Press "Enter" to skip to content

ଜନ୍ମ ଦିନରେ ହୃଦୟ କିଣିଲେ Archita ସମସ୍ତେ କହିଲେ ସ୍ୱାମି ସ୍ତ୍ରୀ ହେବ ତ ଏମିତି ଜାଣନ୍ତୁ କଣ କଲେ ଅର୍ଚିତା

ଦେଢ଼ଶହ ବସ୍ ଚାଳକଙ୍କ ପରିବାରକୁ ଦିଆଗଲା ରାସନ ସହାୟତା। ଅର୍ଚ୍ଚିତାଙ୍କ ଜନ୍ମଦିନରେ ଏହି କାମ ଟି ହେଇଥିବାରୁ ଆମେ ଦୁହେଁ ଅତି ଆନନ୍ଦିତ।


ମହାମାରୀ କରୋନା କାଳରେ ଅନେକ ଦୁଃଖ କଷ୍ଟ ଭିତରେ ବୁଡି ଯାଇଛନ୍ତି ବସ ଡ୍ରାଇଭର, ହେଲ୍ପଅର୍ ଓ କର୍ମଚାରୀ ।

ଗତକାଲି ସୋସିଆଲ ମିଡ଼ିଆରେ ଆସି ଗୋଟିଏ ଭିଡିଓ ପହଞ୍ଚିଲା। ସେଥିରେ କିଛି ବସ୍ ଚାଳକ, କଣ୍ଡକ୍ଟର ଓ ହେଳ୍ପର୍ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଛିଡ଼ା ହୋଇ ସହାୟତା ନିବେଦନ କରୁଥିଲେ।

ସେମାନଙ୍କ ମଧ୍ୟରୁ ଜଣେ କହୁଥିଲେ, ‘ ଆମେ କରୋନା ଆସିବା ପରଠୁ ୨ବର୍ଷ ହେବ ବହୁ ଅସୁବିଧା ଭିତରେ ଅଛୁ। ଗତବର୍ଷ ଯାହା ଯେମିତି ଗଲା, ଏବର୍ଷ ୨ମାସରୁ ଅଧିକ ଦିନ ବିତିଲାଣି ବସ୍ ଗଡ଼ିଲାନି। ଆମ ପରିସ୍ଥିତି ଆଉ ଦେଖିହେଉ ନାହିଁ ।

ରାଜ୍ୟରେ ୧୨ ହଜାର ଗାଡ଼ି ଚାଲୁଥିଲା ବେଳେ ଲକ୍‌ଡାଉନ୍ ଯୋଗୁ ସବୁ ବନ୍ଦ । ଅଧିକାଂଶ ଷ୍ଟାଫ୍ ଗାଁରେ। ଆମେ ୧୫୦ ପରିବାର ପିଲାଛୁଆ ଧରି ଘରଭଡ଼ା ନେଇ ଏଠି ପଡ଼ିଛୁ ।

ଚୁଲି ଜଳିବାକୁ ପାଖରେ ଟଙ୍କାଟିଏ ନାହିଁ । ଓଳିଏ ଖାଇଲେ ତିନିଦିନ ଓପାସ ରହୁଛୁ। ଭାତ ଛାଡ଼ନ୍ତୁ, ମୁଢ଼ି ମୁଠାଏ କି ଚୁଡ଼ା ଗଣ୍ଡାଏ ମିଳୁନି। ଲକଡାଉନ୍ ଓ ଏବେ ବାସ୍ ରେ ଗଛ ଉଠିଗଲାଣି, ଆମେ କରିବୁ କଣ? ଯଦି କେହି ସାହାଯ୍ୟ କରିବେ ତେବେ ଆମମାନଙ୍କ ଜୀବନ ବଞ୍ଚି ଯଆନ୍ତା’ ।


ଏହି ଭିଡିଓଟି ପାଇବା ପରେ ଆମେ ସଙ୍ଗେ ସଙ୍ଗେ ଉଦ୍ୟମ ଆରମ୍ଭ କରିଥିଲୁ। ଆଜି ବରମୁଣ୍ଡା ବସଷ୍ଟାଣ୍ଡ ରେ ସେମାନଙ୍କ ପାଖରେ ରାସନ ସାମଗ୍ରୀ ଓ କଞ୍ଚା ପରିବା ପହଞ୍ଚାଇଲୁ। ସୌଭାଗ୍ୟକୁ ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନ। ତେଣୁ ଏହି ଦିନ ଆଉ ଟିକେ ସ୍ମରଣୀୟ ହେଇଗଲା। ରାଜଧାନୀ ପରିବହନ କର୍ମଚାରୀ ସଂଘ ର ପତ୍ୟେକ୍ ସଦସ୍ୟ ଓ ସଂଘର ସଭାପତି ନବକିଶୋର ମହାନ୍ତି ଙ୍କୁ ଧନ୍ୟବାଦ୍।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.