ବନ୍ଧୁମାନେ ଆପଣ ସମସ୍ତେ ଜେନେଲିଆ ଡିସୁଜା ନାମକ ମହାନ ନାୟିକାଙ୍କୁ ଚିହ୍ନି ଥିବେ।ଜେନେଲିଆ ବଲିଉଡର ଏକ ଲୋକପ୍ରିୟ ଅଭିନେତ୍ରୀ।ସେ ଫୋର୍ସ, ଫୋର୍ସ ୨ ଓ ଜୟ ହୋ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।ତେବେ ତାଙ୍କର ଏକ ଭିଡିଓରେ ସେ କୋ-ଭିଡ ପାଇଁ କଷ୍ଟ ପାଉଥିବା ମାଙ୍କ ପାଇଁ ମନ ଦୁଃଖ କରିଛନ୍ତି ଓ ସବୁ ମା ମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।
ସେ ତାଙ୍କ ଭିଡ଼ିଓରେ ମାତୃ ଦିବସର ଶୁଭେଚ୍ଛା ଜଣାଇଥିଲେ ଓ କହିଥିଲେ କି ଗୋଟେ ମା ହିସାବରେ ମୁଁ ଜାଣି ପାରୁଛି ସେ ମା ମାନଙ୍କ କଷ୍ଟ ଯୋଉ ମାନେ ମାତୃ ଦିବସରେ କୋ-ଭିଡ ପଜିଟିଭ ଥିବେ କି ଯାହାର ଛୁଆ ମାନଙ୍କୁ କୋଭିଡ୍ ଥିବ।
ସେମାନେ ମାତୃ ଦିବସରେ ଟିକେ ଭଲରେ ନିଜ ଛୁଆମାନଙ୍କ ସହ ମିଶି ପାରୁ ନଥିବେ।କିଛି ଦିନ ତଳେ ଜେନେଲିଆଙ୍କର ୨ ପୁଅଙ୍କୁ କୋ-ଭିଡ୍ ହେଇଥିଲା।ତାଙ୍କ ଅଭିଜ୍ଞତାରୁ କହିଲେକି ଡରିବାକୁ ଚିନ୍ତା କରନ୍ତୁ ନାହିଁ ସବୁ କିଛି ଠିକ୍ ହେଇଯିବ।
ସେ କହିଥିଲେ କି ଆମେ ସବୁ ଏବେ ଗୋଟେ ବହୁତ୍ କଷ୍ଟମୟ ସମୟ ଦେଇ ଗତି କରୁଛେ, ଦୁଃଖର ସହ କହିବାକୁ ପଡୁଛି କି ବହୁତ୍ ଛୋଟ ପିଲାଙ୍କୁ ମଧ୍ୟ କୋ-ଭିଡ ହେଉଛି, କିଛି କିଛି ଘର ପୁରା ନଷ୍ଟ ହେଇ ଯାଉଛି, କିନ୍ତୁ ଆମେ ଭଗବାନଙ୍କ ଉପରେ ଭରସା ରଖିବା ଭଲ ଦିନ ଖୁବ୍ ଶୀଘ୍ର ଆସିବ।ସେ ସମୟରେ ଆପଣମାନେ ଦୃଢ଼ ହୁଅନ୍ତୁ, ଆପଣ ମାନେ ପିଲାମାନଙ୍କ ପାଇଁ ଉଦାହରଣ ହେବେ।ପିଲା ମାନଙ୍କ ଠାରୁ କୋ-ଭିଡ ହୋଇଯିବା ଭୟକୁ ଭୁଲିଯାନ୍ତୁ।
ଜେନେଲିଆ କହିଥିଲେକି ଘରେ ରହି ଆମେ କିଛି ନିୟମ ପାଲନ କରି ପାରିବାଯେମିତିକି ପୁଷ୍ଟିକର ଘର ଖାଦ୍ୟ ଖାଇବା, ସବୁବେଳେ ମାସ୍କ ପିନ୍ଧିବା, ସାନିଟାଇଜ କରିବା ଓ କେବଳ ଏହା କରିବନି, ନିଜ ଛୁଆ ମାନଙ୍କୁ ମଧ୍ୟ ଶିଖାନ୍ତୁ।ଆଉ ଏ ଜିନିଷ ଭୁଲ୍ ରେ ଭାବନ୍ତୁ ନାହିଁ କି ଛୋଟ ପିଲା ସେମାନେ କଣ ଜାଣିବେ ଏ ସବୁ ଜାଣିବେ।ଆଉ ସମୟ ଆସିଲେ ଭେକ୍ସିନ ନିହାତି ନିଅନ୍ତୁ।
ଶେଷରେ ଜେନେଲିଆ ସବୁ ମା ମାନଙ୍କୁ ପ୍ରଶଂସା କରିଥିଲେକି ଗୋଟେ ମା ହେବା ବହୁତ୍ କଷ୍ଟ, ନିଜର ସବୁ ଡରକୁ ଭୁଲିଯାନ୍ତୁ ଆଉ ମୁଁ ଜାଣିଛି କି ଆମେ ସମସ୍ତେ ମିଶି ଦିନେ ନା ଦିନେ ଏ ସବୁରୁ ମୁକୁଳି ଯିବା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment