ବନ୍ଧୁଗଣ ଶ୍ରୀକୃଷ୍ଣ ଭଗବାନ ଶ୍ରୀରାମ ଙ୍କର ଅନ୍ୟ ଏକ ରୂପ ଅଟନ୍ତି l ସେହିଁ ରାମ ସେହିଁ କୃଷ୍ଣ l ଭଗବାନ ରାମଚନ୍ଦ୍ର ତ୍ରେତୟା ଯୁଗରେ ଅନେକ ଶିକ୍ଷା ଜନସମାଜ କୁ ଦେଇଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦ୍ୱାପର ଯୁଗରେ ଜନ୍ମ ହୋଇ ମଣିଷ ସମାଜ କୁ ସ୍ନେହ ପ୍ରେମ ର ବାର୍ତ୍ତା ଶିକ୍ଷା ଦେଇଥିଲେ l
ଏବଂ ମଣିଷ କେତେ କଷ୍ଟରେ ରହି ମଧ୍ୟ ସଫଳତାର ଶୀର୍ଷ ରେ ପହଁଞ୍ଚି ପାରେ ନାହିଁ ଭାଗ୍ୟ ତାଙ୍କୁ କି ପ୍ରକାର ଶିକ୍ଷା ଦିଏ ଏବଂ କଷ୍ଟ କାହାକୁ କୁହାଯାଏ ଏବଂ ମଣିଷ ଜୀବନରେ କି ପ୍ରକାର କର୍ମ କରିବା ଉଚିତ ସବୁକିଛି ଜଣାଇଛନ୍ତି l ମଣିଷ ସାଧାରଣତଃ ନିଜର କର୍ମ ଅନୁସାରେ ଫଳ ପ୍ରାପ୍ତି କରିଥାଏ l
ମଣିଷ ର ଖାଦ୍ୟ ରୁଚି ଏବଂ ପସନ୍ଦ ଥିବା ପ୍ରତ୍ୟେକ ଟି ଜିନିଷ ଶ୍ରୀମଦ ଭାଗବତ ଗୀତରେ ଉଲେଖ୍ୟ ରହିଛି l ସାଧାରଣତଃ ମଣିଷ ର ଇଚ୍ଛା ଶକ୍ତି ଅନୁସାରେ ହିଁ ମଣିଷ ନିଜର ସୁଖ ଦୁଃଖ ଦରିଦ୍ରତା ଭୋଗ କରିଥାଏ l
ମଣିଷ ଜନ୍ମରୁ ୩ ପ୍ରକାର ର ହୋଇଥାନ୍ତି ଯେମିତି କି ( ସାତ୍ଵିକ, ରାଜସିକ, ତାମସିକ ) ଏହି ୩ ଟି ପ୍ରକାର ଖାଦ୍ୟ ରୁ ହିଁ ମଣିଷ ନିଜର କର୍ମ ର ଅଧିକାରୀ ହୋଇଥାଏ ଏବଂ ସାତ୍ଵିକ ଖାଦ୍ୟ ଫଳ ମୂଳ ଏବଂ ରାଜସିକ ଖାଦ୍ୟ ମସଲା ଦ୍ରବ୍ୟ ଏବଂ ତମସିକ ଖାଦ୍ୟ ଆସୁରିକ ଖାଦ୍ୟ ତଥା ମାଛ, ମାଂସ, ମଦ୍ୟ ହୋଇଥାଏ l
ସର୍ବଦା ତାମସିକ ଖାଦ୍ୟ ଦୁଃଖ ର କାରଣ ହୋଇଥାଏ ଏହା ଛଡା ମଣିଷ ର କର୍ମ ଫଳ ମଧ୍ୟ ଏହାର ଦାୟୀ ହୋଇଥାଏ l ମଣିଷ ଯଦି ଠିକ ଭାବରେ ତାର କର୍ମ କରେନାହିଁ ସେ ସାରା ଜୀବନ ଅସୁବିଧା ଭୋଗ କରିଥାଏ l ଏବଂ ଦରିଦ୍ରତା ଏହାର ସାମ୍ନା କରିଥାଏ l
ସର୍ବଦା ନିଜର କର୍ମଫଳ ସଠିକ ରଖିବା ଉଚିତ ଯାହାଦ୍ୱାରା ଦୁଃଖ ଦରିଦ୍ରତା ହ୍ରାସ ହୋଇଥାଏ l

ଭାଗବତ ଗୀତା ସର୍ବଦା ମଣିଷ ଜୀବନର ଅଙ୍ଗ ସଦୃଶ ହୋଇଥାଏ ତେଣୁକରି ମଣିଷ ଜୀବନରେ ସବୁବେଳେ କର୍ମ ତତ୍ପର ହୋଇ ଭାଗବତ ଗୀତା ପଠନ କରିବା ଉଚିତ l

ଏବଂ ସବୁବେଳେ ଈଶ୍ୱର ଙ୍କ ଶରଣ ରେ ରହିବା ଉଚିତ l ଈଶ୍ୱର ଙ୍କ ଠାରୁ ଆମେ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱରୂପ କୁ କେଭେ ମଧ୍ୟ ଭୁଲିଯିବା ଉଚିତ ନୁହେଁ l

ସବୁବେଳେ ନିଜର କର୍ମ ପରେ ଈଶ୍ୱର ଙ୍କୁ ସଂମ୍ମାନ ଦେବା ଉଚିତ ଏବଂ ତାଙ୍କ ନୀତି ଆଦର୍ଶ ଦ୍ୱାରା ଭଲ ଭଲ କାମ କରିବା ଦ୍ୱାରା ଦରିଦ୍ରତା ଦୂର ହୁଏ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment