Press "Enter" to skip to content

ସୁନ୍ଦରୀ ଙ୍କ ଚୋରି କରି ପଲଟି ଭାଇରଲ ହେବାରୁ ଥାନାରେ ଫେରାଇଲେ 1 ଲକ୍ଷ୍ୟ 40 ହଜାର ଟଙ୍କା

ବନ୍ଧୁଗଣ ଚୋରି ଘଟଣା ତ ଆପଣ ସୋସିଆଲ ମିଡିଆରେ ଅନେକ ଦେଖିଥିବେ ଏବଂ ଅନେକ ନିଜ ଆଖି ଆଗରେ ଦେଖିଥିବେ l କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଚୋରି ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ କାହାକୁ ବିଶ୍ୱାସ କରିବାକୁ ମଧ୍ୟ ଶହେ ଥର ଚିନ୍ତା କରିବେ l

ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋରି କରି ଯୁବତି ହେଲେ ହଟହଟା l ଏମିତି ସେମିତି ଚୋରି ନୁହେଁ ସେ ପୁଣି ଦେଢ ଲକ୍ଷ୍ୟ ଟଙ୍କାର ଆଇ ଫୋନ ଚୋରି ଏବଂ ଏହା ସହ କାର୍ଡ ସ୍ବାଇପି ମେସିନ ମଧ୍ୟ ନେଇ ଫେରାର ହୋଇଯାଇଥିଲେ l

ଏକ ମୋବାଇଲ ଦୋକାନ ରୁ ଏକ ଆଇଫୋନ ଦେଖି କିଣିବାକୁ ଇଚ୍ଛା ରଖି ଦୋକାନ ରେ ପହଞ୍ଚିଥିଲେ l ମୋବାଇଲ ର ଦାମ ଦେଢ଼ ଲକ୍ଷ୍ୟ ଟଙ୍କା ଥିବାବେଳେ ମୋବାଇଲ କିଣିବାକୁ କହିଥିଲେ ଏବଂ କାର୍ଡ ରେ ପେମେଣ୍ଟ କରିବେ ବୋଲି କହିଥିଲେ l

ଏବଂ ପରେ ଦୋକାନୀ ର ଏକ କର୍ମଚାରୀ ଙ୍କୁ ତାଙ୍କ ସହ ଘରକୁ ଆସିବାକୁ କହିଥିଲେ l ଏବଂ ଘରେ ହିଁ କାର୍ଡ ଅଛି ବୋଲି କହିଥିଲେ l ପରେ ଦୋକାନ ରେ ଥିବା କର୍ମଚାରୀ ଙ୍କୁ ନେଇ ଯାଇଥିଲେ ନିଜ ସ୍କୁଟିରେ l

ରାସ୍ତାରେ ତେଲ ପକାଇବାପାଇଁ କହି ଦୋକାନ ର କର୍ମଚାରି ଙ୍କୁ ବାଟରେ ଓଲ୍ହାଇ ନିଜେ ଚମ୍ପଟ ମାରିଲେ l ଏହାପରେ ଦୋକାନୀ କର୍ମଚାରୀ ଜଣଙ୍କ ମାଲିକ ଙ୍କୁ ସବୁକଥା କହିଥିଲେ l ଏହାପରେ ମାଲିକ ଜଣଙ୍କ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ l ଏବଂ ଯୁବତୀ ଜଣଙ୍କୁ ଖୋଜି ପାଇଥିଲେ l

ଏହାପରେ ତାଙ୍କୁ ପ୍ରଶ୍ନ ପଚାରିଥିଲେ କାହିଁକି ଏପରି କଲେ ବୋଲି l କିନ୍ତୁ ଯୁବତୀ ଜଣଙ୍କ ତାଙ୍କୁ ଚିହିଁବାରେ ସଫା ସଫା ମନା କରିଦେଇଥିଲେ l ଏହାପରେ ମାଲିକ ଇଣଙ୍କ ତାଙ୍କୁ ସିସିଟିଭି ଏବଂ ସମସ୍ତ ଦୃଶ୍ୟ ଦେଖାଇଥିଲେ l ଏହାପରେ ଯୁବତୀ ଜଣଙ୍କ କହିଥିଲେ ସେ ଦୋକାନ ଯାଇଥିଲେ କିନ୍ତୁ ମୋବାଇଲ ନେଇ ନାହାନ୍ତି l

କିନ୍ତୁ ସୋସିଆଲ ମିଡିଆରେ ଏହି ବିଷୟରେ ଅଧିକ ଭାଇରଲ ହେବା ପରେ ଯୁବତୀ ଜଣଙ୍କ ଦୋକାନୀ ଙ୍କୁ ଏକ ଲକ୍ଷ୍ୟ 40 ହଜାର ତାଙ୍କ ଫେରାଇ ଥିଲେ l ଦୋକାନି ତାଙ୍କୁ କାର୍ଡ ସ୍ବାଇପି ମେସିନ ମାଗିବାରୁ ତାହା ବାବଦକୁ 3000 ଟଙ୍କା ପରେ ଫେରାଇବେ ବୋଲି କହିଥିଲେ l

ଏହାପରେ ଦୋକାନୀ ଜଣଙ୍କ ମଧ୍ୟ ଶିକ୍ଷା ପାଇଥିଲେ ଏବଂ କୌଣସି ଗ୍ରାହକ ଙ୍କୁ ସମ୍ପୂର୍ଣ ପଇସା ନଦେଲେ ଜିନିଷ ଦେବେନାହିଁ ବୋଲି ମିଡିଆ ସାମ୍ନାରେ ମନ୍ତବ୍ୟ ରଖିଥିଲେ l ଏହି ଘଟଣା ବର୍ତ୍ତମାନ ଭୁବନେଶ୍ୱର ରେ ବେଶ ଚର୍ଚାର ବିଷୟ ପାଲଟିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.