ବନ୍ଧୁମାନେ ସାପମାନେ ବହୁତ ଭୟଙ୍କର ଜୀବ ହେଇଥାନ୍ତି।ବହୁତ ପ୍ରକାରର ସାପ ଦୁନିଆରେ ଦେଖିବାକୁ ମିଳନ୍ତି।ତେବେ ତାଙ୍କ ଭିତରୁ ଅନେକ ସାପ ବିଷଧର ଅଟନ୍ତି।କିଛି କିଛି ବିଷଧର ସାପ ମାନଙ୍କର ବିଷ ବହୁତ ମାରାତ୍ମକ ହେଇଥାଏ।
କିଛି ସାପଙ୍କର ବିଷ ଏତେ ମାରାତ୍ମକ କି ଏକ ବୁନ୍ଦା ବିଷ ହିଁ ବହୁତ ବଡ଼ ବଡ଼ ଜୀବଙ୍କୁ ମା-ରି-ଦେ-ବା ପାଇଁ ବହୁତ ହେଇଥାଏ।ତେବେ ଯେପରି କୁହାଯାଏ କି ଯିଏ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତା ଠାରୁ ଆଉ ଜଣେ କିଏ ଅଧିକ ଶକ୍ତିଶାଳୀ ରହିଥାଏ।
ଠିକ ସେଥିପାଇଁ ଏମିତି କିଛି ଜୀବ ଅଛନ୍ତି ଯାହାକୁ ସାପମାନେ ଭୟ କରିଥାନ୍ତି।ଏହି ଜୀବ ଗୁଡ଼ିକ ହେଉଛନ୍ତି ମୟୂର, ଛଞ୍ଚାଣ ଓ ନେଉଳ।ତେବେ ଏହି ସବୁ ଜୀବଗୁଡ଼ିକ ସାପକୁ ଡରି ନ ଯାଇ ସାହସର ସହ ସାପକୁ କାବୁ କରି ପାରନ୍ତି।
ଏହି କାରଣରୁ ଅନେକ ଲୋକ ନିଜ ଘରେ ଏକ ପୋଷା ନେଉଳ ରଖିଥାନ୍ତି।ଯଦି ଭୁଲରେ କେବେ ଘରେ ସାପ ପଶି ଯାଇଛି ତେବେ ନେଉଳଟିଏ ଥିଲେ ତାକୁ ମା-ରି ଦେଇଥାଏ।ତେବେ ସେହିଭଳି ଭାବରେ ପକ୍ଷୀରାଜ ଗରୁଡ଼ ବା ଛଞ୍ଚାଣ ବି ସାପ ମାନଙ୍କର ବଡ଼ ଶତ୍ରୁ ଅଟେ।
ରାମାୟଣରେ ତ ଆପଣମାନେ ସବୁ ଜାଣିଥିବେ କି ଯେତେବେଳେ ସର୍ପ ବାଣର ପ୍ରୟୋଗ କରା ଯାଇଥିବ ଆଉ ସବୁ ସାପମାନେ ରାମଙ୍କର ସେନାକୁ ବନ୍ଦୀ କରି ରଖିଥିଲେ ସେ ସମୟରେ ପ୍ରଭୁ ରାମଚନ୍ଦ୍ର ଗରୁଡ଼ ଦେବଙ୍କୁ ମନେ ପକାଇଥିଲେ।ଗରୁଡ଼ ଦେବ ଆସିବା ସଙ୍ଗେ ହିଁ ସବୁ ସାପମାନେ ଭୟରେ ଜାଗା ଛାଡି ଚାଲି ଯାଇଥିଲେ।
ତେବେ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଇଥିଲା।ସେହି ଭିଡ଼ିଓରେ ସାପଟିକୁ ଛଞ୍ଚାଣଟିଏ ନିଜ ପଞ୍ଝାରେ ଜାବୁଡ଼ି ଧରିଥିଲା।

ତେବେ ବନ୍ଧୁମାନେ ଆପଣମାନଙ୍କ ଭିତରୁ ଅନେକ ଜାଣି ନଥିବେ ଛଞ୍ଚାଣ ମାନଙ୍କର ଦୃଷ୍ଟି ଶକ୍ତି ବହୁତ ଭଲ ହେଇଥାଏ।ସେମାନେ ବହୁତ ଦୂର ଆକାଶରେ ଉଡ଼ି ମଧ୍ୟ ତଳେ ଯାଉଥିବା ତାଙ୍କର ଛୋଟ ଛୋଟ ଶିକାରକୁ ଦେଖି ପାରନ୍ତି।

ସେହି ସାପଟିକୁ ସେହି ଛଞ୍ଚାଣଟି ଧୀରେ ଧୀରେ ନିଜ ପଞ୍ଜାରେ ଖଣ୍ଡ ଖଣ୍ଡ କରିବାକୁ ଲାଗିଲା।ସାପଟି ସେଠି ତାହା କବଳରୁ ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଥିଲା।କିନ୍ତୁ ଛଞ୍ଚାଣଟି ତାକୁ ଟିକି ଟିକି କରି କରିଦେଇଥିଲା।

ଏହା ପରେ ତାକୁ ଛୋଟ ଛୋଟ ଖଣ୍ଡ କରି ଖାଇବାକୁ ଲାଗିଥିଲା।କିଛି ସମୟ ପରେ ସାପଟି ମ-ରି ଯାଇଥିଲା ଓ ଆଉ ଛଟପଟ ନହେଇ ନିସ୍ତେଜ ହେଇଯାଇଥିଲା।କିଛି ସମୟ ଖାଇବା ପରେ ସେ ଛଞ୍ଚାଣଟି ଅବଶିଷ୍ଟ ଅଂଶକୁ ଛାଡି ଚାଲି ଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment