Press "Enter" to skip to content

ଚାଷୀଙ୍କୁ ମୋଦିଙ୍କ ବଡ଼ ଉପହାର ଚାଷୀଙ୍କୁ ମିଳିବ ପିଏମ କିସାନ ଅଷ୍ଟମ କିସ୍ତି ଟଙ୍କା ଏମିତି ପାଇବେ ଏଥର – Breaking news

ବନ୍ଧୁମାନେ ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର ଆଣିଲେ ମୋଦି ସରକାର।ସାବିତ୍ରୀ ବ୍ରତ ପୂର୍ବରୁ ଚାଷୀମାନଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର।ତେବେ ଲକଡାଉନ ଏବଂ ସଟଡାଉନରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଚାଷୀମାନଙ୍କ ପାଇଁ ଏହା ଏକ ବହୁତ ଜରୁରୀ ଉପହାର ଅଟେ।

ତେବେ କଣ ରହିଛି ଏହି ଉପହାର ଏବଂ କେଉଁ ଚାଷୀ ମାନଙ୍କୁ ଏହି ସୁବିଧା ସବୁ ମିଳିବ ।ଏହି ସବୁ ବିଷୟରେ ଆମେ ଆଜି ଏଠାରେ ଜାଣିବା।ତେବେ ଏ ଆର୍ଟିକଲକୁ ଶେଷ ଯାଏଁ ପଢନ୍ତୁ।

ତେବେ ଏହି ଉପହାରଟି ହେଉଛି ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ।ତେବେ ଏହି ଲକଡାଉନରେ ସମସ୍ତଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହେଇଥିବା ବେଳେ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି।ତେବେ ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିଷ୍ପତ୍ତି ନିଆ ଯାଇଛି ଯାହାଦ୍ଵାରା ଚାଷୀ ଭାଇମାନେ ବହୁତ ଉପକୃତ ହେବେ।

ଏଣିକି ବଢିଲା ଧାନର ସର୍ବନିମ୍ନ ମୂଲ୍ୟ ୧୮୬୮ ଟଙ୍କାରୁ ବୃଦ୍ଧି ପାଇ ୧୯୪୦ ଟଙ୍କା ହେଇଯାଇଛି।ଖରିଫ ଫସଲରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର।ଏ ନେଇ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।ଏଇ ସବୁ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି lମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ତେବେ ସରକାର ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୫୦ରୁ ୬୨ ପ୍ରତିଶତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।ତେବେ ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଥିଲା।ତେବେ ଏହି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏବେ ୨୦୨୧-୨୨ରେ ଲାଗୁହେବ।ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଥରଠାରୁ କ୍ଵିଣ୍ଟାଲକୁ ୭୨ ଟଙ୍କା ବୃଦ୍ଧି ପାଇ ଏବେ ୧୯୪୦ ଟଙ୍କାରେ ପହଞ୍ଚିଛି।

ହରଡ ଏବଂ ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କା ପ୍ରତି କ୍ଵିଣ୍ଟାଲ ରଖାଯାଇଛି।ବାଦାମ ଓ ନାଇଜର ସିଡର ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୨୭୫ ଟଙ୍କା ଓ ୨୩୫ ଟଙ୍କା ରଖାଯାଇଛି।ତେବେ ଏହି ନିଷ୍ପତ୍ତି ପରେ ଚାଷୀମାନେ ଟିକେ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।ତେବେ ଚାଷୀମାନେ ସବୁବେଳେ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।ତେଣୁ ଏହି ସମୟରେ ସରକାର ଚାଷୀମାନଙ୍କୁ ଯେତେ ଗୁରୁତ୍ଵ ଦେବେ ଦେଶ ସେତିକି ମଜବୁତ ହେବ ବୋଲି କୁହାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.