Press "Enter" to skip to content

ରଜ ସଂକ୍ରାନ୍ତି ରେ ଭୁଲରେ ବି କୁଆଁରୀ ମହିଳା କରନ୍ତୁ ନାହିଁ ଏହି ୫ ଟି କାମ ନହେଲେ ହେବ ସର୍ବନାଶ – Special report

ରଜ ସଂକ୍ରାନ୍ତି କୁମାରୀ କନ୍ୟା ମାନଙ୍କ ପାଇଁ ଶ୍ରେଷ୍ଠ ପର୍ବ l ସମସ୍ତ କୁମାରୀ ମାନେ ଆନନ୍ଦର ସହ ଏହି ପର୍ବ ପାଳନ କରିଥାନ୍ତି l ରଜ ପର୍ବରେ ଦୋଳି ଖେଳିବା ତଥା ପାନ ଖାଇବା ଝିଅମାନେ ପସନ୍ଦ କରିଥାନ୍ତି l

ନୂଆ ଡ୍ରେସ ପିନ୍ଧି ରଜ ପାଳନ କରନ୍ତି କୁମାରୀ ମହିଳାମାନେ l ରଜ ପର୍ବ ରେ ପୁରୁଷ ମାନେ ମଧ୍ୟ ଖେଳ କୁଦ ରେ ମଜି ଯାଆନ୍ତି l ଘରର ନାରୀ ମାନେ ଏହି 3 ଦିନ ରେ କୌଣସି ପ୍ରକାର ପରିବା ଠୁ ଆରମ୍ଭ କରି ସମସ୍ତ କ୍ଷେତ୍ର ପର୍ଯ୍ୟନ୍ତ କଟାକଟି କରନ୍ତି ନାହିଁ l

ରଜ ପର୍ବ ସବୁ ନାରୀ ମାନଙ୍କ ପାଇଁ ଆଶ୍ରିବାଦ ଅଟେ l କିନ୍ତୁ ରଜ ପର୍ବରେ ମହିଳା ମାନଙ୍କୁ ତଥା କୁଆଁରୀ ଝିଅ ମାନଙ୍କୁ ଏପରି କିଛି କାର୍ଯ୍ୟ ବାରଣ କରିବାକୁ ଉଲେଖ କରାଯାଇଛି ଯାହା ସମ୍ପୂର୍ଣ ମତରେ ଯୁକ୍ତି ଯୁକ୍ତ l ରଜ ର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନ ମିଥୁନ ସଂକ୍ରାନ୍ତି ତୃତୀୟ ଦିନ ଭୂମି ଦାହ ରୂପରେ ପାଳନ କରାଯାଏ l ଏହାର ପରଦିନ ଅର୍ଥାତ ଚତୁର୍ଥ ଦିନ ବସୁମତି ସ୍ନାନ କୁହାଯାଏ l

ପୌରାଣିକ କଥା ଅନୁସାରେ ରଜ ଶବ୍ଦ ରଜସ୍ଵଳା ଶବ୍ଦରୁ ଆସିଅଛି l ଯାହାର ଅର୍ଥ ମହିଳାଙ୍କ ମାସିକ ଧର୍ମ ଅଟେ l ବିଶ୍ୱାସ କରାଯାଏ ଭଗବାନ ବିଷ୍ଣୁ ଙ୍କ ପତ୍ନୀ ବସୁଧାମାତା ରୂପେ ଏହି 3 ଦିନ ପାଳନ କରନ୍ତି l ଏବଂ ଚତୁର୍ଥ ଦିନ ବସୁଧାମାତା ଙ୍କ ସ୍ନାନ ବୋଲି ଉଲେଖ ରହିଅଛି l ଏହି ତିନି ଦିନ ମହିଳା କୌଣସି ମାତ୍ରାରେ କାମ ନକରି ସଜେଇ ହୋଇ ସୁନ୍ଦର ସ୍ୱାମୀର ଅପେକ୍ଷାକୃତ ଅବସ୍ଥାକୁ ଜଣାଇଥାନ୍ତି l

ରଜର ପ୍ରଥମ ଦିନରେ ମହିଳା ମୁଣ୍ଡଧୋଇ ଗାଧେଇବା ପରେ ପର ଦୁଇଦିନ ଅଗାଧୁଆ ରୁହନ୍ତି ଏବଂ ଚତୁର୍ଥ ଦିନ ସ୍ନାନ କରନ୍ତି l ବସୁଧା ମାତାଙ୍କ ସହ ସମସ୍ତ ଝିଅଙ୍କୁ ବିବେଚନା କରାଯାଏ ସେଥିପାଇଁ ଏହିପର୍ବ ଅନୁସାରେ ଝିଅମାନଙ୍କୁ କୌଣସି କାର୍ଯ୍ୟଭାର ଏହିଦିନ ମାନଙ୍କରେ ଦିଆଯାଏ ନାହିଁ l

ରଜ ର ତିନି ଦିନ ପର୍ଯ୍ୟନ୍ତ ମହିଳାମାନେ କୌଣସି ମତରେ ରନ୍ଧାଖାଦ୍ୟ ଗ୍ରହଣ କରିପାରିବେ ନାହିଁ l ପୌରାଣିକ କଥା ଅନୁସାରେ ଯେ ପର୍ଯ୍ୟନ୍ତ ବସୁଧା ମାତା ଙ୍କ କ୍ଷୁଧା ମେଣ୍ଟିନାହିଁ ମହିଳାମାନେ ଭୁଲରେ ବି ରନ୍ଧାଖାଦ୍ୟ ଖାଇବା ଅନୁଚିତ l କେବଳ ପିଠାପଣା ଏବଂ ଫଳ କୁଆଁରୀ ମାନଙ୍କ ଖାଦ୍ୟ ହୋଇଥାଏ ଏହିତିନି ଦିନ l

ରଜରେ କୁଆଁରୀ ଝିଅମାନଙ୍କୁ ଲୁଣ ଖାଇବାପାଇଁ ସମ୍ପୂର୍ଣ୍ଣ ରୂପେ ବର୍ଜିତ କରାଯାଇଛି l

ରଜରେ କୁଆଁରୀ ଝିଅମାନେ ଖାଲି ପାଦରେ ଭୂମି ଉପରେ ଚାଲିବା ଉଚିତ ନୁହେଁ l ଏହାଦ୍ୱାରା ବସୁଧା ମା ଙ୍କୁ ଆଘାତ ହୁଏ ବୋଲି ବିବେଚନା କରାଯାଏ l ବସୁଧା ମା ଙ୍କୁ କ୍ଷତି ହେଲାଭଳି କୌଣସି କର୍ଯ୍ୟ କରିବା ଉଚିତ ନୁହେଁ l ଏହି କାରଣରୁ କୃଷିକର୍ଯ୍ୟ ମଧ୍ୟ ବର୍ଜନ ହୁଏ ଏହି ତିନିଦିନ l

ରଜର ପ୍ରଥମ ଦିନ ମହିଳାମାନେ ନିଶ୍ଚିତ ରୂପେ ହଳଦୀ ଲଗେଇ ଗାଧେଇବା ଉଚିତ l ଏହା କରିବା ଦ୍ୱାରା ମହିଳା ମାନେ ରଖିଥିବା ସମସ୍ତ ମନସ୍କାମନା ପୁରଣ ହୋଇଥାଏ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.