ବର୍ତ୍ତମାନ କ-ରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଲୋକେ ଆଉ କେତେବେଳେ ସଚେତନ ହେବେ ତାହା ନେଇ ସମସ୍ତଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସାରା ବିଶ୍ୱ କ-ରୋନା ସଂକ୍ରମଣ ରେ ଗତି କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକମାନେ କ-ରୋନା ଭାଇରସ ର ଭୟାଭହ କୁ ସ୍ୱୀକାର କରୁନାହାନ୍ତି l
କ-ରୋନା ଭାଇରସ ଏମିତି ଏକ ଭାଇରସ ଯାହା ପୁରା ତୀବ୍ର ବେଗରେ ବ୍ୟାପିପାରେ ଏବଂ ଏକ ରୁ ଅନେକ ଲୋକ ଏହା ମଧ୍ୟରେ ସଂକ୍ରମିତ ହୋଇପାରନ୍ତି l ବର୍ତ୍ତମାନ ଦ୍ୱିତୀୟ ଲହରୀ ଚାଲିଥିବା ବେଳେ କ-ରୋନା ଭାରତରେ ଭୟଙ୍କର ରୂପ ନେଲଣି କେବଳ ସଂସ୍ପର୍ଶରେ ଆସି ଅନେକ ଡାକ୍ତର ମୃ-ତ୍ୟୁ ବରଣ କଲେଣି ତ ଅନ୍ୟ କେଉଁଠି ଅନେକ ଲୋକ ମୃ-ତ୍ୟୁ ବରଣ କଲେଣି l
କ-ରୋନା ରେ ମୃ-ତ୍ୟୁ ହେବାପରେ ଶେଷ ଦର୍ଶନ ମଧ୍ୟ ସମ୍ଭବ ନୁହେଁ l ଯାହାକି ଆହୁରି ଦୁଃଖ ଦାୟକ କଥା l ଏସବୁ ମଣିଷ ଜାଣି ବି ଭୁଲ କରିବସୁଛନ୍ତି l ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ହଳଦୀପଡା ଫାଣ୍ଡି ଓଡ଼ଙ୍ଗୀ ପଂଚାୟତ ର ହିଞ୍ଜିଳି ଗାଁ ଠାରେ ଏକ ଏକା ଦଶାହ ଭୋଜି ରେ 500 ଲୋକଙ୍କ ଖାଦ୍ୟ ଆୟୋଜନ ଦେଖି ଜବତ କରିଥିଲେ ତହସିଲଦାର l
ଗାଁ ର ହୀରାମଣି ରାଉତ ଙ୍କର ମୃ-ତ୍ୟୁ ହେବାପରେ ଏକା ଦଶାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ 500 ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟ ହୋଇଥିବା ସୂଚନା ପାଇ ତହସିଲଦାର ଅନାମିକା ସିଂ ସେଠାରେ ଉପସ୍ଥିତ ହୋଇଥିଲେ ଏବଂ ସମସ୍ତଙ୍କୁ ତାଗିତ କରିଥିଲେ ଏବଂ ଖାଦ୍ୟ ଫୋପାଡ଼ିବାକୁ ଯାଉଥିଲେ l ଏଥି ନିମନ୍ତେ ଗାଁ ଲୋକେ ଏବଂ ପରିବାର ବର୍ଗ ତାଙ୍କୁ ଠେଙ୍ଗା ରେ ଆକ୍ରମଣ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ l ବର୍ତ୍ତମାନ ଏହି ବିଷୟରେ ଏକ ମାମଲା ରୁଜୁ ହୋଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment