Press "Enter" to skip to content

କଳିଯୁଗ ଶେଷହେବ କେବେ ଏବଂ କିପରି ? Special report

ଆପଣମାନେ ସମସ୍ତ ଜାଣନ୍ତିଯେ ଗୋଟିଏ ଯୁଗ ଅନ୍ତ ପରେ ଅନ୍ୟ ଏକ ଯୁଗର ଆରମ୍ଭ ହେଇଥାଏ।ଯେପରିକି ସତ୍ୟଯୁଗ ପରେ ତ୍ରେତୟା ତା ପରେ ଦ୍ଵାପର ଏବଂ ତାପରେ ଆସିଲା କଳିଯୁଗ।କଳିଯୁଗ ପରେ ଆସିବ ଅନନ୍ତ ଯୁଗ।ବିଭିନ୍ନ ପୁରାଣ ରେ ଅନେକ କଥା ଲେଖାଯାଇଛି।ଅନେକ ମହାପୁରୁଷମାନେ ଯେପରିକି ପଞ୍ଚସଖାମାନେ ମାଳିକାରେ ମଧ୍ୟ ଉଲ୍ଲେଖ କରିଛନ୍ତି କଳିଯୁଗ ବିଷୟରେ।ତେଣୁ ଗୋଟିଏ ଯୁଗର ସମାପ୍ତ ହୁଏ କାହିଁକି।

ଏ ବିଷୟରେ ମଧ୍ୟ ଲେଖା ଯାଇଛି।କଳିଯୁଗରେ ଲୋକମାନଙ୍କ ବ୍ୟବହାର ତଥା ଚାଲିଚଳଣି କେମିତି ହେବ ସେ ବିଷୟରେ ମଧ୍ୟ ଲେଖାଯାଇଛି। କଳିଯୁଗର ବୟସ ହେଉଛି ୪ଲକ୍ଷ ୩୨,୦୦୦।ମାତ୍ର ଏହି ଯୁଗରେ ଲୋକମାନେ ଏତେ ପାପ କରିବେ ,ପାପର ଭାର ଏତେ ବଢ଼ିବ ଯେ ଏହାର ବୟସସୀମା ୧୦,୦୦୦ ହେଇଯିବ।କେଉଁ କେଉଁ ପାପର ଭାର ପାଇଁ କଳିଯୁଗର ବୟସ ସୀମା କମିବ ସେ ବିଷୟରେ ମାଳିକା ରେ ବିସ୍ତୃତ ଭାବେ ବର୍ଣ୍ଣିତ ହେଇଛି।

ବିଭିନ୍ନ କାରଣ ପାଇଁ କଳିଯୁଗର ବୟସସୀମା କ୍ଷୟ ହେଇଯିବ।ଗୋ ହତ୍ୟା,ବିଧବା ରମଣୀ ହରଣ,ବ୍ରହ୍ମହତ୍ୟା, ଭାଇ ଭାଇ ମଧ୍ୟରେ କଳହ ଆଦିଦ୍ୱାରା କଲିଯୁଗର ବୟସ କ୍ଷୟ ହେଇଥାଏ।ମାତ୍ର ବର୍ତ୍ତମାନ ପାପ ର ପରିମାଣ ଯେତେବଢ଼ିବାରେ ଲାଗୁଛି ଜଣାଯାଉଛି ଯେ କଳିଯୁଗର ଅନ୍ତ ଖୁବ୍ ଶୀଘ୍ର ହେବାକୁ ଯାଉଛି।କଳିଯୁଗରେ ବଳରାମ ରାଜା ହେବେ।ଭଗବାନ କଳ୍କୀ ଅଵତାର ରେ ଆସିବେ ଏବଂ ତାଙ୍କର ପରିଚାରକ ହେବେ।

