Press "Enter" to skip to content

ରାସ୍ତା ଉପରେ ବୋହୁ କୁ ବାଡେ଼ଇଲେ ଶଶୁର ଦେଖନ୍ତୁ exclusive video

ବନ୍ଧୁମାନେ ନାରୀ ନିର୍ଯାତନା ଆମ ସମାଜରେ ଏକ ବହୁତ୍ ସାଧାରଣ କଥା ହେଇ ଯାଇଛି।ଆଜି କାଲିର ଆଧୁନିକ ସମାଜରେ ମଧ୍ୟ ଗୋଟେ ନାରୀକୁ ନିଜର ମନ୍ତବ୍ୟ ରଖିବାକୁ ସୁଯୋଗ ଦିଆ ଯାଉନାହିଁ।ଯଦି ନାରୀଟିଏ କୌଣସି ଯାଗାରେ ନିଜ ମନ୍ତବ୍ୟ ରଖିବାକୁ ଚେଷ୍ଟା କରୁଛି ଏବଂ ତାହା କାହାକୁ ଭଲ ନ ଲାଗୁଛି ତେବେ ସେ ମହିଳାକୁ ଚୁପ୍ କରେଇ ଦିଆ ଯାଉଛି।

ସେଥିରେ ମଧ୍ୟ ତାକୁ ଚୁପ୍ କରିବା ପାଇଁ ସମାଜ କେତେ ବି ତଳକୁ ଖସି ଯାଇପାରେ, କେଉଁଠି ଗାଳି କରି, ତେବେ କେଉଁଠି ବାଡେଇକି ଚୁପ୍ କରା ହେଇଯାଏ। ତେବେ କେବେ କେବେ ଜୀବନରୁ ମାରିଦେବାକୁ ବି ପଛାଏ ନାହିଁ ପୁରୁଷ ପ୍ରାଧାନ୍ୟ ସମାଜ।

ତେବେ ସେହିଭଳି ଏକ ଘଟଣା ଦେଖିବାକୁ ଡୁମଡୁମାରେ।ଡୁମଡୁମାର ଅମପୋଇରେ ବିଷ୍ଣୁପ୍ରିୟା ଗୌଡ଼ ନାମକ ମହିଳା ଜଣେ ପ୍ରେମବିବାହ କରିଥିଲେ ହାଇଦର ଅଲିଙ୍କୁ।୨୦୧୫ରୁ ଥିଲା ଏହି ପ୍ରେମ ସମ୍ପର୍କ।କିନ୍ତୁ ବାହାଘରର ଅଳ୍ପ ଦିନ ପରେ ତାଙ୍କ ସ୍ଵାମୀ ପଇସା ଲୋଭରେ ତାଙ୍କୁ ଛାଡିକି କୁଆଡେ ଫେରାର ହେଇଗଲା।ତେବେ ସ୍ଵାମୀ ଆସିଥିବା ଖବର ପାଇ ବିଷ୍ଣୁପ୍ରିୟା ଘରକୁ ଆସିଥାନ୍ତି,

ସେତେବେଳେ ତାଙ୍କ ସ୍ବାମୀଙ୍କ ଘର ଲୋକ ତାଙ୍କୁ ମଝି ରାସ୍ତାରେ ବାଡେଇବାକୁ ଉଦ୍ୟମ କରିଥିଲେ।ସେ ଫୋନ୍ ଟିକୁ ଚଳାଉଥିବା ସମୟରେ ତାଙ୍କୁ ଜଣେ ଆସି ବାଡେଇଥିଲେ ନିଜକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଧକ୍କାଟେ ଦେଇଥିଲେ।ଏହାପରେ ଆଉ ଜଣେ ଆସି ତାଙ୍କୁ ବାଡେଇ ଚାଲିଥିଲେ।ମଝି ରାସ୍ତାରେ ତାଙ୍କୁ ତଳକୁ ପକାଇ ଦେଇଥିଲେ ଏବଂ ଫୋନ୍ ଟିକୁ ଭାଙ୍ଗି ଚୁରମାର୍ କରିଦେଇଥିଲେ ସେହି ଦୁଇ ପୁରୁଷ।ସୂତ୍ରରୁ ଜଣାପଡ଼ିଛି ଯେ ସେ ଦୁଇଜଣ ହେଉଛନ୍ତି ମହିଳା ଜଣଙ୍କର ଦେଢ଼ସୁର ଏବଂ ଶଶୁର।

ମତେ ବୟସ୍କ ଲୋକ ଜଣେ ରାସ୍ତା ଉପରେ ବାଡେଇଲା।ତଥାପି ଏବେ ପର୍ଯ୍ୟନ୍ତ ମତେ ନ୍ୟାୟ ମିଳିନାହିଁ।ଧୋକା ଦେଲେ ବି ମତେ ମୋ ସ୍ବାମୀ ଦରକାର।ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି ମହିଳା ଜଣକ।ଏସବୁ ପରେ ମଧ୍ୟ ଖଣ୍ଡଗିରି ପୋଲିସ ମହିଳାଙ୍କ ଏତଲା ରଖିନଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।

ତେବେ ସୋସିଆଲ ମିଡିଆରେ ଏହି ସବୁ ଘଟଣାର ଭିଡିଓ ଭାଇରାଲ୍ ହେଇଯାଇଛି।ତେବେ ଦେଖା ଯାଉ ଆଗକୁ ପୋଲିସ୍ କଣ ପଦକ୍ଷେପ ନେଉଛି।ରାସ୍ତା ଉପରେ ଏଭଳି ସବୁ ଘଟଣା ଘଟି ଯାଉଥିବା ବେଳେ ପ୍ରଶ୍ନ ଉଠୁଚି ଯେ ଯଦି ଜଣେ ଲୋକ ଏହାର ଭିଡିଓ କରିପାରୁଛି ତେବେ ତାହେଲେ କେହି କାହିଁକି ଗଣ୍ଡଗୋଳଟିକୁ ରୋକିବାକୁ ଚେଷ୍ଟା କରୁନାହାନ୍ତି।ତେବେ ଏହିଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଇଛି ଯାହା ପୋଲିସର ତଦନ୍ତ ପରେ ହିଁ ଜଣା ପଡ଼ିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.