Press "Enter" to skip to content

କେବେ ସରିବ କ-ରୋନା ମାଳିକା ଦେଲା ବଡ଼ ପ୍ରମାଣ ଜାଣନ୍ତୁ କଣ ରହିଛି ତଥ୍ୟ – Adhyatmika

ନମସ୍କାର ସାଙ୍ଗମାନେ।କ-ରୋନାକୁ ନେଇ କଣ କହେ ମାଳିକାମାଳିକା କହିଛି କ-ରୋନାର ଆୟୁଷ ବେସିଦିନ ନୁହେଁ।ଯେମିତି ବିପାତ ନେଇ ଆସିବ ସେମିତି ଶନିପାତ ହୋଇ ଚାଲିଯିବ।ଆପଣ କହିବେ କେଉଁ ମାଳିକାରେ କୁହାଯାଇଛି ଏହି କଥା?

କିଏ କହିଛନ୍ତି ଏବଂ କେଉଁ ଶାସ୍ତ୍ରରେ କୁହାଯାଇଛି?ନିଜେ ନିମାଳୟର ନାମନୀୟ ସନ୍ଥ ପଞ୍ଚସଖାଙ୍କ ଭିତରେ ଥିବା ପ୍ରଚଣ୍ଡ ପ୍ରତିଭା ,ମହଯୋଗୀ ମହାପୁରୁଷ ଅଚ୍ୟୁତାନନ୍ଦ।ଶାସ୍ତ୍ରର ନାମ ମାଳିକା।

“ବିଂଶୁ ଉଣା ଏକ ଦି କୋଡ଼ିକୁ ଦେଖ ବ୍ରହ୍ମ ସଂଖ୍ୟା ମିଶୁ ତହିଁ ଏକାଳେ ଜଣିବୁ ଅକାଳ ମାଡ଼କ ଆସିକି ରହିବ ନାହିଁ”। ଆପଣ କହିବେ ଏଠାରେ ମହାପୁରୁଷ କହୁଥିବା ଅକାଳ ମାଡ଼କ କ-ରୋନା କାହିଁକି ହେବ ଏଠାରେ ସେପରି କିଛି ଶବ୍ଦ ନାହିଁ।ଶବ୍ଦ ନଥିଲେ ମଧ୍ୟ କାଳ ଅଛି।ତେବେ ଆସନ୍ତୁ ଏହି ଆର୍ଟିକିଲରେ କାଳ ନିର୍ଣ୍ଣୟ କରିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

କାଳ ବିଷୟରେ ଯେଉଁଠାରେ ମହାପୁରୁଷ ଯେଉଁଠାରେ ପ୍ରୟୋଗ କରିଛନ୍ତି ତାହା ନିର୍ଣ୍ଣୟ କରିବାକୁ ଉଭୟ ଗାଣିତିକ ଏବଂ ଆଧ୍ୟାତ୍ମିକ ପ୍ରତିଭାର ବିନିଯୋଗ କରିବାକୁ ପଡିବ।ଏଠାରେ ମହାପୁରୁଷ କହିଲେ “ବିଂଶୁ ଉଣା ଏକ” ଏଠାରେ ବିଂଶରୁ ଏକ ଉଣା ଅର୍ଥାତ ୧୯।ଏହାପରେ କହିଲେ ‘ଦି କୋଡ଼ି କୁ ଦେଖ”।

ଏଠାରେ କୋଡ଼ିର ଅର୍ଥ କୋଡ଼ିଏ(୨୦) ଏବଂ ଦୁଇ କୋଡ଼ିର ଅର୍ଥ ହେଉଛି ଚାଳିଶି(୪୦)।ଏଥିରେ ବ୍ରହ୍ମ ସଂଖ୍ୟା ମିସେଇବାକୁ ନିର୍ଦ୍ଦେଶ ଦେଲେ।ବ୍ରହ୍ମ ସଂଖ୍ୟା ହେଉଛି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି।ଚାଲିଶିରେ ଏକ ବ୍ରହ୍ମ ମିଶଇଲେ ସଂଖ୍ୟା ହେବ ୪୧।ଏବଂ ସମୁଦାୟ ସଂଖ୍ୟା ୧୯୪୧।

ଆପଣ କହିବେ ମହାପୁରୁଷ କହିଲେ ୧୯୪୧ ମସିହା କଥା।ଆପଣ ଏହାକୁ ୨୦୨୦ ସହିତ କାହିଁକି ଯୋଡୁଛନ୍ତି।ଯଦି ମହାପୁରୁଷ ୧୯୪୧ କଥା କହିଲେ ତେବେ ୧୯୪୧ରେ ଏପରି କିଛି ହୋଇନାହିଁ।ତେବେ କଣ ମହାପୁରୁଷ ଅଚ୍ୟୁତାନନ୍ଦ ମିଛ? ନା ସାଙ୍ଗମାନେ ମହାପୁରୁଷ ମିଛ ନୁହନ୍ତି।ମିଛ ଆମେ।

ମିଛ ଆମ ଅହଂକାର।ଏଠାରେ ସତ ଏହା ଯେ ମହାପୁରୁଷ ଏଠାରେ ସକାତର କଥା କହିଛନ୍ତି।୧୯୪୧ ସକାତ ଏଠି ଇଂରାଜୀ ମସିହା ୨୦୨୦।ଶଙ୍କା ମୋଚନ ପାଇଁ ଘରେ ଝୁଲୁଥିବା କ୍ୟାଲେଣ୍ଡର ଦେଖନ୍ତୁ।ପାଞ୍ଜି ଏବଂ ଇଣ୍ଟରନେଟର ସହାୟତା ନିଅନ୍ତୁ।

ତେବେ ଏହି କ-ରୋନା ବହୁଡ଼ିବା କଥା ନିରବଚ୍ଛିନ୍ନ ସତ୍ୟ।ମହାପୁରୁଷ ହାଡ଼ିଦାଶ ମଧ୍ୟ ତାଙ୍କ ଲକ୍ଷ୍ମୀବିଳାସ କାବ୍ୟରେ ଏହି ବିଷୟରେ ସୂଚନା ଦେଇଥିଲେ।ଏବେ ଭୟ ସବୁଠି ଅଛି।କିନ୍ତୁ ଆପଣ ସ୍ଥିର ଏବଂ ନିଶ୍ଚିତ ହୁଅନ୍ତୁ ଯେ ଏହି ମହାମାରୀର ଅଳ୍ପ ଆୟୁ।ଖରାଦିନ ମେଘ ପରି ଏହା ଖୁବ ଶୀଘ୍ର ଫେରିଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published. Required fields are marked *