ନମସ୍କାର ସାଙ୍ଗମାନେ ମାଡି ଆସୁଛି ଏକ ଭୟଙ୍କର ବାତ୍ୟା ଯାହାକି ଆରବ ସାଗରରେ ସୃଷ୍ଟି ହେବ ବୋଲି କୁହାଯାଉଛି।ତେବେ ଭାରତକୁ ଆସୁଛି ଏକ ନୂଆ ବାତ୍ୟା।ଦକ୍ଷିଣ ପୂର୍ବ ଆରବ ସାଗର ରେ ବାତ୍ୟା ଆସୁଛି ବୋଲି କୁହାଯାଉଛି।ଆଜି ଆମେ ଏହି ଆର୍ଟିକିଲରେ ଏହି ବିଷୟରେ ଚର୍ଚ୍ଚା କରିବା।
ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ମଇ ୧୪ ତାରିଖ ସକାଳ ସୁଦ୍ଧା ଲୋ ପ୍ରେସର ଏରିଆ ସୃଷ୍ଟି ହେବ।ଯାହାକି ୧୬ ତାରିଖରେ ଘୃଣି ଝଡ଼ରେ ପରିଣତ ହେବ।ଏହି ବିଷୟରେ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଏହି ସମୟରେ ଆରବ ସାଗର ଅଶାନ୍ତ ରହିବ।ଏବଂ ସମୁଦ୍ର ଭିତରକୁ ନଯିବାପାଇଁ ମାଛ ଧରାଳି ମାନଙ୍କୁ ପରାମର୍ଶ ଦିଆଯାଇଛି।ଏବଂ ସମୁଦ୍ର ଭିତରକୁ ଯାଇଥିବା ମାଛ ଧରାଳି ମାନଙ୍କୁ ୧୩ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।ଏବଂ ସେମାନେ ସମୁଦ୍ର ଭିତରେ ରହିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କୁହାଯାଇଛି।ତେବେ ଏହି ଆସୁଥିବା ବାତ୍ୟାର ପ୍ରଭାବ ଓଡିଶା ଉପରେ କିପରି ରହିବ ଏବଂ କେଉଁ କେଉଁ ଜିଲ୍ଲା ପ୍ରତି ଏହାର ପ୍ରଭାବ ରହିବ ଆସନ୍ତୁ ସେହି ବିଷୟରେ ଜାଣିବା ସମ୍ପୂର୍ଣ୍ଣ ଖବର।

ବର୍ତ୍ତମାନ ଯାହା ଖବର ମିଳୁଛି ଆଗାମୀ ଦିନରେ ରାଜ୍ୟର ତାପମାତ୍ରା କମ ରହିବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।ଆସନ୍ତା ୧୫ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା କମ ରହିବ।
୧୩ ତାରିଖରେ ସୃଷ୍ଟି ହେବ ଘୃଣି ବଳୟ ଯାହାକି ୧୫ ତାରିଖ ସୁଦ୍ଧା ଲଘୁଚାପ ରୁପ ନେବ ବୋଲି ଆଶଙ୍କା ରହିଛି।ଏବଂ ଏହା ଫଳରେ ଏକ ଭୟଙ୍କର ବାତ୍ୟା ସୃଷ୍ଟି ହେବ ବୋଲି କୁହାଯାଇଛି।ଯାହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ ରୁ ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି।
ଏହା ଫଳରେ ଓଡିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ।ଏବଂ ଏହାଦ୍ୱାରା ବଙ୍ଗୋପ ସାଗରରେ ପବନ ବହିବ ଏବଂ ଏହାର ପ୍ରଭାବ ଉପକୂଳ ଓଡିଶାରେ ହେବ ବୋଲି କୁହାଯାଇଛି।ଉପକୂଳ ଓଡିଶାରେ ଆସନ୍ତା ୫ ଦିନ ଯାଏଁ କାଳ ବୈସଖୀ ହେବାର ସମ୍ଭାବନା ରହିଛି
ଯାହା ଫଳରେ ଭୁବନେଶ୍ୱର ସମେତ ପଶ୍ଚିମ ଓଡିଶା ଏବଂ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ୧୦ ରୁ ୧୨ ତାରିଖ ମଧ୍ୟରେ କାଳଵୈସାଖି ହେବାର ସମ୍ଭାବନା ଥିଲା ବୋଲି କୁହାଯାଉଥିଲା।ଏବଂ ତାହା ବର୍ତ୍ତମାନ ଆରମ୍ଭ ହୋଇଯାଇଛି।ଆଜି କିଛି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ସହିତ ଘୃଣିଝଡ଼ ମଧ୍ୟ ହୋଇଛି ଯାହାଫଳରେ କିଛି ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହିତ ବହୁ ମାତ୍ରାରେ କ୍ଷତି ମଧ୍ୟ ହୋଇଛି।
ତେବେ ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ବର୍ଷା ନହେଲେ ମଧ୍ୟ ପାଗ ମେଘୁଆ ରହିବ ଯାହା ଫଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।ଏଥିପାଇଁ ଆପଣ ସତର୍କ ରୁହନ୍ତୁ।ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ ତାରିଖ ପରେ ତାପମାତ୍ରା ବଢ଼ିପାରେ ବୋଲି କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment