ବନ୍ଧୁଗଣ ବାତ୍ୟା ୟାସ ତୀବ୍ର ରୂପରେ ବଢିବାକୁ ଲାଗିଛି l ଏହା ଓଡ଼ିଶା ର ନିକଟରେ ହେବାରେ ଲାଗିଛି l ଭାରତୀୟ ପାଣିପାଗ ସୂଚନା ଅନୁସାରେ ବର୍ତ୍ତମାନ ଏହା ବଙ୍ଗୋପସାଗର ରେ ବାତ୍ୟା ର ରୂପ ନେଇଛି l 24 ଘଣ୍ଟା ମଧ୍ୟରେ ଏହା ଅତି ଭିଷଣ ରୂପ ନେବ l 540 କିଲୋମିଟର ଦକ୍ଷିଣ ପୂର୍ବରୁ ଏବଂ ବାଲେଶ୍ୱର ରୁ 650 କିଲୋମିଟର ଦକ୍ଷିଣ ପୂର୍ବକୁ ରହିଛି ୟାସ l
ଧୀରେ ଧୀରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି l ଓଡ଼ିଆ ଉପକୂଳ ତଥା ବାତ୍ୟା ର କେନ୍ଦ୍ରାସ୍ଥଳୀ ରେ ଭୟ ବଢିବାରେ ଲାଗିଛି l ଏହା କେତେବେଳେ କେଉଁଠି ମାଡ଼ ହେବ ତାହା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ l ବାଲେଶ୍ବର ଭୋଗରାଇ ଅଞ୍ଚଳ ଦେଇ ଏହି ବାତ୍ୟା ମାଡ଼ ହେବାର ସମ୍ଭାବନା ରହିଛି l ପାଣିପାଗ ବିଶେଷଜ୍ଞ ଙ୍କ ଅନୁସାରେ ବାଲେଶ୍ବର ରୁ ବାଂଲାଦେଶ ପର୍ଯ୍ୟନ୍ତ ପ୍ରଭାବ ରହିବ l
କିନ୍ତୁ ଆଇଏମଜି ପକ୍ଷରୁ ବାତ୍ୟା ର ଯେଉଁ ଗତିପଥ ଗତି ନିର୍ଣ୍ଣୟ କରାଯାଇଛି ତାହା ଦ୍ୱାରା ବାତ୍ୟା ୟାସ ବାଲେଶ୍ବର ରେ ଲାଣ୍ଡଫଲ କରିବାର ଉଚନା ମିଳିଛି l ଏବଂ ସ୍ଥଳ ଭାଗ ଛୁଇଁଲା ବେଳେ ପବନ ର ବେଗ ଘଣ୍ଟାକୁ 165 କିଲୋମିଟର ହୋଇପାରର l ବେଳେ ବେଳେ ପବନ ଝଟକା ଦେଇ 185 କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଗତି କରିପାରେ l
ପୂର୍ବରୁ ଏହା ବାଂଲାଦେଶ ଅଭିମୁଖେ ଯାଇପାରେ ବୋଲି ସୂଚନା ମିଳିଥିଲା କିନ୍ତୁ ବର୍ତ୍ତମାନ ଏହା ଓଡ଼ିଶା ମୁଁହା ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ l ଏହା ବାଲେଶ୍ୱର ରେ ମାଡ଼ ହୋଇ ଜାମୁତୁଳା, ବାହାରପଡା, ଘଟଶୀଳା ଦେଇ ଜାମସେଦପୁର ଆଡକୁ ଗତିକରିବ l
ପାରାଦ୍ୱୀପ ଠାରୁ ଦକ୍ଷିଣ ପୂର୍ବ 540 କିଲୋମିଟର ପଛରେ ରହିଛି ବାତ୍ୟା ୟାସ l ଏବଂ ବାଲେଶ୍ୱର ରୁ 650 କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ l ଓଡ଼ିଶାରେ ଅନେକ ବାତ୍ୟା ହୋଇଥିବା ବେଳେ ବ୍ୟାପକ କ୍ଷତି ହୋଇଥିଲା l ବାତ୍ୟା ଫଣି ଓଡ଼ିଶାରେ ତାଣ୍ଡବ କରିଥିବା ବେଳେ ବର୍ତ୍ତମାନ ବାତ୍ୟା ୟାସ ସମ୍ପର୍କରେ ଜାଣି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି l
ଏହା ଘଣ୍ଟାପ୍ରତି 4 କିଲୋମିଟର ବେଗରେ ଓଡ଼ିଶା ଉପକୂଳ ପ୍ରତି ବଢିବାରେ ଲାଗିଛି l 26 ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଏବଂ ଲୋକଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment