ବଡ଼ ଭବିଷ୍ୟବାଣୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜଣେ ମହିଳା,ଦେଖିଲେ ଆଶ୍ଚର୍ଯ୍ୟ ହେବେ
ଓଡ଼ିଶା ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଜଣେ ମହିଳା? ମାଳିକା କଲା ବଡ଼ ଖୁଲାସା! କିଛି ୱେବ ପୋର୍ଟାଲ ରେ ଏନେଇ ଖବର ଭାଇରଲ ହେଇଥିଲା ,କେହି କେହି ସେହି ମାଳିକା ବର୍ଣ୍ଣିତ କୁହାଯାଉଥିବା ମହିଳା ଜଣଙ୍କ ବିଜେପି ର ଅପରାଜିତା ଷଡ଼ଙ୍ଗୀ ବୋଲି ମଧ୍ୟ ଆଲୋଚନା କରିଥିଲେ ,କାହିଁକିନା ସମ୍ପ୍ରତି ରାଜନୀତି କୁ ଦେଖିଲେ ଅପରାଜିତା ହିଁ ଏକମାତ୍ର ଲୋକପ୍ରିୟ ତଥା ମୁଖ୍ୟମନ୍ତ୍ରୀ ଚେହେରା।କିଛିଦିନ ତଳେ ଆପଣମାନେ ପ୍ରାୟତ ଏକ ଭାଇରଲ ଭିଡିଓ ଦେଖିଥିବେ ଯେଉଁଥିରେ ଦାବି କରାଯାଇଥିଲା କି ଓଡ଼ିଶାର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହିଁ ହେବେ। ସତ୍ୟ ଭଞ୍ଜ ନାମରେ ଏକ ୟୁଟୁବ ଚ୍ୟାନେଲ ରେ ଏକ ଭିଡିଓରେ ଭାଇରଲ ହେଇଥିଲା ଯେଉଁଥିରେ କୁହାଯାଇଥିଲା କି ଇନ୍ଦ୍ର ଗୋବିନ୍ଦା ଜିତା ମାଳିକା ରେ ବର୍ଣ୍ଣନା ଅଛି ଭବିଷ୍ୟତ ର ଓଡିଶା ମୁଖ୍ୟମନ୍ତ୍ରୀ ହେବେ ଜଣେ ମହିଳା।
କିଛି ଏହାକୁ ମାଳିକା କଥା କହି ମଧ୍ୟ ହସରେ ଉଡେଇଦେଇଥିଲେ ,ତେବେ ଏପରି କ୍ଷେତ୍ରରେ ପୁଣିଥରେ ବିଜେଡି ର ବହିସ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ପ୍ରତିକ୍ରିୟା ଜୋର ଧରିଛି।ଗତକାଲି ପ୍ରଦୀପ କହିଛନ୍ତି କି ବିଜେଡି ତରଫରୁ ଭବିଷ୍ୟତ ରେ ଜଣେ ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଯୋଜନା କରାଯାଉଛି।ଯେହେତୁ ପ୍ରଦୀପ ମୁଖ୍ୟମନ୍ତ୍ରୀ ଙ୍କର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଏବଂ ଅତି ଅନ୍ତରଙ୍ଗ ଥିଲେ ତେଣୁ ଘଟଣାରେ ଯଥେଷ୍ଟ ଗୁରୁତ୍ୱ ଅଛି। ଏବେ ଚର୍ଚା ହେଉଛି କିଏ ସେ ମହିଳା ?ଯିଏ ବିଜେଡି ତରଫରୁ ହେବେ ମୁଖ୍ୟମନ୍ତ୍ରୀ ଚେହେରା ? ଏମିତିରେ ଦେଖିବାକୁ ଗଲେ ନବୀନ ଙ୍କ ଭଉଣୀ ଗୀତା ମେହେଟ୍ଟା ଙ୍କ ନାମ ସାମ୍ନା କୁ ଆସୁଛି।
ଯେହେତୁ ସେ ବିଜୁ ବାବୁ ଙ୍କ ଝିଅ ଏବଂ ନବୀନ କୌଣସି ବଡ କାମରେ ନିଷ୍ପତି ପୂର୍ବରୁ ଗୀତା ଙ୍କ ଠାରୁ ପରାମର୍ଶ ନିଅନ୍ତି ,କିନ୍ତୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି ତାଙ୍କ ପରିବାର ରୁ କେହି ବି ଆଗାମୀ ଦିନରେ ବିଜେଡି ରେ ଆସିବେନି। ତେବେ କିଏ ଏହି ମହିଳା ? କେହି କେହି ଓଡ଼ିଶାର ଜଣେ ଜଣାଶୁଣା ନାମ ତଥା ପରଦା ପଛରେ ଥିବା ଚେହେରା ଙ୍କ କଥା ଠଉରାଇ ସୋସିଆଲ ମିଡିଆରେ ଉଲ୍ଲେଖ କରୁଛନ୍ତି।ତେବେ କଣ ସତକୁ ସତ ମାଳିକା ବଚନ ସତ ହେବ ? ଓଡିଶା ଶାସନ ଭାର ଧରିବେ କି ଜଣେ ମହିଳା ? ଯଦି ଧରିବେ ସେ କିଏ ? ବିଜେପି ରୁ ନା ବିଜେଡି ରୁ ? ବିଜେଡି ରୁ ଯଦି ସେ କିଏ ?ଆପଣଙ୍କର ମତାମତ ଦେବାକୁ ଭୁଲିବେନି। ଅଧିକ ଖବର ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।
Be First to Comment