ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏହି ଲକ ଡାଉନ ବିଷୟରେ ନିଆଯାଇଥିବା କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।
ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏବେ ଯେଉଁ ଦୁଇ ସପ୍ତାହ ଧରି ଯେଉଁ ଲକଡାଉନ ଚାଲିଛି ପ୍ରାୟ ଅଧିକାଂଶ କ୍ଷେତ୍ରରେ ଲୋକମାନେ କୋଭିଡ ନିୟମ ମାନିଛନ୍ତି।
ଗତ ଥର ଲକ ଡାଉନରେ ସାରା ରାଜ୍ୟର ୩୦ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଦୁଇ ଭାଗରେ ବିଭକ୍ତ କରାହାଇଥିଲା।୧୭ଟି ଜିଲ୍ଲାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାପାଇଁ ଅନୁମତି ଦିଆଯାଇଥିଲା।ଗତ ୧୪ ଦିନ ମଧ୍ୟରେ ଏହି ସବୁ ଜିଲ୍ଲା ଗୁଡିକରେ ସଂକ୍ରମଣ ବଢିନାହିଁ।
ଏବଂ ସଂକ୍ରମଣ କମିଛି ମଧ୍ୟ।ଅନ୍ୟ ୧୩ଟି ଜିଲ୍ଲାରେ ଆମେ ଯାହା ଦେଖୁଛୁ ସେଥିରେ ତିନୋଟି ଜିଲ୍ଲାରେ ୫%ରୁ କମ କୋ-ଭି-ଡ କେଶ ପ୍ରାୟ ଆସୁଛି।ଏହି ତିନୋଟି ଅନୁଗୁଳ,ଢେଙ୍କାନାଳ ଏବଂ କେଉଁଝରକୁ କ୍ୟାଟାଗୋରି ଏ ଜିଲ୍ଲାରେ ସାମିଲ କରିବାପାଇଁ ରାଜ୍ୟ ସରକାର ସାମିଲ କରିଛନ୍ତି।
ବର୍ତ୍ତମାନ କାଲି ଠାରୁ ଯେଉଁ ଲକଡାଉନ ହେବାକୁ ଯାଉଛି ସେଥିରେ ଓଡିଶାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।ଗୋଟିଏ ହେଉଛି କ୍ୟାଟାଗୋରୀ ଏ ସେଥିରେ ୨୦ଟି ଜିଲ୍ଲା ଆସୁଛି।ଏବଂ ଅନ୍ୟ ଦଶଟି ଜିଲ୍ଲା ହେଉଛି କ୍ୟାଟାଗୋରୀ ବି।ଏହି ବି କାଟାଗୋରୀ ଜିଲ୍ଲା ମାନଙ୍କରେ କୋ-ଭି-ଡ ନିୟମ ଅଳ୍ପ କଡାକଡି କରାଯିବ।ସଂକ୍ରମଣ ହାରକୁ ଦେଖି ଏହାର ନିଷ୍ପତ୍ତି ନିଆଯିବ।
ଏବେ ଆସନ୍ତୁ ଜାଣିବା କେଉଁ ସବୁ ପରିବର୍ତ୍ତନ ହୋଇଛି ଏହି ସବୁ ଜିଲ୍ଲାରେ?କେତେଗୁଡିଏ ଜିଲ୍ଲାରେ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାପାଇଁ ଅନୁମତି ଦିଆଯିବ।ଏହି ୨୦ ଟି ଜିଲ୍ଲାରେ ବସ ଚଳାଚଳର ମଧ୍ୟ ଅନୁମତି ଦିଆଯିବ।କିନ୍ତୁ ସେହି ବସରେ ଯେତିକି ସିଟ ଥିବ ସେହି ଅନୁସାରେହିଁ ଲୋକ ବସିପାରିବେ।
ଏହା ସହିତ ଏହି ୨୦ଟି ଜିଲ୍ଲାରେ ଟ୍ୟାକ୍ସି ଏବଂ ଅଟୋ ରିକ୍ସା ଆଦି ମଧ୍ୟ ଚାଲିପାରିବ।ଏହି ଜିଲ୍ଲା ମାନଙ୍କରେ ସେଲୁନ ଖୋଲିବାର ମଧ୍ୟ ଅନୁମତି ଦିଆଯାଇଛି।ଏହା ସହିତ ସାପ୍ତାହିକ ହାଟ ଏବଂ ମାର୍କେଟକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି।ଏହା ସହିତ କୋ-ଭି-ଡ ଗାଇଡ଼ଲାଇନକୁ ମାନିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତର ରହିବ।
କ୍ୟାଟାଗୋରୀ ବିରେ ଥିବା ଜିଲ୍ଲା ମାନଙ୍କରେ ସକାଳ ୬ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ।କିନ୍ତୁ ଏହା କୋ-ଭି-ଡ ନିୟମ ଅନୁସାରେ ଚାଲିବ।ଏହି ଦଶଟି ଜିଲ୍ଲାରେ ଆଉଟଡୋର ଫିଲ୍ମ ସୁଟିଙ୍ଗ ଅନୁମତି ଦିଆଯାଇଛି କିନ୍ତୁ ଇନଡୋର ଫିଲ୍ମ ସୁଟିଙ୍ଗକୁ ଅନୁମତି ଦିଆ ଯାଇନାହିଁ।ଏହି ୧୦ଟି ଜିଲ୍ଲାରେ ବର୍ତ୍ତମାନ ବସ ଆଦି ଚଳାଚଳ କରିବାର ଅନୁମତି ଦିଆଯାଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment