Press "Enter" to skip to content

କୋ-ଭିଡ ଚିକିତ୍ସା ରେ ଇକମୋ ଚିକିତ୍ସା ର ଭୂମିକା କଣ..? ଜାଣିଲେ ହେବେ ଆଶ୍ଚର୍ଯ୍ୟ ଜାଣନ୍ତୁ କାହିଁକି ହୁଏ କୋଟି କୋଟି ଟଙ୍କା ଖର୍ଚ୍ଚ – special report

ଇକମୋ ମେସିନ ର ଅର୍ଥ ବୁଝିବାକୁ ଗଲେ ଏହାକୁ extracorporeal membrane oxygenation l ଏହାର କାମ ହେଲା ଆମ ଶରୀର ଭିତରୁ ରକ୍ତ କୁ ବାହାରକୁ ଆଣି ପରିଷ୍କାର କରି ଅଙ୍ଗାରକାମ୍ଳ ଭଳି ଦୂଷିତ ଜିନିଷ କୁ ବାହାର କରି ପରିଷ୍କାର ରକ୍ତ କୁ ସଞ୍ଚାଳନ କରେ l

ଏହି ମେସିନ କୁ ଆର୍ଟିଫିସିଆଲ ହାର୍ଟ ଏବଂ ଲଙ୍ଗ ଭାବରେ ବିବେଚନା କରାଯାଏ l ଫୁସଫୁସ ରେ ଆମେ ଗ୍ରହଣ କରୁଥିବା ଅମ୍ଳଜାନ କୁ ଗ୍ରହଣ କରୁଥିବା ବେଳେ ଫୁସଫୁସ ଏହାକୁ ଅଙ୍ଗାରକାମ୍ଳ ରୂପେ ଶରୀର ରୁ ବାହାର କରିଦିଏ l ଶରୀର ର ପ୍ରତେକ ଅଙ୍ଗ ପ୍ରତ୍ୟଙ୍ଗ କୁ ଆମ ଶରୀର ରେ ଅମ୍ଳଜାନ ଦରକାର ପଡିଥାଏ l ଅମ୍ଳଜାନ ଠିକ ଭାବରେ ପ୍ରବାହ ହେଲେ ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ସତେଜ ରୁହନ୍ତି l

ଯଦି ଫୁସଫୁସ କେତେବେଳ ଅକାମି ହୋଇଯାଏ ଯେମିତି କି ବର୍ତ୍ତମାନ କ-ରୋନା ପରିସ୍ଥିତି ରେ ଅଧିକ ମାତ୍ରାରେ ଫୁସଫୁସ ରେ ସଂକ୍ରମଣ ହେବା ଦେଖାଯାଉଛି l ଯାହା ଫଳରେ ଅନେକ ରୋଗୀ ଗୁରୁତର ଭାବରେ ଅସୁସ୍ଥ ହେବା ଦେଖା ଯାଇଛି l ଯଦି ଫୁସଫୁସ ତାର କାମ କରିବା ଧୀରେ ଧୀରେ ବନ୍ଦ କରିଦିଏ ତେବେ ଏହାପାଇଁ ଇକମୋ ଚିକିତ୍ସା ଦରକାର ପଡେ l

ଯେତେବେଳେ ଅମ୍ଳଜାନ ଯିବା ଆସିବା ବେଳେ କଷ୍ଟ ଅନୁଭବ ହୁଏ ଏବଂ ପ୍ରାକୃତିକ ଉପାୟରେ ମଧ୍ୟ ଏହା ଅମ୍ଳଜାନ ଗ୍ରହଣ କରେନାହି ସେତେବେଳେ ଇକମୋ ଚିକିତ୍ସା ଦରକାର ହୁଏ l ଭାରତରେ ବର୍ତ୍ତମାନ ସୁଦ୍ଧା 30-40 ଯାଗାରେ ଇକମୋ ର ପ୍ରଚଳନ ହୋଇଛି l

ଇକମୋ ମେସିନ ର ଦାମ ଅଧିକ ନୁହେଁ ତାହା ଦାମ ହେଉଛି 35 ଲକ୍ଷ୍ୟ ପାଖାପାଖି l ବର୍ତ୍ତମାନ ଯଦି ଜଣଙ୍କୁ ଏଆରଲିଫ୍ଟ କରୁଛନ୍ତି ଗୋଟେ ଜାଗାକୁ ସେ 30 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଛି l ଏବଂ ଏହା ଦୂରରେ ରହିଥିବା ହେତୁ ସମସ୍ତ ଖର୍ଚ୍ଚକୁ ବିବରଣୀ କରିବାଦ୍ୱାରା ଏକ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି l

ଓଡିଶାଠାରୁ ପାଖରେ କୋଲକାତାରେ ଇକମୋ ମେସିନ ଥିବା ହେତୁ ଏହାସହ ଏୟାରଲିଫ୍ଟ ରେ ବ୍ୟବସ୍ତା କରାଯାଉଛି l ମାତ୍ର ଓଡ଼ିଶାରେ ଏହି ମେସିନ ନଥିବା ହେତୁ ରୋଗୀପାଇଁ ଅନେକ ରୁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ପରିବାର ଲୋକେ l ଇକମୋ ଟ୍ରିଟମେଣ୍ଟ ରେ କେବଳ ଗୋଟେ ଥର ଚିକିତ୍ସା କରାଗଲେ ଏହା ଭଲ ହୋଇଯାଏ ନାହିଁ l

ଦରକାର ପଡିଲେ ଏହା ମାସମାସ ଧରି ଏବଂ ଅଧିକ ରୁ ଅଧିକ ଦିନ ଚିକିତ୍ସା କରାଯାଏ l କେହି କେହି 3-4 ଦିନ ମଧ୍ୟରେ ସୁସ୍ଥ ହେଉଥିବା ବେଳେ କେତେକ ଏହାଦ୍ୱାରା ମାସ ମାସ ଧରି ଚିକିତ୍ସା ହୋଇ ସୁସ୍ଥ ହେଉଛନ୍ତି l ଏବଂ ପ୍ରତେକ ଦିନ ଏହାଦ୍ୱାରା ବ୍ୟବହୃତ ହେଉଥିବା କିଟ ବହୁମୂଲ୍ୟ ର ଅଟେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.