କେଶ ମୁଣ୍ଡର ସୁନ୍ଦରତା ବୋଲି କୁହାଯାଏ l ଲୋକମାନେ ବିଭିନ୍ନ ଉପାୟରେ କେଶ ବଢାଇବା ପାଇଁ ବିଭିନ୍ନ ପଦ୍ଧତି ରେ ଚେଷ୍ଟା କରନ୍ତି l ଲୋକମାନେ ଶୀଘ୍ର କେଶ ବଢାଇବା ପାଇଁ ଅନେକ ପ୍ରକାରର କେଶ ତେଲ ମଧ୍ୟ ବ୍ୟବହାର କରନ୍ତି l କିନ୍ତୁ କେତେକ ତ୍ରୁଟି କେଶକୁ ଲମ୍ୱା କରିବାକୁ ଚେଷ୍ଟା କରୁଥିବାବେଳେ ଅଜାଣତରେ କେଶ ଝଡିବାର ମଧ୍ୟ ଦେଖା ଯାଇଥାଏ l
ଏପରି ପରିସ୍ଥିତିରେ ଶୀଘ୍ର କେଶ ବୃଦ୍ଧି କରିବାର ଉପାୟ ବାଛିବା ଜରୁରୀ ଅଟେ l କେଶ ବୃଦ୍ଧି ପାଇଁ ଘରୋଇ ଉପଚାର ବିଷୟରେ ଆଜି ଜାଣିବା ଯାହା କେଶ ପାଇଁ ସୁରକ୍ଷିତ ଏବଂ ସହଜ l ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତ ଲାଭ ହେବ ଏବଂ କେଶ ବୃଦ୍ଧି ପାଇବ
ଆପଣଙ୍କୁ କିଛି ପରିମାଣ ରେ ଭୁସଙ୍ଗ ପତ୍ର ନେବାକୁ ପଡିବ l ଏହା ଆପଣଙ୍କୁ ସହଜରେ ମିଳିଯିବ l ଭୁସଙ୍ଗ ପତ୍ର ରେ କୌଣସି ସାଇଡ ଅଫେକ୍ଟ ନଥାଏ ଏବଂ ଏହା ଔଷଧୀୟ ଗଛ ଅଟେ l ଏହି ପତ୍ର ରେ ଆଜିର ଉପଚାର ଆମେ ତିଆରି କରିବା l
ସର୍ବ ପ୍ରଥମେ 15-20 ଭୁସଙ୍ଗ ପତ୍ର ଆଣି ଭଲରେ ସଫା କରିଦେଵା l ପରେ ଏହାକୁ ଅଳ୍ପ ପାଣିରେ ମିଶାଇ ବତିଦେବା l ଏହା ବାଟି ହୋଇ ସାରିଲେ ଏହାକୁ ଏକ ଛଣା ସହାର୍ଯ୍ୟରେ ଖଦଡ ଅଂଶ କୁ ବାହାର କରିଦେବ ଏବଂ ତରଳ ମିଶ୍ରଣ କୁ ଏକ ପାତ୍ର ରେ ରଖିବା l
ଏହି ମିଶ୍ରଣ ରେ ଏକ ଚାମଚ ଗ୍ଲୀସେରିନ ମିଶାଇ ଏହାକୁ ଭଲ ଭାବରେ ଫେଣ୍ଟିବା l ଏହା ଭଲ ଭାବରେ ମିଶି ସରିଲା ପରେ ଏହାକୁ ଆମେ କେଶରେ ଲଗାଇବା l ଏହାକୁ ଆପଣ ସମସ୍ତ ପ୍ରକାର କେଶ ରେ ଲଗାଇ ପାରିବେ l ଏମିତି 7 ଦିନ ଲଗାତାର ବ୍ୟବହାର ଦ୍ୱାରା ଆପଣ ନିଜେ ଆପଣଙ୍କ କେଶ ରେ ପରିବର୍ତନ ଲକ୍ଷ୍ୟ କରିପାରିବେ l ଏହା ଲଗାଇବା ଦ୍ୱାରା ଆପଣଙ୍କର କେଶ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବ l ଏହାକୁ ନିଶ୍ଚିତ ଥରେ ବ୍ୟବହାର କରି ଦେଖନ୍ତୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment