ନମସ୍କାର ସାଙ୍ଗମାନେ।ଟୀକା ପଞ୍ଜିକରଣପାଇଁ ଯେଉଁମାନେ ଡିଜିଟାଲ ଆକ୍ସେସ କରିପାରୁ ନାହାନ୍ତି ସେମାନେ ନିଜର ସାଙ୍ଗ, ପରିବାର, ଏନ-ଜି- ଓ ଏବଂ ବିଶେଷକରି ଜନସେବା କେନ୍ଦ୍ରର ସହାୟତା ନେଇପାରିବେ।ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଚାଲନ୍ତୁ ଏହି ବିଷୟରେ ଅଧିକ ଆଲୋଚନା କରିବା।
ସୁପ୍ରିମ କୋର୍ଟକୁ ଏହା ଅବଗତ କରାଇଛନ୍ତି କେନ୍ଦ୍ର ସରକାର। କୋୱିନ ଆପରେ ସହଜ ନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ମାନେ କୋଭିଡ ଟୀକା ପାଇଁ ଗ୍ରାମପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରର ସହାୟତା ନେଇପାରିବେ ବୋଲି କେନ୍ଦ୍ର ସରକାର ଜଣାଇଥିଲେ।
ଏହାସହିତ ଲୋକମାନେ ନିଜ ସାଙ୍ଗ ହୁଅନ୍ତୁ,ପରିବାର ହୁଅନ୍ତୁ କିମ୍ବା ଏନ-ଜି-ଓର ମଧ୍ୟ ସାହାଯ୍ୟ ନେଇପାରିବେ।ଏଠାରେ ଏକ ବଡ଼ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ସି ଏସ ସି ବା କମନ ସର୍ଭିସ ସେଣ୍ଟର।ଏମାନଙ୍କ ସହାୟତାରେ କୋୱିନ ଆପରେ ପଞ୍ଜିକରଣ କରିପାରିବେ ଆପଣ।

ଏବଂ ଏହାଦ୍ୱାରା କୋଭିଡ ଟୀକା ପାଇଁ ଗୋଟିଏ ତାରିଖ ସେମାନଙ୍କୁ ମିଳିପାରିବ।କୋୱିନ ଆପରେ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର।ଗ୍ରାମଞ୍ଚଳରେ ଅଧିକ ପରିମାଣରେ ସି-ଏସ-ସି ସେଣ୍ଟର ସାହାଯ୍ୟରେ ଲୋକମାନେ ସେବା ପାଇବେ।
କୋଭିଡ ଟୀକା ପାଇଁ ପଞ୍ଜିକରଣ ଏବଂ ଟୀକାକରଣରେ ଗୋଟିଏ ବ୍ୟବଧାନ ମଧ୍ୟ ରହୁଛି ଟୀକାକରଣ ପାଇଁ ଅଭିଯାନ ହ୍ରାସ ପାଉଛି ଏବଂ ଧୀରେ ଧୀରେ ଏହି ବ୍ୟବଧାନ ବଢ଼ିବାରେ ଲାଗିଛି।ବର୍ତ୍ତମାନ ପରିସ୍ଥିତିରେ ପଞ୍ଜିକରଣ କରିଥିବା ବ୍ୟକ୍ତି ତାହାର ୩ ମାସ ପରେ ଟୀକା ନେଇପାରିବେ ବୋଲି ଜଣାପଡିଛି।
ଏବଂ ପଞ୍ଜିକରଣ ସଂଖ୍ୟା ମଧ୍ୟ କାମୁଥିବା ପରି ପରିଲକ୍ଷିତ ହେଉଛି।ମେ ୧ରୁ ୭ ତାରିଖ ମଧ୍ୟରେ କେବଳ ଦୁଇ କୋଟି ୪୨ ଲକ୍ଷ ପଞ୍ଜିକରଣ ହୋଇଛି।ଏବଂ କୋୱିନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ କୋଟି ପଞ୍ଜିକରଣ ହୋଇଛି।
ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟିକାଦାନ ସତ୍ୱେ ଟୀକାଦାନର ପରିମାଣ କମିଛି।ଏପ୍ରିଲ ପ୍ରଥମ ଭାଗରେ ୪୦ ଲକ୍ଷରୁ ଅଧିକ ଟୀକାକାରଣ ହୋଇଥିବା ବେଳେ ବର୍ତ୍ତମାନ ଏହା ହାରାହାରି ୧୬ ଲକ୍ଷ ୬୦ ହଜାରକୁ ଖସି ଆସିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟମାନଙ୍କ ପାଖରେ ୭୨ ଲକ୍ଷ ଟୀକା ରହିଥିବା ବେଳେ ଆଗାମୀ ତିନି ଦିନମଧ୍ୟରେ ୪୨ ଲକ୍ଷ ଡୋଜ ଯୋଗାଇ ଦିଆଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment