ଗତ କାଲି ତପୁ ମିଶ୍ର ଙ୍କର ପରଲୋକ ହୋଇଥିବା ବେଳେ ତାଙ୍କର ଏକ ଶେଷ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହା ସମସ୍ତେ ଦେଖିବା ପରେ ଭାବୁକ ହୋଇପଡିଛନ୍ତି l ତପୁ ମିଶ୍ର ଦେହତ୍ୟାଗ ପୂର୍ବରୁ ଏକ ଲାଇଭ ଭିଡ଼ିଓ ଜାରି କରିଥିଲେ ଏବଂ ସେହି ଭିଡ଼ିଓ ମାଧ୍ୟମରେ ନିଜ ପ୍ରଶଂସକ ଙ୍କ ସହ କଥା ହେଇଥିଲେ l
ତପୁ ମିଶ୍ର ଭିଡ଼ିଓ ଜରିଆରେ କ-ରୋନା ସମୟରେ ହରେଇଥିବା ନିଜ ପ୍ରିୟ ଜନକ ଙ୍କ ବିଷୟରେ କହିଥିଲେ l ତାଙ୍କର ଜଣେ ପିଉସୀ ନାନୀ ଙ୍କୁ ତାଲାବନ୍ଦ କାରଣ ପାଇଁ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ କ-ରୋନା କଟକଣା ସାମାନ୍ୟ କୋହଳ ହେବାମାତ୍ରେ ତାଙ୍କ ସହ ଦେଖା କରିବେ ଏବଂ ନିଜେ ରୋଷେଇ କରି ତାଙ୍କୁ ଖାଇବାକୁ ଦେବେ l
କିନ୍ତୁ କ-ରୋନା ସମୟରେ ତାଙ୍କ ପିଉସୀ ନାନୀ ଙ୍କ ମୃ-ତ୍ୟୁ ହୋଇଥଲା ଯାହା ଫଳରେ ସେ ଗଭୀର ମର୍ମାହତ ହୋଇଥିଲେ ଏବଂ ତାଙ୍କ ପ୍ରତିଶୁତି ରକ୍ଷା କରିପାରିଲେନି ବୋଲି ବହୁତ ଦୁଃଖିତ ଥିଲେ l ଏବଂ ଭିଡ଼ିଓ ମାଧ୍ୟମରେ କହିଥିଲେ ମଧ୍ୟ କେତେବେଳ କାହାର ଜୀବନଟା ଶେଷ ହୋଇଯିବ ତାହା ଜାଣିହେବ ନାହିଁ l ଜୀବନ ଅତ୍ୟନ୍ତ ସଂଘର୍ଷ ମୟ ଏବଂ ସବୁବେଳେ ଏହି ସଂଘର୍ଷ କୁ ଜୀବନରେ ଅତିକ୍ରମ କରିବାର ଅଛି ବୋଲି କହିଥିଲେ ତପୁ l
ଜୀବନରେ ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଦରକାର ଗର୍ବ ଅହଂକାର କୁ ପଛରେ ପକାଇ ଜୀବନରେ ଆଗକୁ ଯିବା ଉଚିତ l ଜୀବନରେ ରାଗ, ଅହଂକାର, ଗର୍ବ କୌଣସି ମହତ୍ୱ ଦିଏନାହିଁ ଆମେ ବଡ଼ ତମେ ଛୋଟ ଏହି ଜିନିଷ ଟା ରହିବ ଉଚିତ ନୁହେଁ l ସମସ୍ତେ ଜୀବନରେ ସମସ୍ତଙ୍କୁ ଭଲ ପାଇବା ଉଚିତ l
ଲାଇଭ ଭିଡ଼ିଓ ରେ ତପୁ ମିଶ୍ର ତାଙ୍କ ଫ୍ୟାନ ମାନଙ୍କୁ ବହୁତ ଗୁରୁତ୍ୱ ଦେଇଥିଲେ ଏବଂ ସବୁ ଫ୍ୟାନ ମାନଙ୍କ ଭଲପାଇବା ପାଇଁ ହିଁ ସେ ଆଗକୁ ବଢ଼ିଛନ୍ତି ଏବଂ ତାଙ୍କ ଭଲପାଇବା ପାଇଁ ହିଁ ସେ ଆଜି ସଫଳତମ ହୋଇପାରିଛନ୍ତି ବୋଲି କହିଥିଲେ ତପୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment