ବନ୍ଧୁଗଣ ଆଜି ଓଡ଼ିଶାରେ ଭୟଙ୍କର କାଳ ବୈଶାଖୀ ହେବା ସହ ଅନେକ ସ୍ଥାନ ରେ ଜୋରେ ବର୍ଷା ହୋଇ ଖୁବ ଜୋରେ ପବନ ହୋଇଥିଲା l ଏବଂ ଏହି ପବନ ଏତେ ମାତ୍ରା ରେ ହୋଇଥିଲା ଯେ ଯେଉଁଥିରେ ଶ୍ରୀ ମନ୍ଦିର ର ନେତ ମଧ୍ୟ ଭାଙ୍ଗି ଯାଇଥିଲା ଯାହା ଫଳରେ ଲୋକ ଭୟଭିତ ହୋଇ ଉଠିଛନ୍ତି l
ଏହାପରେ ପାଣିପାଗ ବିଭାଗ ଆଉ ଏକ କାଳ ବୈଶାଖୀ ର ଅନୁମାନ କରିଛନ୍ତି ଯେଉଁଥିରେ ବଙ୍ଗୋପ ସାଗର ରୁ ଝଡ଼ ସୃଷ୍ଟି ହୋଇ ସାରା ଓଡ଼ିଶାରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି l କେତେକ କ୍ଷେତ୍ରରେ ଏହା ସର୍ବାଧିକ ଥିବା ପରେ କେତେକ କ୍ଷେତ୍ରରେ ଏହା ନିମ୍ନ ସ୍ତର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି l
ବାଲେଶ୍ଵର ଜିଲ୍ଲାରେ ୮୦.୦ ମିଲି ମିଟର।ବ୍ରହ୍ମଗିରିରେ ୭୦.୦ ମିଲି ମିଟର।ପୁରୀ ଜିଲ୍ଲାରେ ୬୦.୦ ମିଲି ମିଟର।ସୋନପୁର ରେ ୫୮.୦ ମିଲି ମିଟର।ପିଲିଲିରେ ୫୭.୦ ମିଲି ମିଟର।

ଏହିଭଳି ବାହାରେ ବର୍ଷା ରହିଛି।ସବୁଠାରୁ ଅଧିକ ତାପମାତ୍ର ରେକର୍ଡ କରାଯାଇଛି ବୌଦ୍ଧରେ ୪୦.୫ ଡିଗ୍ରୀ ସେଣ୍ଟିଗ୍ରେଡ।୪୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ କେବଳ ଗୋଟିଏ ଜାଗାରେ ରେକର୍ଡ କରାଯାଇଛି ତାହା ହେଉଛି ବୌଦ୍ଧରେ।ଏବଂ ଅନ୍ୟ ସବୁ ସ୍ଥାନରେ ୪୦ ଡିଗ୍ରୀରୁ କମ ତାପମାତ୍ରା ଥିଲା।
ତାପମାତ୍ରା କିଛି କିଛି ସ୍ଥାନରେ ଦୁଇ ତିନି ଡିଗ୍ରୀ କମ ରେକର୍ଡ କରାଯାଇଛି ଏବଂ ବିଜୁଳି ଘଡଘଡି ଏବଂ ପ୍ରବଳ ଜୋରରେ ବର୍ଷା ଆଗକୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗିରହିବାର ସମ୍ଭାବନା ଅଛି।ଏବଂ କିଛି କିଛି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ବଲାଙ୍ଗୀର,ରାୟଗଡା, ବୌଦ୍ଧ,ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଭଳି କିଛି ଜିଲ୍ଲାରେ ଅଧିକ ପରିମାଣରେ ବିଜୁଳୀ ଏବଂ ଘଡଘଡି ମାରିବାର ସମ୍ଭାବନା ରହିଛି।ଏବଂ ଏଠାରେ ୱାର୍ନିଙ୍ଗ ମଧ୍ୟ ଜାରି କରାଯାଇଛି।
ଏବଂ ଏହି ବିଜୁଳୀ ଘଡଘଡି ସହିତ ପ୍ରବଳ ମାତ୍ରାରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା ଏବଂ ଗଜପତି ଜିଲ୍ଲାରେ ଅଧିକ ମାତ୍ରାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ଡେ ୩ରେ ମଧ୍ୟ କିଛି ପରିମାଣରେ ବିଜୁଳି ଘଡଘଡି ରହିବାର ସମ୍ଭାବନା ରହିଛି।ଏବଂ ମଧ୍ୟ ଅଧିକ ପରିମାଣରେ ବର୍ଷା ମଧ୍ୟ ହୋଇପରେ।ଏହା ସବୁ 12,13ଏବଂ14,15 ତାରିଖ ପର୍ଯ୍ୟନ୍ତ ରହିବ ଏବଂ 16 ତାରିଖରେ ଏହାର ପରିମାଣ କମ ହେବାର ସମ୍ଭାବନା ଅଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment