ତେବେ ଡାକ୍ତରମାନେ ଭଗବାନଙ୍କ ପ୍ରତିମୂର୍ତ୍ତି ହେଇଥାନ୍ତି ବୋଲି କୁହାଯାଏ।ଏ ମହାମାରୀ ସମୟରେ ଯେତେବେଳେ ଡାକ୍ତରମାନେ ଦିନ ରାତି ଏକ କରି ସେବା କରି ଚାଲିଛନ୍ତି, ସେ ସମୟରେ ଏଭଳି ଏକ ଘଟଣା ଘଟିଛି।ଦୁଇ ଜଣ ଲୋକ ଗାଡ଼ିରେ ଆସି ଡାକ୍ତରଙ୍କ କାରକୁ ରାସ୍ତା ମଝିରେ ଅଟକାଇ ଦୁଇ ଡାକ୍ତର ଦମ୍ପତିଁଙ୍କୁ ଗୁଳି କରି ହ-ତ୍ୟା କରିଛନ୍ତି।
ତେବେ ଘଟଣାଟି ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଅଛି ଏହି ଲୋମହର୍ଷକ ହ-ତ୍ୟା।ଡାକ୍ତର ସୁଦୀପ୍ ଗୁପ୍ତା ଓ ଡାକ୍ତର ସୀମା ଗୁପ୍ତା କାର୍ ରେ ଯାଉଥିବା ବେଳେ ବାଇକରେ ଦୁଇ ଦୁବୃର୍ତ୍ତ ଆସି ଗାଡ଼ି ଅଟକାଇ ଥିଲେ।ଏହାପରେ ସେମାନେ ଗୁଳି ମାଡ଼ କରି ଫେରାର ହୋଇ ଯାଇଥିଲେ।ତେବେ ଘଟଣାସ୍ଥଳରେ ହିଁ ଡାକ୍ତର ଦମ୍ପତିଁ ମୃ-ତ୍ୟୁ-ବ-ର-ଣ କରିଥିଲେ।ତେବେ ଘଟଣାଟିରେ ସମ୍ପୃକ୍ତ ଥିବା ଦୁଇ ଦୁବୃର୍ତ୍ତ ହେଉଛନ୍ତି ଅନୁଜ ଓ ମହେଶ।
ଦୁଇ ବର୍ଷ ତଳେ ସୁଦୀପ୍ ଙ୍କ ପ୍ରେମିକାକୁ ସୀମା ଜାଳି ହ-ତ୍ୟା କରିଦେଇଥିବା ଅଭିଯୋଗ ଆସିଥିଲା।ଏହା ମଧ୍ୟ ସୂଚନା ମିଳିଛି ଯେ ଦୁଇ ବର୍ଷ ତଳେ ଯେଉଁ ମହିଳାଙ୍କର ହ-ତ୍ୟା ହେଇଥିଲା ଅନୁଜ ହେଉଛନ୍ତି ତାଙ୍କ ଭାଇ।
ପୋଲିସ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।ଘଟଣା ସ୍ଥଳରେ ଥିବା ଦୋକାନର ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ତଦନ୍ତ ଚାଲିଛି।ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହେଇଥିବା ପୋଲିସ୍ ଅନୁମାନ କରିଛି।ତେବେ ଦିନ ଦ୍ୱିପହରରେ ଏଭଳି ଏକ ହତ୍ୟାକାଣ୍ଡ ଲୋକଙ୍କୁ ଥରହର ଅବସ୍ଥାରେ ରଖିଦେଇଛି।
ତେବେ ଏହି ଘଟଣାର ଯେଉଁ ସିସିଟିଭିରେ ରେକର୍ଡ ହେଇଛି ସେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଇ ଚାଲିଛି।ଲୋକମାନେ ଏହି ଘଟଣାଟିରେ ଦୁଇ ପ୍ରକାରର ପ୍ରତିକ୍ରିୟା ଦେଖାଇଛନ୍ତି।କିଛି ଲୋକ ଡାକ୍ତର ଦ୍ବୟଙ୍କ ସପକ୍ଷରେ ଯାଇ ଦୁଃଖ ପ୍ରକାଶ କରିଛନ୍ତି ଓ ଲେଖିଛନ୍ତିକି ଅଭିଯୁକ୍ତଗୁଡ଼ିକୁ କଡ଼ାରୁ କଡ଼ା ଦଣ୍ଡ ମିଳିବା ଦରକାର୍ ବୋଲି ଅନୁରୋଧ କରିଛନ୍ତି।
ଯେଉଁ ଜାଗାରେ ଅନ୍ୟ ଏକ ପ୍ରତିକ୍ରିୟାରେ ଲୋକମାନେ ଡାକ୍ତରମାନଙ୍କ ପ୍ରତି ନିଜ କ୍ଷୁବ୍ଧତା ଦେଖାଇଛନ୍ତି ଓ ଲେଖିଛନ୍ତି କି ସେମାନେ ମର୍ଡର କରି କାନୁନ୍ ଆଖିରେ ଧୂଳି ଦେଇ ଖସିଯାଇଥିଲେ।ତେବେ ସବୁ କାହାଣୀର ୩ଟି ପାର୍ଶ୍ଵ ସତ୍ୟ ଥାଏ।ଦୁଇଟି ଦୁଇ ପାର୍ଶ୍ଵର କୁହା ଯାଉଥିବା ସତ୍ୟ ଏବଂ ତୃତୀୟଟି ବାସ୍ତବ ସତ୍ୟ।ତେବେ ଏ ଘଟଣାଟିର ବାସ୍ତବତା ତ ପୁରା ତଦନ୍ତ ପରେ ଜଣା ପଡ଼ିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment