Press "Enter" to skip to content

କିଏ ଏହି ଅମ୍ରିତ ପ୍ରଧାନ ଯାହାଙ୍କ ପାଇଁ ସହାୟତା ହାତ ବଢ଼ାଉଛି ପୁରା ଦେଶ ଜାଣନ୍ତୁ ସମ୍ପୂର୍ଣ ଖବର – special report

ବନ୍ଧୁଗଣ ଅମ୍ରିତ ପ୍ରଧାନ ଙ୍କ ଘଟଣା ବର୍ତ୍ତମାନ ସାରା ଓଡିଶା ତଥା ଦେଶବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି l କିନ୍ତୁ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସିଲା କିଏ ଏହି ଅମ୍ରିତ ପ୍ରଧାନ ଯାହାଙ୍କ ପାଇଁ ସାରା ଦେଶ ତଥା ରାଜ୍ୟରୁ ସହାୟତା ର ହାତ ବଢୁଛି l ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ନିଶ୍ଚିତ ଆସୁଥିବ ଯାହାକୁ ନେଇ ଆପଣ ମଧ୍ୟ ଦ୍ଵନ୍ଦ ରେ ଥିବେ l ଆଜି ଆଣେ ଆପଣଙ୍କ ମନରେ ଥିବା ପ୍ରଶ୍ନ ଦୂର କରିବୁ l

ତାଙ୍କ ପୁରା ନାଁ ଅମ୍ରିତ କୁମାର ପ୍ରଧାନ ବୟସ ମାତ୍ର 24 ବର୍ଷ l ଅମ୍ରିତ କୌଣସି ରାଜନେତା ବା ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ପୁଅ ନୁହନ୍ତି l ବ୍ରହ୍ମପୁର ର ଜଣେ ସାଧାରଣ ଯୁବକ ହେଉଛନ୍ତି ଅମ୍ରିତ l ବାପା ପୂର୍ବତନ ବ୍ୟାଙ୍କ ଅଧିକାରୀ ଏବଂ ମା ସରକାରି ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟାପନା କରୁଛନନ୍ତି l

ଭଉଣୀ ଭେଣେଇ ଉଭୟ ସଫ୍ଟୱେର ଇଞ୍ଜିନିଅର l ଅମ୍ରିତ ବାଙ୍ଗାଲୋର ଯାଇ ଆଇଟି ସେକ୍ଟର ରେ ଚାକିରି କରୁଥିଲେ l ଗତବର୍ଷ ଚାକିରୀ ଛାଡି ଓଡିଶା ଫେରି ଆସିଥିଲେ l ଜନ୍ମ ମାଟି କୁ ଫେରି ଆସିବା ପରେ ଲୋକଙ୍କ ପାଇଁ ସେବା କରିବା ପାଇଁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ l

କିନ୍ତୁ ପରିସ୍ଥିତି ଏମିତି ଆସିଲା ସବୁ ସାରଖାର ହୋଇଗଲା l ଗତ କିଛିଦିନ ତଳେ ବାପା ଓ ମା ଙ୍କୁ କୋ-ରନା ହୋଇଥିଲା l ସେ ରାତି ଦିନ ଏକ କରି ବାପା ମା ଙ୍କ ସେବା କଲେ l ଶେଷରେ ନିଜେ ମହାମାରୀ ଜାଲରେ ଛନ୍ଦୀ ହୋଇଗଲେ l

କ-ରୋନା ପରେ ନିମୋନିଆ ଏବଂ ସେପ୍ଟି ସିମିଆ ରେ ଆକ୍ରାନ୍ତ ହୋଇଗଲେ l ଏବଂ ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିଲା l ଧୀରେ ଧୀରେ ଫୁସଫୁସ ବି ନଷ୍ଟ ହୋଇ ଚାଲିଲା l ଇସିଇମୋ ଚିକିତ୍ସା ସହ ଚେନାଇ କୁ ସ୍ଥାନାନ୍ତରିତ କରିବାପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତର ପରାମର୍ଶ ଦେଲେ l

ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଥାଏ ସତ କିନ୍ତୁ ହାର ମାନିଲେନି ପରିବାର ଲୋକେ l ଆରମ୍ଭ କରିଦେଲେ ଫଣ୍ଡ ଜମା l ଅନେକ ବନ୍ଧୁବାନ୍ଧବ ସହ ଫାଉଣ୍ଡେସନ ଟଙ୍କା ବ୍ୟବସ୍ତା କରିଚାଲିଲେ ଯାହା ଫଳରେ 70% ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଜମା ହୋଇଛି ଏବଂ ବାକି 30 % ଟଙ୍କା ଯୋଗାଡ଼ ଚାଲିଛି l ଆପଣ ଯଦି ଚାହିଁବେ ତାଙ୍କୁ 9861224942 ନମ୍ବର ରେ ଫୋନ ପେ କିମ୍ବା ଗୁଗଲ ପେ କରିପାରିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.