ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଖବର ବିଷୟରେ ଜାଣିବା।ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା ରାଶି।ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୩୭ ଲକ୍ଷ ଚାଷୀଙ୍କୁ ମିଳିବ ୯୨୦ କୋଟି ଟଙ୍କା।
ଗତ ଥର ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର କାଳିଆ ହିତାଧିକାରୀଙ୍କ ଟଙ୍କା ସ୍ଥଗିତ ରହିଥିଲା।ପୁରୀ ଜିଲ୍ଲାର କାଳିଆ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ମିଳିବ।ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ଅବସରରେ ପ୍ରଦାନ କରାଯିବ କାଳିଆ ସହାୟତା ରାଶି।ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।
କୋଭିଡର ଏହି ପରିସ୍ଥିତି ବର୍ତ୍ତମାନ ଆହ୍ୱାନ ଭରା ରହିଛି ଏବଂ ଏଭଳି ସମୟରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦିଆଯିବ।ଏବଂ ଏହା ନିହାତି ଭାବରେ ତାଙ୍କୁ କେଉଁଠି ନା କେଉଁଠି ଆର୍ଥିକ ଅବସ୍ଥାକୁ ସୁଦୃଢ କରିବ।ଅକ୍ଷୟ ତୃତୀୟା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଛନ୍ତି ସେମାନଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଅର୍ଥ ପଠାଇବେ।
୩୬ ଲକ୍ଷ ୯୮ ହଜାର ଯେଉଁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଛନ୍ତି ସେମାନଙ୍କ ଆକାଉଣ୍ଟକୁ ପ୍ରତି ଆକାଉଣ୍ଟ ପିଛା ୨୦୦୦ ଟଙ୍କା ଯିବ।ଏହି ସହାୟତା ଖରିଫ ଋତୁ ପାଇଁ ଦିଆଯାଉଛି।

ଗତ ଥର ଯେବେ କାଳିଆ ଟଙ୍କା ଦିଆଯାଇଥିଲା ସେହି ସମୟରେ ଯେଉଁ ପିପିଲି ଉପନିର୍ବାଚନ ଥିଲା ସେଥିପାଇଁ ପୁରୀ ଜିଲ୍ଲାର କାଳିଆ ହିତାଧିକାରୀଙ୍କ ପାଇଁ ଅର୍ଥ ସ୍ଥଗିତ ରଖାଯାଇଥିଲା।ବର୍ତ୍ତମାନ ଯେଉଁ ୩୬ ଲକ୍ଷ ୯୮ ହଜାର ଯେଉଁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଛନ୍ତି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ଏବଂ ଏହା ସହିତ ପୁରୀ ଜିଲ୍ଲାର ଯେଉଁ ଚାଷୀମାନଙ୍କ ଅର୍ଥ ସ୍ଥଗିତ ରହିଥିଲା ତାହା ମଧ୍ୟ ରିଲିଜ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ବାବଦରେ ସମ୍ପୂର୍ଣ୍ଣ ୯୨୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡିଶା ସରକାର ଭୂମିହିନ ମାନଙ୍କୁ ମଧ୍ୟ କାଳିଆ ଯୋଜନା ସହାୟତାରେ ଆର୍ଥିକ ସହାୟତା କରୁଛନ୍ତି।ଏବଂ ଗତ ଥର ଯେଉଁ ଭୂମିହୀନ ଚାଷୀଙ୍କୁ ଅର୍ଥ ଦିଆଯାଇଥିଲା ସେଥରୁ କିଛି ବଞ୍ଚିତ ରହିଥିଲେ ସେମାନଙ୍କୁ ମଧ୍ୟ ୧୨୫୦୦ ଟଙ୍କା ଦିଆଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment