Press "Enter" to skip to content

କାହିଁକି ଅକାଳରେ ପଡ଼ିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଜାଣନ୍ତୁ କାରଣ VIRAL NEWS

ରାଜ୍ୟ ରାଜନୀତିରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫାକୁ ନେଇ ବଢ଼ି ଚାଲିଛି ଚର୍ଚ୍ଚା।କଣ ପାଇଁ ହେଇଥିଲା ପ୍ରତାପଙ୍କ ପକ୍ଷ ଛେଦନ।ଏହିଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ସୃଷ୍ଟି ହେଇଥିବ।ତେବେ ଏହି ସବୁ ବିଷୟରେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ସ୍କିପ ନକରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ କିଛି ବିଶେଷଜ୍ଞ ମାନେ ମତ ଦେଇଛନ୍ତି କି ପ୍ରତାପଙ୍କ ଏହି ଇସ୍ତଫା ସମ୍ପୂର୍ଣ୍ଣ ବାଲେଶ୍ଵର ଜିଲ୍ଲାର ରାଜନୀତିକୁ ପ୍ରଭାବିତ କରିପାରେ।ଅନେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି କି ପ୍ରତାପ ଯେଉଁ ମନ୍ତବ୍ୟ ଦେଇଥିଲେ l

ମୁଁ ବାଲେଶ୍ଵରର ମନ୍ତ୍ରୀ ନୁହେଁ ଭାରତର ସେହି ମନ୍ତବ୍ୟ ବା ବୟାନଟି ଆଜି ତାଙ୍କୁ ମହଙ୍ଗା ପଡ଼ିଛି ବୋଲି କହିଛନ୍ତି।କେନ୍ଦ୍ର ମନ୍ତ୍ରୀ ଥିବା ବାଲେଶ୍ଵର ସାଂସଦ ପ୍ରତାପଙ୍କ ଇସ୍ତଫା ବାଲେଶ୍ଵର ରାଜନୀତିକୁ ସରଗରମ କରିଛି।

ପ୍ରତାପଙ୍କ ଏପରି ଅଚାନକ ଭାବେ ଇସ୍ତଫା ଦେବା ଜିଲ୍ଲା ରାଜନୀତିରେ ଆଗାମୀ ଦିନରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି।ବିଜେଡିର ଦୁର୍ଗ କୁହା ଯାଉଥିବା ବାଲେଶ୍ଵରରୁ ୨୦୧୯ ନିର୍ବାଚନରେ ସାଂସଦ ଭାବେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପ୍ରତାପ ଷଡ଼ଙ୍ଗୀ ଜିତିଥିଲେ।

ତେବେ ଏହା ସମ୍ପୂର୍ଣ୍ଣ ରାଜ୍ୟ ନୁହଁ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଚକିତ କରିଥିଲା।ସାକ୍ଷରତା ଦୃଷ୍ଟିରୁ ଶୀର୍ଷରେ ଥିବା ବାଲେଶ୍ଵରର ସାଂସଦ ହେବା ପ୍ରତାପଙ୍କୁ ନୂଆ ପରିଚୟ ଦେଇଥିଲା।

ସେଥିପାଇଁ ସେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଶିରୋନାମାରେ ଥିଲେ।କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ବିଜେପିରେ ସେହିଁ ଏକ ବଡ଼ ଚେହେରା ରୁପରେ ଉଭା ହେଉଥିଲେ।କୁହା ଯାଉଥିଲା ମୋଦିଙ୍କ ବିଶ୍ଵସ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକଳ୍ପ ଭାବେ ପ୍ରତାପ ଷଡ଼ଙ୍ଗୀ ଦଳର ଦାୟିତ୍ଵ ନେବେ।ବାଲେଶ୍ଵର କାହିଁ ସମଗ୍ର ରାଜ୍ୟରେ ବିଜେଡିକୁ ମାତ ଦେବା ପାଇଁ ପ୍ରତାପ ହିଁ ଏକ ବଡ଼ ଭୂମିକା ନିର୍ବାହ କରିବେ।

ହେଲେ ମାତ୍ର କିଛି ମାସର ବ୍ୟବଧାନ ସେ ସବୁକୁ ମିଳାଇ ଦେଇଥିଲା।ବିଶେଷ କରି ମୁଁ ବାଲେଶ୍ଵରର ମନ୍ତ୍ରୀ ନୁହେଁ ଭାରତର ମନ୍ତ୍ରୀ, ଏହି ମନ୍ତବ୍ୟଟି ପ୍ରତାପ ଏକ ସଭାରେ ଦେଇଥିଲେ ଓ ଏହା ସମଗ୍ର ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ହେଇଥିଲା।ବିଜେଡି ଓ କଂଗ୍ରେସ ଏହି ବୟାନର କଡ଼ା ସମାଲୋଚନା କରିଥିଲେ।

ସେହିପରି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ଵ କରୁଥିବା ପ୍ରତାପ ତାଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସେହିଭଳି କୌଣସି ବଡ ଧରଣର ଉନ୍ନୟନ ମୂଳକ କାର୍ଯ୍ୟ କରି ପାରି ନାହାନ୍ତି l

ବିଶେଷ କରି ଏମ୍ସ ଡାକ୍ତରଖାନା ଏଠାରେ କାର୍ଯ୍ୟକ୍ଷମ ନ ହେବାକୁ ବିରୋଧୀମାନେ ତାଙ୍କ ବିପକ୍ଷରେ ବ୍ୟବହାର କରିଥିଲେ।ତେବେ ଏ ସବୁ କାରଣରୁ ପ୍ରତାପ ଇସ୍ତଫା ଦେଇଥିବା ଜଣା ପଡୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.