Press "Enter" to skip to content

କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ଼ ୟାସ ଏହି ଜିଲ୍ଲା ରେ ଭୟଙ୍କର ରୂପ ନେବ – weather upadate

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ବାତ୍ୟା ୟାସ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥାମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ଼ ୟାସ।

ଏବଂ ବର୍ତ୍ତମାନ ଏହା ଅଵପାତରୁ ଗଭୀର ଅଵପାତରେ ପରିଣତ ହୋଇଛି।ବର୍ତ୍ତମାନ ଏହି ବାତ୍ୟା ପୋର୍ଟବ୍ଲେୟାର ଠାରୁ ୬୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।ଏହା ପାରାଦୀପ ଠାରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବକୁ ୫୪୦ କିଲୋମିଟର ଦୂରରେ ରହିଥିବା ବେଳେ ଏହା ବାଲେଶ୍ଵର ଠାରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବକୁ ୬୫୦ କିଲୋମିଟର ଦୂରରେ ଗଭୀର ଅବପାଦ ହୋଇଛି।

ଏହି ଗଭୀର ଅବପାଦ କିଛି ସମୟ ପରେ ହିଁ ବାତ୍ୟାର ରୁପ ନେବ।ଏବଂ ଏହାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାସହ ବହୁତ ଅଧିକ ସିଭିଅର ସାଇକ୍ଲୋନିକ ଝଡ଼ରେ ପରିଣତ ହେବ।ଏହା ପରେ ଏହା ଉତର ଏବଂ ଉତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଉତର ପଶ୍ଚିମ ବଙ୍ଗୋପସାଗରରେ ଓଡିଶା ଉପକୂଳରେ ପହଞ୍ଚିବ।ଏବଂ ଏହାପରେ ୨୬ ତାରିଖ ଦିନ ସାମୁଦ୍ରିକ ଝଡ଼ ୟାସ ପାରାଦୀପ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଇ ଏମ ଡି ଡିଜିଙ୍କ ସୂଚନା ଅନୁଯାୟୀ ୟାସ ଲ୍ୟାଂଣ୍ଡଫଲ କରିବାବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ପର୍ଯ୍ୟନ୍ତ ରହିବ।ଏବଂ ସ୍ଥଳ ବିଶେଷରେ ଏହା ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ତାରିଖ ୨୫, ୨୬ ଏବଂ ୨୭ ଏହି ତିନି ଦିନ ଧରି ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ପବନ ଲାଗିରହିବ।ଏବଂ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ଵର।

ଏହାସହିତ ଯାଜପୁର, କଟକ ଏବଂ ମୟୁରଭଞ୍ଜରେ ମଧ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ।ଏବଂ ସବୁଠାରୁ ଭୟଙ୍କର କଥା ହେଉଛି ପ୍ରବଳ ମାତ୍ରାରେ ପବନ ବହିବା ଯୋଗୁ ବଡ଼ ବଡ଼ ଗଛ ଧରାଶାୟୀ ହୋଇଯାଇପାରେ।ଏବଂ ଏହାସହିତ ଆଜବେଷ୍ଟସ, କଚା ଏବଂ ଟିଣ ଘର ଭାଙ୍ଗିଯାଇପାରେ।

ଏବଂ ଏହାର ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ଯାଇପାରେ।ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ଵର, ଭଦ୍ରକ ଯାଜପୁର କେନ୍ଦ୍ରାପଡା , ଜଗତସିଂହପୁର ,କଟକ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨୬ ତାରିଖ ପାଇଁ ରେଡ଼ ୱାର୍ଣିଙ୍ଗ ଜାରି ହୋଇଛି।ମାଛ ଧରାଳି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।ଏଥିପାଇଁ ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ।ବାତ୍ୟା ପାଇଁ ଯେତେ ସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.