Press "Enter" to skip to content

ଦେଖନ୍ତୁ ମାଳିକା ଆମ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କଣ କହିଛି special report

ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ସାରା ବିଶ୍ୱର ରାଜନୀତି କଥା କହିବା ସହିତ,ବିଶ୍ୱର କେଉଁ ନେତା କେତେବେଳେ ନେତୃତ୍ୱ ନେବେ ଓ ସହିତ ଓଡ଼ିଶାର ରାଜନୀତି ଏବଂ ସାରା ଭାରତ ବର୍ଷର ରାଜନୀତି କଥା ମଧ୍ୟ ମହାପୁରୁଷ ଏହି ମାଳିକାରେ ବର୍ଣ୍ଣନା କରିଛନ୍ତି।

କେମିତି ଲେଖିଛନ୍ତି କେଉଁ ଗ୍ରନ୍ଥରେ ଲେଖିଛନ୍ତି,ତାହେଲେ ଆମେ ସେ ଗ୍ରନ୍ଥର ଏକ ପ୍ରକାରର ପ୍ରମାଣ ନେବା।ତାହେଲେ ଆମେ ସେ ଗ୍ରନ୍ଥର କିପରି ପ୍ରମାଣ ନେଇ ପାରିବା ଆଗକୁ ଆମେ ସେ ବିଷୟରେ ସମ୍ପୂର୍ଣ୍ଣ ବିସ୍ଥାର ଭାବରେ ଜାଣିବା।

ତାହେଲେ ଆସନ୍ତୁ ଜାଣିବା ମହାପୁରୁଷ ନିଜ ଲିଖିତ ମାଳିକାରେ କଣ କହିଛନ୍ତି।ଆପଣ ମାନେ ଦେଖିଥିବେ ବା ଜାଣିଥିବେ ଅଟଳ ବିହାରୀ ବାଜପେୟୀ ଆମର ପ୍ରଧାନ ମନ୍ତ୍ରୀ ଥିଲେ।ତାପରେ ଆସନ୍ତୁ ଜାଣିବା ଏହାକୁ ଭିତ୍ତି କରି ମହାପୁରୁଷ ଅଚ୍ୟୁତ କଣ ଲେଖିଥିଲେ।

ମହାପୁରୁଷ ଅଚ୍ୟୁତ ଲେଖିଲେ:-
“କ୍ଷେତ୍ରରେ ହୋଇବ ବ୍ରାହ୍ମଣ ରାଜା,କିଛି ଦିନ ସେହି ପାଳି ପରଜା,
କିଛି ଦିନ ଭୋଗ କରିବ ମହି,ତେରଦିନ ପକ୍ଷେ ପଥ ଉଡାଇ”

ତାହେଲେ ଅଚ୍ୟୁତ ଲେଖିଲେ କଣ ନା କ୍ଷେତ୍ରରେ ଗୋଟେ ବ୍ରାହ୍ମଣ ରାଜା ହେବ,ଆଉ କିଛିଦିନ ସେ ପ୍ରଜା ମାନଙ୍କୁ ଭଲ ଭାବରେ ପାଳିବେ,କିଛି ଦିନ ଭୋଗ କରିବେ ମହି ଆଉ କିଛିଦିନ ପକ୍ଷେ ପଥ ଉଡାଇ।

ଏହି ମହାପୁରୁଷ ଅଚ୍ୟୁତଙ୍କର କଥାକୁ ସତ୍ୟତା ପ୍ରମାଣ କରିବାକୁ ଯାଇଁ,ହାଡ଼ି ଦାସ ଛତିଆ ଵଟ ଗାଦିର ସନ୍ଥ ଲେଖିଥିଲେ କଣ ନା ,ତେର ତେର ଚାରି ତେର ଏକତ୍ର ରହିବ,ଦିଲ୍ଲୀ ସିଂହାସନରେ ଏକ ବ୍ରାହ୍ମଣ ବସିବ,ପୁତ୍ର ନାତି ଭାର୍ଯ୍ୟା ଆଦି ନଥିବ ତାହାର,ତାହାରି ସମୟେ ଦେଶେ ଫୁଟିବ କମଳ।

