Press "Enter" to skip to content

ଚଉଠି ହୋମ ରୁ ଉଠିଯାଇ କରିଦେଲେ ଏମିତି କାମ ସମସ୍ତେ କଲେ ସଲାମ ଜାଣନ୍ତୁ ସମ୍ପୂର୍ଣ ଘଟଣା – special report

ବନ୍ଧୁଗଣ ବିବାହ ପାଇଁ ସମସ୍ତ ଯୁବକ ଯୁବତୀଙ୍କର ସ୍ବପ୍ନ ଥାଏ l ସମସ୍ତେ ଅପେକ୍ଷାରେ ବିବାହ ଦିନକୁ ଅପେକ୍ଷା କରିଥାନ୍ତି l କିନ୍ତୁ ବିବାହ ଭଳି ଖାସ ଦିନରେ କାହାର ଜୀବନବଞ୍ଚେଇବାର ସୁଯୋଗ ମିଳିଲେ ହୁଏତ ଅଧିକାଂଶ ଲୋକ କୁଣ୍ଠାବୋଧ କରିଥାନ୍ତି l ମାତ୍ର କେହି ଜଣେ ଏହି ମାୟା ବାନ୍ଧନକୁ ତ୍ୟାଗ କରି ସମାଜର ମଙ୍ଗଲପାଇଁ ବାହାରି ଆସନ୍ତି l

କୋରାପୁଟ ରେ ଦେଖାଯାଇଛି ଏପରି ଘଟଣା ଯେଉଁଥିରେ ବର ବଧୂ ଉଭୟ ଚତୁର୍ଥୀ ହୋମରେ ବସିଥିବାବେଳେ ହଠାତ ବରକୁ ଏକ ଫୋନ ଆସିଲା ଯେଉଁଥିରେ ଜଣେ ଗୁରୁତର ଅବସ୍ଥାରେ ଥିଲେ ଏବଂ ତାଙ୍କର ନିହାତି ରକ୍ତ ଆବଶ୍ୟକ ଥିଲା l ବର ହିତେଶ କୁମାର ଚୌଧୁରୀ ଆଗପଛ କିଛି ବିଚାର ନକରି ପହଂଚିଥିଲେ ଠିକଣା ଅନୁଯାଇ l

କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ୍ ନାୟକ ଭେଷଜ ଚିକିତ୍ସାଳୟ ରୁ ଫୋନ କରିଥିଲେ କୋ-ଭିଡ କ୍ଷେତ୍ରୀୟ ଅଧିକାରୀ l କହିଲେ ହିତେଶ ଭାଇ ନିହାତି ରକ୍ତ ଦରକାର ରୋଗୀ ଜଣଙ୍କ ଗୁରୁତର ଅବସ୍ତାରେ ଅଛନ୍ତି l ଏହି ଖବର କୁ ଶୁଣିବାମାତ୍ରେ ଚତୁର୍ଥୀ ହୋମ କୁ ଜଲଦି ସାରି ଛୁଟିଲେ ହସ୍ପିଟାଲ l

ସେଠାରେ ପହଞ୍ଚିଲା ପରେ ଦେଖିଲେ ବୈପାରୀହୁଡ଼ା ବ୍ଲକ ମାଠପଡା ପଂଚାୟତ ର ତେନ୍ତୁଳିପଦ ଗାଁ ର ବାଟି ମାଠପଡିଆ ନାମକ ବ୍ୟକ୍ତି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ l ଏବଂ ତାଙ୍କୁ ହିଁ AB ପଜେଟିଭ ରକ୍ତ ଦରକାର ଥିଲା l ସେମିତିରେ ବି ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିଲା l ଆଉ AB ବ୍ଲଡ଼ ଗ୍ରୁପ ରକ୍ତ ବି ନଥିଲା l

ସେହି ସମୟରେ ହିତେଶ ପହଁଞ୍ଚି ରକ୍ତଦାନ କରିଥିଲେ l ହିତେଶ ଙ୍କ ଏହି ମହତ କାର୍ଯ୍ୟକୁ ଦେଖି ସମସ୍ତଙ୍କର ପ୍ରଶଂସା ର ଶୁଅ ଛୁଟିଥିଲା l ବର୍ତ୍ତମାନ କ-ରୋନା ସମୟରେ ଲୋକେ ଡରି ଘରୁ ବାହାରୁ ନଥିବାବେଳେ ହିତେଶ ତାଙ୍କ ବିବାହ ଚତୁର୍ଥୀ ହୋମ ଯଜ୍ଞ କୁ ଚିନ୍ତା ନକରି ଲୋକଟିର ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ l ଏହି ଘଟଣା ସ୍ଥାନିୟ ଅଞ୍ଚଳ ରେ ଜାଣିବାପରେ ତାଙ୍କ ବିବାହ ଜୀବନ ମଙ୍ଗଳମୟ ଏବଂ ଶୁଭମୟ ହେବାପାଇଁ ସମସ୍ତେ ଆଶ୍ରିବାଦ ପ୍ରଦାନ କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.