ବନ୍ଧୁମାନେ ଆପଣମାନେ ଝିଙ୍କ ତ ଦେଖିଥିବେ।ଦେହ ସାରା କଣ୍ଟା ଥିବା ଏହି ଜୀବଟି ବହୁତ ଶାନ୍ତ ସ୍ୱଭାବର ହେଇଥାଏ।ନିଜକୁ ଅନ୍ୟମାନଙ୍କ ଠାରୁ ବଞ୍ଚାଇବା ପାଇଁ ତା ଦେହରେ କଣ୍ଟାଗୁଡ଼ିକ ଥାଏ।ତେବେ ଏହି କଣ୍ଟା ଯୋଗୁଁ ଅନେକ ଜୀବ ଝିଙ୍କ ଠାରୁ ଦୂରେଇ ରହିଥାନ୍ତି।
କିନ୍ତୁ କଣ ହେଇଥାଏ ଯେତେବେଳେ କିଛି ପଶୁ ଝିଙ୍କର ଶିକାର କରିବାକୁ ଯାଆନ୍ତି।ତେବେ ଆଜି ଆମେ ଏଠାରେ ୩ଟି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଝିଙ୍କକୁ ଆକ୍ରମଣ କରିବାକୁ ଯାଇଥିଲେ ଓ ଏହା ପରେ କଣ କଣ ସବୁ ହେଇଥିଲା।
ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ଏହି ସବୁ ଭିଡିଓଗୁଡା ଆପଣଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳି ଯିବ।ତେବେ ପ୍ରଥମ ଘଟଣା ହେଉଛି ଯେତେବେଳେ ଗୋଟେ ଚିତା ବାଘଟିଏ ଗୋଟେ ଝିଙ୍କକୁ ମାରିବାକୁ ଯାଇଥିଲା।
ବହୁତ କଳେବଳେ କୌଶଳେ ବାଘଟି ସେ ଝିଙ୍କକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା।କିନ୍ତୁ ବାଘକୁ ବି ନିଜ ଜୀବନ ବଞ୍ଚାଇବାର ଥିଲା ସେଥିପାଇଁ ସେ ମଧ୍ୟ ବେଶୀ ବଳ ଲଗାଇ ଆକ୍ରମଣ କରି ପାରୁ ନଥିଲା।ତେବେ ଶେଷରେ ବାଘଟି ହାର ମାନି ଯାଇଥିଲା।ଝିଙ୍କଟି ଦଉଡ଼ି ଦଉଡ଼ି ସେ ଜାଗା ଛାଡି ପଳାଇ ଥିଲା।
ଦ୍ଵିତୀୟ ଘଟଣା ହେଉଛି ଯେତେବେଳେ ସିଂହୀମାନଙ୍କର ଏକ ପଲ ଏକ ଝିଙ୍କ ଉପରେ ଆକ୍ରମଣ କରିଥିଲେ।ତେବେ ବନ୍ଧୁମାନେ ଆପଣ ଜାଣିଥିବେ ସାଧାରଣତଃ ସିଂହୀମାନେ ଏକ ପଲ କରି ବୁଲନ୍ତି ଓ ଶିକାର କରିଥାନ୍ତି।
ତେବେ ଗୋଟେ ସିଂହୀ ପଲରେ ପ୍ରାୟ ୧୦ରୁ ୧୨ ସିଂହୀ ଥାନ୍ତି।ଆଉ ସେମାନଙ୍କର ଏକ ପଲରେ ଏତିକି ବଳ ଥାଏ କି ସେମାନେ ଏକାଠି ମିଶି ଏକ ବଡ଼ ହାତୀର ମଧ୍ୟ ଶିକାର କରି ପାରନ୍ତି।ତେବେ ଏହି ସବୁ ବଳ କିନ୍ତୁ ଝିଙ୍କ ଆଗରେ ଫିକା ପଡି ଯାଇଥାଏ।

ଯେତେବେଳେ ଏହି ପଲଟି ଝିଙ୍କକୁ ଆକ୍ରମଣ କରିବାକୁ ଯାଇଥିଲେ,ସେତେବେଳେ ଝିଙ୍କଟି ନିଜ କଣ୍ଟା ଗୁଡ଼ିକ ଫୁଲାଇ ଦେଇଥିଲା।ଶେଷରେ ସେମାନଙ୍କୁ ମଧ୍ୟ ହାର ମାନିବାକୁ ପଡ଼ିଥିଲା ଓ ଝିଙ୍କଟିକୁ ଛାଡ଼ି ଦେବାକୁ ପଡ଼ିଥିଲା।

ଆପଣମାନେ ଜାଣି ଥିବେ ସାଧାରଣତଃ ସ୍ତନପାୟୀ ପ୍ରାଣୀମାନେ ଅଧିକ ବୁଦ୍ଧିମାନ ହେଇଥାନ୍ତି, ସେଥିପାଇଁ ପୂର୍ବ ଦୁଇଟି ଘଟଣାରେ ବିପଦ ଦେଖି ଚିତାବାଘ ଓ ସିଂହୀମାନେ ଆକ୍ରମଣ ନ କରି ରହି ଯାଇଥିଲେ।

କିନ୍ତୁ ତୃତୀୟ ଘଟଣାରେ ଯେତେବେଳେ ଗୋଟେ ଅଜଗର ସାପଟି ଝିଙ୍କକୁ ଆକ୍ରମଣ କରିଥାଏ।ସେତେବେଳେ ତାର ଦେହ ସାରା ପୁରା କଣ୍ଟାରେ ଭର୍ତ୍ତି ହେଇ ଯାଇଥାଏ ଓ ସାପଟି କଷ୍ଟରେ ବହୁତ କଲବଲ ହେଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment