ସାଙ୍ଗମାନେ ଆଜି ଆମେ ଏକ ଭାଇରଲ ହୋଇଥିବା ଭିଡିଓ ବିଷୟରେ ଜାଣିବା।ଅଳ୍ପ ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଇଥିଲା।ସେହି ଭିଡ଼ିଓଟିରେ ଜଣେ ଲୋକ ଓ ତାଙ୍କ ପତ୍ନୀ ବହୁତ କାକୁତି ମିନତି ହେଇ କିଛି କଥା ମିଡିଆ ଆଗରେ କହୁଥିଲେ।
ତେବେ ସେ ଏକ ଛୁଆକୁ ୫୦୦୦୦ ଟଙ୍କାରେ ବିକ୍ରି କରିବା କଥା ଶୁଣି ମନଦୁଃଖ କରିଥିଲେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ପାଇବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ
ତେବେ ସେହି ବ୍ୟକ୍ତି ଜଣଙ୍କର ପଟିଆ ରେଳ ଷ୍ଟେସନରେ ଏକ ଦୋକାନ ଅଛି।ତେବେ କିଛି ଦିନ ତଳେ ତାଙ୍କ ଦୋକାନରେ କିଏ ଏକ ଛୁଆକୁ ଛାଡ଼ି ଚାଲିଯାଇଥିଲା।ତେବେ ଯେତେବେଳେ ସେ ଓ ତାଙ୍କ ସ୍ତ୍ରୀ ଛୁଆଟିକୁ ଦେଖିଥିଲେ, ସେମାନେ ଆଶ୍ଚର୍ଯ୍ୟ ହେଇଥିଲେ।
ଆଖପାଖର ଲୋକ ସବୁ ଏକାଠି ହେଇ ସେଠି ଗହଳି କରି ଦେଇଥିଲେ।ତେବେ ସବୁ ଲୋକମାନେ ଛୁଆକୁ ପୋଲିସକୁ ଦେଇ ଦେବାକୁ କହିଥିଲେ।ତେବେ ଏହି ଦୁଇ ଦମ୍ପତ୍ତି ଥାନାରେ ଯାଇ ସବୁ କଥା କହିଥିଲେ।କିନ୍ତୁ ଥାନାରେ ତାଙ୍କୁ କହିଥିଲେ କି ଚାଇଲ୍ଡ ଅଫିସ ଚାଲନ୍ତୁ।
ତେବେ ଚାଇଲ୍ଡ ଅଫିସରେ ପହଞ୍ଚିବା ପରେ ସେମାନେ ଜବରଦସ୍ତି କରି ପିଲାକୁ ଛଡ଼ାଇନେଲେ।ଏହାପରେ ତାଙ୍କୁ ସେଠି ତଡ଼ିବାକୁ ଚେଷ୍ଟା କଲେ।ତେବେ ଅଳ୍ପ କିଛି ସମୟ ପରେ ସେଠାରେ ଜଣେ ମହିଳା କହିଥିଲେ କି ଆପଣମାନେ ଯାଆନ୍ତୁ, ଏହି ପିଲାକୁ ୫୦୦୦୦ଟଙ୍କାରେ ବିକ୍ରି କରିଦିଆଯିବ।

ତେବେ ଏହି କଥାଟି ଏହି ସ୍ଵାମୀ ସ୍ତ୍ରୀ ଦୁଇଜଣଙ୍କୁ ପସନ୍ଦ ଆସି ନଥିଲା।ପ୍ରକୃତରେ କିଛି ଦିନ ତଳେ ତାଙ୍କର ଏକ ଦେଢ଼ ବର୍ଷର ଛୁଆଟିଏ ମରିଯାଇଥିଲା।ତେବେ ଯେତେବେଳେ ସେମାନେ ଏହି ଛୁଆଟିକୁ ଦେଖିଥିଲେ ସେମାନେ ଭାବିଥିଲେ କି ତାଙ୍କ ଛୁଆ ଯେମିତି ସତରେ ତାଙ୍କ ପାଖକୁ ଫେରିଆସିଛି।

ତେବେ ସେ ବ୍ୟକ୍ତିଜଣକ କହିଥିଲେ କି ଆମର ସେହି ଛୁଆଟି ଦରକାର।ସେ ତାକୁ ନିଜ ପୁଅଠାରୁ ବି ଅଧିକ ଯତ୍ନ ନେବେ।ଏହା କହି ବ୍ୟକ୍ତି ଜଣକ କାନ୍ଦି ପକାଇଥିଲେ।ତେବେ ସେ ବ୍ୟକ୍ତି କହିଥିଲେ କି ସେ ପିଲାକୁ ନେଇ ସେ ରଖିବେ ଓ ତାର ସବୁ ଭାର ଉଠାଇବେ।
ବ୍ୟକ୍ତିଜଣକ କହିଥିଲେ କି ସେ ପିଲାକୁ କଣ ବିକିବା ପାଇଁ ମୁଁ ତୁମକୁ ଦେଇଥିଲି, ତାକୁ ମତେ ଫେରେଇ ଦିଅନ୍ତୁ।

ତେବେ ଏହି ସବୁ କଥାରେ କଂଗ୍ରେସ ନେତା ସୁର ରାଉତରାୟ ସେହି ଦୁଇ ଦମ୍ପତିଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲେ।ସେମାନଙ୍କୁ ସୁର ରାଉତରାୟ ସେ ପିଲାକୁ ବଡ଼ ମଣିଷ କରିବେ କି ନାହିଁ ପ୍ରଶ୍ନ କରିଥିଲେ ଓ ଏହାପରେ ପ୍ରତିଶ୍ରୁତି ଦେଇଥିଲେ କି ପୁରା ସମ୍ପୂର୍ଣ୍ଣ ନୀତି ନିୟମ ଅନୁସାରେ ତାଙ୍କୁ ପିଲାଟି ମିଳିଯିବ।
Be First to Comment