ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା l 26 ତାରିଖ ରେ ଏହା ଓଡ଼ିଶାରେ ପହଞ୍ଚିବା ଆଶଙ୍କା କରଯାଇଛି l ଆସନ୍ତା 22 ତାରିଖ ରେ ଆଣ୍ଡାମାନ ସାଗର ଏବଂ ଉତ୍ତର ମହା ସାଗର ବଙ୍ଗୋପ ସାଗର ଉପକୂଳ ରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ l
ପରବର୍ତ୍ତୀ 72 ଘଣ୍ଟା ମଧ୍ୟରେ ଏହା ଘନୀଭୁତ ହୋଇ ବାତ୍ୟା ର ରୂପ ନେବ l ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି 26 ତାରିଖ ସକାଳେ ଓଡ଼ିଶା ପଶ୍ଚିମବଙ୍ଗ ନିକଟରେ ବାତ୍ୟାର ରୂପ ନେବ l
ଏହାର ପ୍ରଭାବ ରେ ଉପକୂଳ ଓଡ଼ିଶାରେ 25 ତାରିଖରୁ ଅଧିକାଂଶ ସ୍ଥାନ ରେ ମଧ୍ୟମ ଧରଣ ର ବର୍ଷା ହେବାର ସୂଚନା ମିଳିଛି l ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ମାଛଧରାଳି ମାନଙ୍କୁ ଏହି ସମୟରେ ସମୁଦ୍ର କୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି l
INCOIS ପାଣିପାଗ ବିଭାଗରୁ ସୂଚନା ମିଳିଛି ବାତ୍ୟା ଓଡ଼ିଶାର ବାଲେଶ୍ବର ଏବଂ ପଶ୍ଚିମବଙ୍ଗ ର ଦିଘା ମଧ୍ୟରେ ଲାଣ୍ଡଫଲ କରିପାରେ l ଏବଂ ବାଲେଶ୍ୱର ଜିଲ୍ଲାର ଆଖ ପାଖ ଅଞ୍ଚଳ ରେ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି ECWMF ତରଫରୁ l
ଏହାର ପ୍ରକୋପ ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ସାମାନ୍ୟ ରହୁଥିବା ବେଳେ ବାଲେଶ୍ବର ଏବଂ ପାଖ ଅଞ୍ଚଳ ମାନଙ୍କରେ ଏହା ଅଧିକ ଉଗ୍ର ରୂପ ନେବାର ସୂଚନା ରହିଛି l ବାତ୍ୟା ତାଉକେତ ର ଯିବା ପରେ ଏହା ଓଡ଼ିଶାରେ ସାମାନ୍ୟ ଆକାର ରେ ପ୍ରକୋପ ପକାଇଥିବା ବେଳେ ଆଉ ଏକ ବାତ୍ୟା ର ସୂଚନା ମିଳିଥିବା ବେଳେ ଆତଙ୍କିତ ହୋଇଛନ୍ତି ଓଡ଼ିଶାବାସୀ ଏବଂ ଓଡ଼ିଶା ସରକାର ଙ୍କ ତରଫରୁ ସମସ୍ତ ବ୍ୟବସ୍ଥା ଆଗୁଆ କରାଯାଇଛି ଏବଂ ମାଛ ଧରାଳି ମାନଙ୍କୁ ସମୁଦ୍ରରେ ପ୍ରବେଶ ନିମନ୍ତେ ବାରଣ କରାଯାଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment