Press "Enter" to skip to content

ଓଡ଼ିଶା ମୁଁହା ହେଲା ୟସ 5 ଟି ଜିଲ୍ଲା କୁ ରେଡ ଆଲର୍ଟ – weather update

ନମସ୍କାର ସାଙ୍ଗମାନେ ଏହି ଆର୍ଟିକିଲରେ ଆମେ ଆସିବାକୁ ଯାଉଥିବା ବାତ୍ୟା ସମ୍ପର୍କରେ ଜାଣିବା।ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ।ଉତର ଏବଂ ଉତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ବାତ୍ୟା ୟସର ରୂପ ନେବ ବୋଲି ୧୫ ତାରିଖରେ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ଏବଂ ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ନିକଟସ୍ଥ ଉତ୍ତର ଓଡିଶା ଏବଂ ବାଂଲାଦେଶ ଉପକୂଳ ନିକଟରେ ପହଞ୍ଚିବ।ସନ୍ଧ୍ୟାସୁଦ୍ଧା ଅତି ପ୍ରବଳ ବାତ୍ୟାରେ ପରିଣତ ହୋଇ ଉତର ଓଡ଼ିଶା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ସମୁଦ୍ରତଟ ଅତିକ୍ରମ କରିବ।

୨୫ ତାରିଖରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ।ଉପକୂଳରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ।ଏହା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୨୬ ଅପରାହ୍ନରେ ଅଧିକ ପବନ ବହିବ।ଭଦ୍ରକ, ବାଲେଶ୍ଵର ଜଗତସିଂହପୁର, କେନ୍ଦ୍ରାପଡା, କଟକ ,ଖୋର୍ଦ୍ଧା ଏବଂ ପୁରୀର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମ୍ପର୍କରେ କଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ଆସନ୍ତୁ ଜାଣିବା।ଡିଜି କହିଛନ୍ତି ଉପକେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସହିତ ସେଠାରେ ବହୁତ ଜୋରରେ ପବନ ମଧ୍ୟ ରହିଛି।ତେବେ ଏହା ଅଧିକ ଘନୀଭୂତ ହୋଇ କାଲି ଏକ ଡିପ୍ରେସନରେ ପରିଣତ ହେବ ଏବଂ ଓଡିଶାର ଉତର ପଶ୍ଚିମ ଦିଗରେ ଗତି କରିବ।

୨୪ ତାରିଖରେ ଏହା ଏକ ବାତ୍ୟାର ରୂପ ନେବ ଏବଂ ୨୫ ତାରିଖ ବେଳକୁ ଏହା ଏକ ଅତି ପ୍ରବଳ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।ଏହା ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ , ଉତ୍ତରଓଡିଶା ଏବଂ ବାଂଲାଦେଶ ଉପକୂଳ ନିକଟରେ ପହଞ୍ଚିବ।ଏବଂ ଏହା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ଏହାର ନିକଟସ୍ଥ ଅଞ୍ଚଳ ସହିତ ଓଡିଶା ଉପକୁଳକୁ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି।

ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗର।ଅଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଅଶାନ୍ତ ରହିଛି।ଏବଂ ଏହା ୨୪ ତାରିଖ ଯାଏଁ ଅଶାନ୍ତ ରହିବ ଏବଂ ୨୪ ରୁ ୨୬ ତାରିଖ ଯାଏଁ ଉତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ।

ପବନ ଓଡିଶା ଉପକୂଳରେ ୨୪ ତାରିଖ ସନ୍ଧ୍ୟାରୁ ବଢିବାକୁ ଲାଗିବ।୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ରହିବ ଏବଂ ଧୀରେ ଧୀରେ ଏହା ୨୫ ତାରିଖ ବେଳକୁ ଉତର ଓଡିଶା ଉପକୁଳରେ ଅଧିକ ବଢିବ।ଏବଂ ୨୬ ତାରିଖରେ ମଧ୍ୟ ଆହୁରି ଅଧିକ ବଢିବାର ସମ୍ଭାବନା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.