ଆଉ ଏହାର ଅର୍ଥ କରିବାକୁ ଗଲେ ଏହାର ମାନେ ବାହାରିବ ଯେ,ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ ସେ ସମୟରେ ୧୩ ଦିନିଆ ପକ୍ଷ ପଡିଥିଲା।ଆଉ ସେତେବେଳେ ପ୍ରାୟ ୧୩ ମାସ ଭୋଗ ହୋଇଥିଲେ ଆଉ ତାପରେ ୧୩ ଦୟା ଶାସନ ହୋଇଥିଲେ।ଆଉ ପ୍ରାୟ ୧୩ ଦିନ ପାଇଁ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଆଉ ଯଦି ଅଟଳ ବିହାରୀ ବାଜପେୟିଙ୍କ କଥା ମହାପୁରୁଷ ଲେଖିଥିଲେ,
ତାହେଲେ ମହାପୁରୁଷ କଣ ଆମ ଓଡ଼ିଶା କଥା ଲେଖିନଥିଲେ।ତାହେଲେ ଆସନ୍ତୁ ଜାଣିବା ମହାପୁରୁଷ ଓଡ଼ିଶାର କଥା କଣ ଲେଖିଛନ୍ତି।

ମହାପୁରୁଷ ଲେଖିଲେ:-
“ଵିବେକି ହୋଇବ ବିଜୟାନନ୍ଦ,ବିରାଟ ନରେଶ ଜାଣେ ଏ ଛନ୍ଦ,
ବଳେ ଓଡ଼ିଶାରେ ଧନୀ ହୋଇବ,ବଳେ କଳେ ସେ ଉଡେ଼ଇ ନବ।
ବଳେ ଅପମାନ ପାଇ ଯେ,ବାରଣ ବେଳକୁ ତାର ପୋଷା ପୁଅ
ଓଡିଶାରେ କୀର୍ତ୍ତି ରଖିଯିବ।

ମହାପୁରୁଷ କଣ କହିଲେ ନା ଠାରରେ କହିଲେ କେମିତି ନା ,ଯେମିତି ଗୋଟେ ସୁନ୍ଦର ସୁନା ଟିଏ ବା କୋହିନୁର ହୀରା ଟିଏକୁ କଣ ସର୍ଵ ସାଧାରଣ ପାଖରେ ରଖାଯାଏ କି ? ଏ ସବୁ ଜିନିଷକୁ ଲୁଚେଇ ରଖାଯାଏ।ଯେମିତି ଏସବୁ ଜିନିଷକୁ ସର୍ଵ ସାଧାରଣ ଜାଣି ପାରିବେ ନାହିଁ।

ସେମିତି ମାଳିକାକୁ ରଖାଯାଇ ଅଛି ଯାହାକୁ ସର୍ବସାଧାରଣ ଭଲ ଭାବରେ ଜାଣିପାରିବେ ନାହିଁ,ଆଉ ଏହାକୁ ଭକ୍ତ ଜାଣି ଶୁଣି ମଧ୍ୟ ବାଟବଣା ହେବେ ଆଉ ସାଧାରଣ ଲୋକଙ୍କ କଥା କଣ କହିବା।ଇଣ୍ଡୋନେସିଆର ପ୍ରଧାନ ମନ୍ତ୍ରୀଙ୍କୁ ବିଜୁପଟ୍ଟନାୟକ ଉଡେ଼ଇ ଆଣିଥିଲେ।

ଆଉ ତାପରେ ଇଲେକ୍ସନରେ ମଧ୍ୟ ହାରିଥିଲେ।ବାରଣ ବେଳକୁ ମାନେ ଶେଷ ବେଳକୁ,ଆଉ ପୋଷିଲା ପୁଅ ମାନେ ଯୋଗ୍ୟ ପୁଅ ମାନେ ବର୍ତ୍ତମାନର ଯୋଗ୍ୟ ପୁଅ ତାଙ୍କର ଶାସନ ଗାଦୀରେ ବସିଛନ୍ତି।ଆଉ ଏହା ଅଚ୍ୟୁତଙ୍କର ମାଳିକାରେ ବର୍ଣ୍ଣିତ ଅଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.