22 ବର୍ଷ ହେଲା ଛୋଟ ପରଦାରେ ଚାଲୁଥିବା CID ଆଜି ଘରେ ଘରେ ଲୋକପ୍ରିୟ ହୋଇପାରିଛି l ସମସ୍ତେ ଏହାକୁ ଦେଖିବାକୁ ପସନ୍ଦ କରିଥାନ୍ତି l ଛୁଆ ଠୁ ବୁଢ଼ା ପର୍ଯ୍ୟନ୍ତ ଲୋକେ CID ସିରିଏଲ ଦେଖିବାକୁ ଭଲ ପାଆନ୍ତି l
ଏହି ସିରିଏଲ ରେ ଅନେକ ପ୍ରକାର ସସ୍ପେନ୍ସ ଥିବା ସହ ପ୍ରକୃତ ଦୋଷୀ କୁ ରହସ୍ୟମୟ ଅନ୍ଦାଜ ରେ ଦୋଷୀ ପ୍ରମାଣିତ କରିବା ଶୈଳୀ ସମସ୍ତେ ପସନ୍ଦ କରନ୍ତି ଏବଂ ସୋନି ଚାନେଲ ରେ ପ୍ରସାରିତ ହେଉଥିବା ଏହି ସିରିଏଲ ସବୁଠୁ ଅଧିକ ଲୋକଦେଖୁଥିବା ସିରିଏଲ ବୋଲି ଅଗରୁ ମଧ୍ୟପ୍ରମାଣ ହୋଇଛି l
ଏହି ସିରିଏଲ ର ପ୍ରଥମ ଏପିସୋଡ଼ 21 ଜାନୁଆରୀ 1998 ରେ ପ୍ରଥମକରି ଆରମ୍ଭ ହୋଇଥିଲା l ଆଜି ଆମେ ବିଷୟବସ୍ତୁରେ 3 ଜଣଙ୍କ ଚରିତ୍ର ବିଷୟରେ ଜାଣିବା ଏବଂ ତାଙ୍କର ବର୍ତ୍ତମାନ ଜୀବନଶୈଳୀ ବିଷୟରେ ମଧ୍ୟ
ଏସପି ପ୍ରଦୁମନ – CID ସିରିଏଲ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ପ୍ରଦୁମନ ଙ୍କ ଅସଲ ନାଁ ହେଉଛି ଶିବାଜୀ l ଶିବାଜୀ ଙ୍କ ଜନ୍ମ 1950 ଏପ୍ରିଲ 21 ରେ ହୋଇଥିଲା l CID ସିରିଏଲ ବ୍ୟତୀତ ଶିବାଜୀ ଅନେକ ବଲିଉଡ ସିରିଏଲ ରେ ମଧ୍ୟ କାମ କରିସାରିଛନ୍ତି l ତାଙ୍କ ପତ୍ନୀ ଙ୍କ ନାଁ ଅରୁଣା ସାତମ ଅଟେ l ଏବଂ ତାଙ୍କର ଗୋଟିଏ ପୁଅ ଅଛି ଯାହାର ନାଁ ଅଭିଜିତ ସାତମ l
ଇନିସ୍ପେକ୍ଟର ଦୟା – ଦୟା CID ସିରିଏଲ ରେ ଇନିସ୍ପେକ୍ଟର ଭାବରେ ସାମ୍ନାକୁ ଆସିଥିଲେ ଏବଂ ତାଙ୍କ ପ୍ରକୃତ ନାମ ଦୟାନନ୍ଦ ସେଟି ଅଟେ l ତାଙ୍କ ଜନ୍ମ 11 ଡିସେମ୍ବର 1969 ରେ ହୋଇଥିଲା l ଦୟା ଅଜୟ ଦେବଗନ ଙ୍କ ସହ ସିଘଂମ ରିଟନ ରେ ମଧ୍ୟ ସାମ୍ନାକୁ ଆସିଥିଲେ l ତାଙ୍କ ପତ୍ନୀ ଙ୍କ ନାଁ ଇସ୍ମିତା ସେଟି ଏବଂ ତାଙ୍କର ଏକ ଝିଅ ମଧ୍ୟ ଅଛି l
ଅଭିଜିତ – ଅଭିଜିତ ଙ୍କ ଚରିତ୍ର କରୁଥିବା ବ୍ୟକ୍ତି ଙ୍କ ନାଁ ଆଦିତ୍ୟ ଶ୍ରୀବାସ୍ତବ ଅଟେ l ତାଙ୍କ ଜନ୍ମ 21 ଜୁଲାଇ 1968 ରେ ହୋଇଥିଲା l ଅଭିଜିତ ଆକ୍ଟର ହେବା ସହ ଜଣେ ପ୍ରଡୁସର ମଧ୍ୟ ଅଟନ୍ତି l ତାଙ୍କ ପତ୍ନୀ ଙ୍କ ନାଁ ମାନସୀ ଶ୍ରୀବାସ୍ତବ ଅଟେ ଏବଂ ଆଦିତ୍ୟ ଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment