ଦେହଜୀବୀମାନଙ୍କର ଏହି ଦେହ ବ୍ୟାପାର ସେତେ ପର୍ଯ୍ୟନ୍ତ ଠିକ ଚାଲିଥାଏ,ଯେତେ ପର୍ଯ୍ୟନ୍ତ ସେମାନେ ଯବାନ ଅଛନ୍ତି ବା ଯେତେ ପର୍ଯ୍ୟନ୍ତ ସେମାନଙ୍କର ସୌନ୍ଦର୍ଯ୍ୟ ଅଛି।ଦେହଜୀବୀ ଯେତେ ଯବାନ ଅଛି ସେହି ଦେହଜୀବୀର ଏହି ବ୍ୟାପାରରେ ତାର ମୂଲ୍ୟ ସେତେ ଅଧିକ।
ତେବେ ଆପଣମାନେ କେବେ ଭାବିବାକୁ ଚେଷ୍ଟା କରିଛନ୍ତି କି ଯେଉଁ ଦେହଜୀବୀମାନେ ଏହି ବ୍ୟାପାରରେ ବହୁତ ସମୟ କାମ କରିବା ପରେ ବୃଦ୍ଧାବସ୍ଥାକୁ ଆସନ୍ତି,ସେହି ସମୟରେ ସେମାନେ କଣ କରି ନିଜ ଜୀବିକା ନିର୍ବାହ କରନ୍ତି।
ତେବେ ଯେଉଁ ଦେହଜୀବୀ ମାନଙ୍କର ବୃଦ୍ଧାବସ୍ଥା ଆସିଯାଏ ତାଙ୍କୁ କୋଠୀରୁ ବାହାର କରା ଦିଆ ଯାଇଥାଏ।ତେବେ ତା ପଛରେ ସେମାନେ କିପରି ନିଜ ଜୀବନ ବଞ୍ଚନ୍ତି,ଏହି ବିଷୟରେ ଜାଣିବା।ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।
ଜଣେ ଦେହ ବେପାରୀର ମୂଲ୍ୟ ପ୍ରତ୍ୟେକ ଦିନ ତାର ସୌନ୍ଦର୍ଯ୍ୟ ହିସାବରେ ନିର୍ଦ୍ଧାରିତ ହେଇଥାଏ।ତେବେ ଥରେ ସୌନ୍ଦର୍ଯ୍ୟ କମିଗଲା ପରେ ତାଙ୍କୁ ଆଉ ଗ୍ରାହକ ମିଳିନଥାଏ।ଏହା ଦ୍ଵାରା ତାଙ୍କୁ ସେଠି କୋଠୀରୁ ବାହାର କରି ଦିଆଯାଏ।
ତେବେ ସେଠି ବହୁତ ଦିନ କାମ କରିବାପରେ ବାହାରକୁ ଆସିଲେ ସେମାନଙ୍କ ଜୀବନ ବହୁତ ଅନ୍ଧକାରମୟ ହେଇ ଯାଇଥାଏ।ସେମାନେ ଏହି କାମ ଛଡ଼ା ଆଉ କିଛି କାମ କରିବା ଜାଣନ୍ତି ନାହିଁ।ତେବେ ସେମାନେ କିଛି କାମ ନ କରି ପାରି ଶେଷରେ ଭିକ ମାଗିଥାଆନ୍ତି।
କାରଣ ଏହି କାର୍ଯ୍ୟ କରିବା ପରେ ନା ତାଙ୍କୁ ସମାଜ ଗ୍ରହଣ କରିଥାଏ, ନା ସେମାନଙ୍କ ପରିବାର।ତେବେ ବେଳେ ବେଳେ ଏହା ଦେଖା ଯାଇଥାଏ କି ଯେଉଁ ଦେହଜୀବୀମାନଙ୍କର ଅଧିକ ବୟସ ହେଇଯାଏ,ସେମାନେ ସେହି ବେ-ଶ୍ୟା-ଳ-ୟ ଚଳାଇଥାନ୍ତି।ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ସେଇଟି ହେଇ ନଥାଏ।
ତେବେ ଅନେକ ଦେହଜୀବୀଙ୍କ କ୍ଷେତ୍ରରେ ଏହା ମଧ୍ୟ ଦେଖା ଯାଇଛି କି ବହୁତ କମ ବୟସରୁ ହିଁ ସେମାନଙ୍କୁ ଏଡ୍ସ ଭଳି ରୋଗରେ ଆକ୍ରାନ୍ତ ହେଇଥାନ୍ତି।ସେମାନଙ୍କର ବାକି ଜୀବନ ଏହି ଏଡ୍ସ ରୋଗ ସହ ଲଢ଼ିବାରେ ଚାଲି ଯାଇଥାଏ।

ତେବେ ଆମ ସମାଜରେ ଯେଉଁ ମହିଳାମାନେ ଏହି ଦେହବ୍ୟାପାରକୁ ଓଲ୍ହାନ୍ତି ସେମାନଙ୍କ ପଛରେ ଏକ ନିଷ୍ଠୁର ସତ୍ୟ ଲୁଚି ରହିଛି।ଏହା ପଛର ମୁଖ୍ୟ କାରଣ ହେଉଛି ଆମ ସମାଜର ପୁରୁଷମାନେ, ଯେଉଁମାନେ କି ଏହି ମହିଳାମାନଙ୍କୁ ଦେହ ବ୍ୟାପାରରେ ଲୀନ ହେବା ପାଇଁ ବାଧ୍ୟ କରୁଛନ୍ତି।

ସେହି ମହିଳାମାନେ ପଇସା କମାଇବାର ଅନ୍ୟ କୌଣସି କାମ ନ ପାଇ ଏହି କାମ କରିବାକୁ ବାଧ୍ୟ ହେଇଥାନ୍ତି।ତେବେ ଏହିଭଳି ଭାବରେ ହିଁ ଦେହଜୀବୀମାନଙ୍କର ଜୀବନ ଅନ୍ଧକାରମୟ ହେଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment