ନମସ୍କାର ସଙ୍ଗାମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କୋ-ଭିଡ କେୟାର ସେଣ୍ଟରରେ ଥିବା କିଛି ଚିକିତ୍ସାଧୀନ ବ୍ୟକ୍ତିଙ୍କ ଅଭିଯୋଗ ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।
ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ।କେହି ଆମ କଥା ଶୁଣୁନାହାନ୍ତି।ଖାଇବା ଯାହା ଦେଉଛନ୍ତି ପେଟ ପୁରୁନି।୯ଟା ବାଜିଲାଣି ହେଲେ ପାଣି ଟୋପେ ମଧ୍ୟ ମିଳିନି।କୋ-ଭିଡ କେୟାର ସେଣ୍ଟରରେ ଥିବା କିଛି ଚିକିତ୍ସାଧୀନ ରୋଗୀ ଏଭଳି କିଛି କହି ଏକ ଭିଡିଓ ଭାଇରାଲ କରିଛନ୍ତି।
ନୟାଗଡ଼ ଚାନ୍ଦପୁର ସ୍ଥିତ ପସନ୍ଦମଞ୍ଜରୀ କୋ-ଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ପିଇବା ପାଇଁ ଏବଂ ନିତ୍ୟ କର୍ମ କରିବାପାଇଁ ମିଳୁନଥିବା ପାଣି ପାଇଁ ଅଭିଯୋଗ କରିଛନ୍ତି ଚିକିତ୍ସାଧୀନ ରୋଗୀ।ଏହି ଭିଡିଓରେ ସେହି ରୋଗୀ ଜଣକ କହିଛନ୍ତି ସକାଳୁ ଏଠାରେ ପାଣିର ବ୍ୟବସ୍ଥା ନାହିଁ।
ଏବଂ ସେ ଏପର୍ଯ୍ୟନ୍ତ ଗାଧୋଇ ମଧ୍ୟ ନାହାନ୍ତି।ଏବଂ ସକାଳ ଟିଫିନରେ ମଧ୍ୟ ଖାଇବା ପିଇବା କିଛି ଠିକ ଭାବରେ ଦିଆଯାଉନାହିଁ।ଏବଂ ଗାଧୋଇବା ତ ଦୂରର କଥା ଏଠାରେ ଥିବାତାଙ୍କ ପାଖରେ ପିଇବାପାଇଁ ମଧ୍ୟ ପାଣି ଦିଆଯାଉନାହିଁ।ଏବଂ ସେ ଏହି ଅବସ୍ଥାରେ ସେଠାରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଅନ୍ୟ ପଟେ ରୋଗୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ସହ ଅନ୍ୟାନ୍ୟ ଅବ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି ଆକ୍ରାନ୍ତ।ତେବେ କୋ-ଭିଡ ସେଣ୍ଟରର ଦାଇତ୍ୱ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ନେଉ ଥିବା ଏବଂ ରୋଗୀଙ୍କୁ ସଠିକ ଭାବରେ ସୁବିଧା ସୁଯୋଗ ଦିଆଜାଉନଥିବାର ଅବିଯୋଗ ହେଉଛି।ଏବଂ ରୋଗୀ ସେହି ସବୁ ଖାଦ୍ୟର ଫଟୋ ମଧ୍ୟ ସେୟାର କରିଛନ୍ତି ସୋସିଆଲ ମିଡିଆରେ।
ସେପଟେ ଘଟଣାକୁ ନେଇ ଏସଡିଏମୋ କହିଛନ୍ତି ଯାହା ପାଖରେ କାମ ଧନ୍ଦା ନାହିଁ ସେ ଏହିପରି ଭିଡିଓ କରି ଭାଇରାଲ କରୁଛନ୍ତି ଏବଂ ଏସବୁ ମିଛ ବୋଲି।କିନ୍ତୁ ଫଟୋରେ ସେହି ସବୁ ନିମ୍ନ ମାନର ଖାଦ୍ୟର ଫଟୋ ଦେଖାଯାଉଅଛି।
ଏବଂ ଉପରକ୍ତ ଅଫିସର କହିଛନ୍ତି ରୋଗୀଙ୍କୁ ପାଣି ଏବଂ ଖାଦ୍ୟ ଠିକ ଭାବରେ ଦିଆଯାଉଅଛି ଏବଂ ଚିକିତ୍ସା ମଧ୍ୟ ଠିକ ଭାବରେ କରାଯାଉଅଛି।ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ଏହି କଥା ପାଇଁ କେଉଁ ପଦକ୍ଷପ ପରବର୍ତ୍ତୀ ସମୟରେ ନିଆଯାଉଛି ଦେଖିବାକୁ ବାକି ରହିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment