Press "Enter" to skip to content

ଆସିଲା ପ୍ରଧାନମନ୍ତ୍ରୀଙ୍କ ଉଜ୍ବଳା ଯୋଜନା ଏମିତି କରନ୍ତୁ Online ଆବେଦନ ମାଗେଣା ମିଳିବ ଗ୍ୟାସ

ବନ୍ଧୁଗଣ ଆପଣ ମାନେ ମାଗଣା ଗ୍ୟାସ ଜାଳେଣି ପାଇବା ପାଇଁ ବା ନିଜ ଘର ପାଇଁ ସଂଯୋଗ କରିବାକୁ ଚାହିଁଛନ୍ତି, ତେବେ ବର୍ତ୍ତମାନ ଏକ ସୁବର୍ଣ୍ଣ ସୁଯୋଗ ଆସିଛି, ଯାହାକୁ ହାତ ଛଡା କରନ୍ତୁ ନାହିଁ। ଭାରତ ସରକାରଙ୍କ ପକ୍ଷରୁ ଏହା ଏକ ଗରିବ ଲୋକମାନଙ୍କ ପାଇଁ ଆଉ ସୁବିଧା ରୋଷେଇ କରିବା ପାଇଁ ଯୋଗେଇ ଦିଆଯାଇଛି। ଏହାକୁ କିପରି ନିଜ ଘର ପର୍ଯ୍ୟନ୍ତ ଏହି ସୁବର୍ଣ୍ଣ ସୁଯୋଗକୁ ପହଞ୍ଚାଇ ଏହାର ଉପଭୋଗ କରିବେ ଆସନ୍ତୁ ଜାଣିବା।

ଆଜ୍ଞା ହଁ ଯାହା ଜାଣିବାକୁ ଚାଂହୁଛନ୍ତି ତାହା ସତ୍ୟ ଅଟେ। ଭାରତର କେନ୍ଦ୍ର ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଏହି ମାଗଣା ଏଲ. ପି. ଜି. ଗ୍ୟାସ ଜାଳେଣି ଯୋଗେଇଦେବା ପାଇଁ ମନ୍ତ୍ରାଳୟରେ ଉପସ୍ଥାପନ କରିଥିଲେ। ଭାରତରେ ଥିବା ଗରିବ ଏବଂ ଗରିବ ଶ୍ରେଣୀରେ ରହୁଥିବା ମହିଳା ମାନକୁ ସହଜ ରୋଷେଇ କରିବା ନିମନ୍ତେ ଏହି ଉଜ୍ବଲା ଯୋଜନା ଆରମ୍ଭ କରାଯାଇଛି।

ମେ ମାସ ୧ ତାରିଖ ୨୦୧୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଉଦ୍ଘାଟନ କରିଥିଲେ। ଯାହାକି ଅଦ୍ୟାବଧି ଚାଲିଛି, ଏହି ଯୋଜନା ଚଳିତ ବର୍ଷ ନୂତନ ଆବେଦନ କରିବା ପାଇଁ ଯୋଜନା ଚାଲିଛି ଯାହା ଦ୍ୱାରା ଅବଶିଷ୍ଟ ଉଜ୍ବଲା ଯୋଜନା ପାଇବା ଯୋଗ୍ୟ ତଥା ଗରିବ ଲୋକମାନଙ୍କ ପାଇଁ ଆସିଛି। ଏହା ଚଳିତ ବର୍ଷ ପାଇଁ ଏହା ଅନଲାଇନ ବୋକିଂ ଏବଂ ନୂତନ ଆବେଦନ ଜାରି କରାଯିବ।

ବାଣିଜ୍ୟ ବ୍ୟାପର ପକ୍ଷରୁ ପ୍ରଧାନମନ୍ତ୍ରୀ ଉଜ୍ବଲା ଯୋଜନାର କେବଳ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ କରିବାକୁ ଚାହୁଁଛନ୍ତି। ହେଲେ ଏଥିରେ କୌଣସି ନିୟମ ବଦଳି କରାଯାଇନାହିଁ। ପ୍ରଥମ ପର୍ଯ୍ୟାୟରେ ଥିବା ସମସ୍ତ ନିୟମ ସହ ଅଧିକ ଜରୁରୀ ଏବଂ କଟକଣା ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଯେ ଆପଣ କିପରି ଏହାକୁ ଆବେଦନ କରି ପାରିବେ।


ଯଦି ଆପଣ ଆବେଦନ କରିବାକୁ ଚାଂହୁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ବଲା ଯୋଜନା ୱେବ୍ସସାଇଟକୁ ( ପିଏମଉଜ୍ବଲାଯୋଜନା. କମ) ଓପେନ କରିବାକୁ ହେବ। ୱେବ୍ସସାଇଟ ଓପେନ କଲା ପରେ ଏକ ହୋମ ପେଜ ଆସିବ, ଡାଉନଲୋଡ ଅପ୍ସନ ଉପରେ କ୍ଲିକ କରନ୍ତୁ।

କ୍ଲିକ କରିବା ମାତ୍ରେ ଫର୍ମଟି ସ୍କ୍ରୀନ ଉପରେ ଆସିଯିବ। ଏହାପରେ ସେଥିରେ ଦେଇଥିବା ନାମ, ଇମେଲ ଆଇଡି, ଠିକଣା, ଫୋନ ନମ୍ବର ଏବଂ କ୍ୟାପଚା ପୂର୍ଣ୍ଣ କରିବାକୁ ପଡ଼ିବ। ଏହାପରେ ଓଟିପି ଜେନେରେଟ ପାଇଁ କ୍ଲିକ କରନ୍ତୁ।

ଏହାସବୁ ସମ୍ପୂର୍ଣ୍ଣ ହେବା ପରେ ଫର୍ମ କୁ ଡାଉନଲୋଡ କରିଦିଅନ୍ତୁ। ଏହି ଫର୍ମକୁ ନେଇ ନିକଟରେ ଥିବା ଏଲ. ପି. ଜି ଏଜେନ୍ସି ଠାରେ ଜମା କରନ୍ତୁ। ଫର୍ମ ସହିତ ଆଧାର କାର୍ଡ ଜେର୍କ୍ସ , ଫୋଟୋ, ଠିକଣା ପ୍ରମାଣ ପତ୍ର ଦାଖଲ କରିବା ପାଇଁ ପଡିବ। ଏହାପରେ ଦସ୍ତାବିଜ ଯାଞ୍ଚ ପରେ ଆପଣଙ୍କୁ ଏଲ. ପି. ଜି ଗ୍ୟାସ ଇନ୍ଧନ ରୂପରେ ଆପଣଙ୍କ ଠିକଣା ମତାମତ ସଠିକ ସ୍ଥାନରେ ପହଂଚିଯିବ।

ଯଦି କୌଣସି ତ୍ରୁଟି କିମ୍ବା କୌଣସି କାରଣରୁ ଆସିବାରେ ବିଳମ୍ବ କିମ୍ବା ନ ଆସେ ତେବେ ନିକଟସ୍ଥ ଉଜ୍ବଲା ଯୋଜନା କେନ୍ଦ୍ର ସରକାରଙ୍କର ତଥା ଏଲ. ପି. ଜି ଏଜେନ୍ସି ଅଫିସରେ ଯାଞ୍ଚ କରି ଆସିଲେ ଏହାର ସମାଧାନ ପାଇ ପାରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଉଜ୍ବଲା ଯୋଜନା ବେଶ କାର୍ଯ୍ୟକାରୀ ଅଟେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.