ଅଭିନେତା ସୋନୁସୁଦ କ-ରୋନାର ଘଡିସନ୍ଧି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଲୋକଙ୍କ ହୃଦୟରେ ରହିଆସିଛନ୍ତି l ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ୟୁଜର୍ସଙ୍କ ସହ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ କାମ କରୁଛନ୍ତି ଅଭିନେତା l
ହେଲେ ନିକଟରେ ଅଭିନେତାଙ୍କ ଏକ ପୋଷ୍ଟକୁ ନେଇ ଗଣମାଧ୍ୟମରେ ପ୍ରଶ୍ନ ଉଠିଛି l ଏହି ପୋଷ୍ଟରେ ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ନେଇ ଯେଉଁ ଦାବି କରିଥିଲେ ତାକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି l
ଏହା ପରେ ସଂକ୍ରମିତଙ୍କ ସାହାଯ୍ୟ ନେଇ ସୋନୁ ସୁଦ କରୁଥିବା ଟ୍ଵିଟ୍ ଉପରେ ବଡ଼ ପ୍ରଶ୍ନ ଉଠିଛି l କିଛି ୟୁଜର୍ସ ସୋନୁ ସୁଦଙ୍କ ବିରୋଧରେ କେସ୍ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି l ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅଭିନେତାଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ l
ଅନ୍ୟପଟେ ଏହି ମାମଲାରେ ଗଣମାଧ୍ୟମରେ ଲୋକଙ୍କ ଖୁବ୍ ପ୍ରତିକ୍ରିୟା ମିଳିଛି l ଜଣେ ୟୁଜର ଲେଖିଛନ୍ତି ଓଡିଶା ସରକାର ପ୍ରଶାସନଙ୍କୁ ସୋନୁ ସୁଦଙ୍କ ମିଥ୍ୟା ପ୍ରଚାର ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ l ଅନ୍ୟ ୟୁଜର ମଧ୍ୟ ସୋନୁ ସୁଦଙ୍କ ବିରୋଧରେ ଆଇନଗଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି l
ନିକଟରେ ଅଭିନେତା ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଦାବି କରିଥିଲେ l
ହେଲେ ଅଭିନେତାଙ୍କ ଦାବିକୁ ଅସ୍ବୀକାର କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ l ଜିଲ୍ଲାପାଳ କହିଛନ୍ତି ଶଯ୍ୟାର ଅଭାବ ନେଇ କୌଣସି ଅଭିଯୋଗ ଆସିନାହିଁ କି କେହି ବି ଏନେଇ ଅଭିଯୋଗ କରି ନାହାନ୍ତି ଶଯ୍ୟା ପାଇଁ ଅଭିନେତା ଆମ ସହ କୌଣସି ଯୋଗାଯୋଗ କରି ନାହାନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି l
ମେ ୧୭ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଜିଲ୍ଲାପାଳ ସୋନୁ ସୁଦଙ୍କ ଟ୍ଵିଟ୍ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁସୁଦଙ୍କଠୁ କୌଣସି ସୂଚନା ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ l
ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି l ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ l ବ୍ରହ୍ମପୁରର ମହାନିଗରମ ଏହାର ତଦାରଖ କରୁଛନ୍ତି l
ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍ରେ ଜଣେ ସାମାଜିକ ଗଣମାଧ୍ୟମରେ ଶଯ୍ୟା ପାଇଁ ଆକୁଳ ନିବେଦନ କରିଥିବା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅଭିନେତା ସୋନୁ ସୁଦ l
ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍ଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ଯେ ତାଙ୍କ ସ୍ତ୍ରୀ କ-ରୋନା ପଜେଟିଭ ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍ ଚିକିତ୍ସା ପାଇଁ କୌଣସି ହସ୍ପିଟାଲ୍ରେ ଶଯ୍ୟା ମିଳୁନି l
ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ l ଟ୍ୱିଟ୍ କରିବାର କିଛି ସମୟ ପରେ ସୋନୁ ସୁଦ୍ ନିଜ ଟ୍ୱିଟ୍ ଆକାଉଣ୍ଟ୍ରେ ସିଟି ହସ୍ପିଟାଲ୍ରେ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଉଲ୍ଲେଖ କରିଥିଲେ l ଉଭୟଙ୍କ ବାର୍ତ୍ତା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment