର ଏବଂ ଅନ୍ୟତ୍ର ସମ୍ପର୍କ ରଖୁଥିବାର ଅଭିଯୋଗ ଆଣିବା ଶହ ତାଙ୍କୁ ନ୍ୟାୟ ପାଇଁ ଅପିଲ କରିଥିଲେ l କିନ୍ତୁ ଅନୁଭବ ତାଙ୍କ ଠାରୁ ବିବାହ ବିଛେଦ ପାଇଁ ଆବେଦନ କରିଥିଲେ ଏବଂ ବର୍ଷା ଙ୍କ ଶହ ରହିବାକୁ ଚାଁହୁ ନାହାନ୍ତି ବୋଲି ମତ ଦେଇଥିଲେ l

ଅନେକ କ୍ଷେତ୍ରରେ ତଥା ପରିବାର କୋର୍ଟ ଠୁ ଆରମ୍ଭ କରି ଫ୍ୟାନ ମାନେ ମଧ୍ୟ ଦୁହିଁଙ୍କ ଏକାଠି ହେବା ଆଶା କରିଥିବା ବେଳେ ରାଜନେତା ସୁର ରାଉତରାୟ ମଧ୍ୟ ଚେଷ୍ଟା କରିସାରିଲେଣି l କିନ୍ତୁ ଅନୁଭବ ମହାନ୍ତି ତାଙ୍କ ଶହ ରହିବାକୁ ଚାଁହୁନାହାନ୍ତି ବୋଲି ସଫା ସଫା ମନା ଜରିଦେଇଛନ୍ତି l

ଫାମିଲି କୋର୍ଟ ରେ ଦୁହେଁ ମୁଁହା ମୁଁହି ହେବା ପରେ ଦୁହିଁଙ୍କ ଆପୋଷ ସମାଧାନ ନିମନ୍ତେ ସଭିଏଁ ଆଶା ରଖିଥିଲେ ମାତ୍ର ଘଟଣା ଅନ୍ୟ ପ୍ରକାର ର ହୋଇଗଲା l ବର୍ଷା ଙ୍କ ହଁ ହେଲେ ଅନୁଭବ ଙ୍କ ନାହିଁ l ଆଜି ସୋସିଆଲ ମିଡ଼ିଆରେ ଅନୁଭବ ଏକ ଭିର୍ନ ପ୍ରତିକ୍ରିୟା ରଖିଛନ୍ତି l

ଅନୁଭବ ଙ୍କ କହିବା ଅନୁସାରେ କଥା ପଲଟିବା କେବଳ ବର୍ଷାଙ୍କ ଠାରୁ ଶିଖିବା ଉଚିତ l ବର୍ଷା ଙ୍କୁ ଭଲ ପାଇ ବିବାହ କରିଛି ତେଣୁକରି ମୁଁ ତାଙ୍କ ଖୁସି ଚାଁହୁଛି l ତାଙ୍କ ଖୁସିରେ ହିଁ ମୋ ଖୁସି l ପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ ତାଙ୍କ ଉପରେ ସବୁବେଳେ ରହିଥାଉ ଏବଂ ସେ ଖୁସିରେ ରୁହନ୍ତୁ l

ବର୍ଷା ଙ୍କୁ ବହୁତ ଭଲପାଇ ବିବାହ କରିଥିଲେ ବୋଲି ଅନୁଭବ କହିଛନ୍ତି ସୋସିଆଲ ମିଡିଆରେ l ଏବଂ ଯଦି ଏହିସବୁ ଜିନିଷ ସବୁବେଳେ ହୁଏ ତେବେ ପ୍ରେମ ଉପରୁ ତାଙ୍କର ସବୁଦିନ ପାଇଁ ଭରସା ଉଠିଯିବ ବୋଲି କହିଥିଲେ l

ଏବଂ କେମିତି କଥା କୁ ଏଡାଇବା ଏବଂ ପ୍ରତ୍ୟାକ୍ଷାନ କରାଯାଏ ସେସବୁ କେବଳ ବର୍ଷା ଙ୍କ ଠୁ ହିଁ ଶିଖିବା କଥା ବୋଲି କହିଥିଲେ ଅନୁଭବ l

ଏବଂ କୋର୍ଟ ର ନିୟମ ଯଦି ବର୍ଷା ମଧ୍ୟ ପାଳନ କରନ୍ତେ ତେବେ ନିହାତି ଭଲ ହୁଅନ୍ତା ବୋଲି କହିଥିଲେ ଅନୁଭବ l ବର୍ତ୍ତମାନ ପରିସ୍ଥିତି ରେ ଅନୁଭବ ବର୍ଷା ଙ୍କ ସହ ରହିବାକୁ ଚାଁହୁନଥିବାର ସ୍ପଷ୍ଟ ଜଣାପଡିଛି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Be First to Comment

Leave a Reply

Your email address will not be published.