କଳିଯୁଗର ଅନ୍ତ କେବେ ହବ ଏବଂକ୍ଲ କିପରି ହେବ ତାହା କହିବା ଏତେ ସହଜ ନୁହେଁ।ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ,
“ବୈଶାଖ ଶୁକ୍ଲ ଅଷ୍ଟମି ଗୁରୁବାର ଦିନ
ସେହିଦିନ କଳିଯୁଗ ହେବ ଯେ ସମ୍ପୂର୍ଣ୍ଣ”
ସେ ରାମଦାସଙ୍କୁ ତାଙ୍କ ସମୟରେ କହିଥିଲେ,
“ଚହଟିବ ଲୀଳାତୁ ଚାରିରେ ମିଶା ଏକ
ଚଢାଯେତେଶୂନହେଲା ଅଙ୍କହେଲାଠିକ
ବଳିଯିବ କଳି ସେ ଯେ ଦଳିଦେବେ ମିନି
ଚେଟାଇ ହିତରେ କହୁଛି ଅଚ୍ୟୁତଯେ ଭାଳି।”
ଏହା ଆଗତ ମାଳିକାରେ ବର୍ଣ୍ଣିତ।ଯେତେବେଳେ ରାମଦାସ ଅଚ୍ୟୁତାନନ୍ଦ ଙ୍କୁ ପଚାରୁଛନ୍ତିଯେ କଳିଯୁଗ କେବେ ସରିବ,ଏହାର ଉତ୍ତରରେ ସେ କହୁଛନ୍ତି ଯେ ଚାରି ଯୁକ୍ତ ଏକ ପାଞ୍ଚ।ଏହାର ଡାହାଣରେ ତିନୋଟି ଶୂନଦେଲେ ଅର୍ଥାତ ୫୦୦୦ବର୍ଷ ପରେ କଳିଯୁଗର ସମାପ୍ତି ଘଟିବ।ରାମଦାସ ଥିଲେ ପଞ୍ଚସଖା ଙ୍କର ପ୍ରଥମ ଶିଷ୍ୟ।ଅର୍ଥାତ ଏହା ପଞ୍ଚଦଶ ଶତାବ୍ଦୀର କଥା ।

ତେଣୁ ଅଚ୍ୟୁତାନନ୍ଦ ମଧ୍ୟ କହିଥିଲେ ଯେ କଳିଯୁଗ ର ଆୟୁ ୧୦,୦୦୦
ବର୍ଷ।ସେ ଏହା ମଧ୍ୟ କହିଲେ ଯେ କଳିଯୁଗ ର ଅନ୍ତ ସେହିଦିନ ହେବ ଯେଉଁଦିନ ବୈଶାଖଶୁକ୍ଳ ଅଷ୍ଟମୀ ହେଇଥିବ ଏବଂ ଗୁରୁବାର ମଧ୍ୟ ହେଇଥିବ।ସେହିଦିନ ଦଳେଈଘାଇ ଭାଙ୍ଗିବ ଏବଂ ଏହା ସହ ଏକ ମହାପ୍ରଳୟ ହେବ ଲୋକମାନେ ହଇରାଣ ହେବେ ଏବଂ ଯୁଗର ଅବସାନ ଘଟିବ।

ଏହା ମଧ୍ୟ ସତ୍ୟ ହେ ଭଗବାନ କଲ୍କକୀ ଅବତାର ନେବେ ପାପୀ ମାନଙ୍କ ସଂହାର ହେବ।ଅନେକ ଲୋକ ଅନେକ କଥା କହୁଛନ୍ତି ଭଗବାନଙ୍କ ଅବତାର ସମ୍ପର୍କରେ।ମାତ୍ର ଅବତାର ହେବ ଏହା ସତ୍ୟ।ତେଣୁ କଳିଯୁଗର ଅବସାନ ସମ୍ପର୍କରେ ବିଶେଷ କେହି ଜାଣିନାହାନ୍ତି।କିନ୍ତୁ ଏହାର ଅବସାନ ପାଖେଇ ଆସିଲାଣି।ଏହା ପରେ ଅନନ୍ତ ଯୁଗ ଆରମ୍ଭ ହେବ।ବଳରାମ ଏହାର ରାଜା ହେବେ।ପ୍ରଜାମାନେ ଆନନ୍ଦରେ ରହିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *