ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ ଜମାରୁ ବି କରନ୍ତୁ ନାହିଁ ଏହି ୫ ଭୁଲ୍ ,ନଚେତ ହୋଇଯିବ ସର୍ବନାଶ
ହିନ୍ଦୁ ଧର୍ମରେ ଭଗବାନଙ୍କୁ ପ୍ରାର୍ଥନା କରିବାର ଏକ ବିଶେଷ ମହତ୍ୱ ରହିଛି। କୁହାଯାଏ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ଭାବରେ ଭଗବାନଙ୍କ ପୂଜା ଏବଂ ପ୍ରର୍ଥନା କରିବା ଉଚିତ୍। ପ୍ରାର୍ଥନା ସମୟରେ ଭକ୍ତ ଭଗବାନଙ୍କୁ ଧ୍ୟାନ କରିଥାଏ। ଏବଂ ନିଜ ସୁଖ ଦୁଃଖ ଜଚ୍ଚାଇଥାଏ। ବିଶ୍ୱାସ ରହିଛି ଯେ ସତ ମନରେ ପ୍ରାର୍ଥନା କଲେ ସମସ୍ତ ମନସ୍କାମନା ପୁରା ହୋଇଥାଏ। କିନ୍ତୁ ପାର୍ଥନା କରିବା ସମୟରେ କିଛି ଖାସ୍ କଥା ପ୍ରତି ଧ୍ୟାନ ଦେବା ପାଇଁ ଶାସ୍ତ୍ରରେ କୁହାଯାଇଛି।
ହିନ୍ଦୁ ଧର୍ମରେ ଭଗବାନଙ୍କୁ ପ୍ରାର୍ଥନା କରିବାର ଏକ ବିଶେଷ ମହତ୍ୱ ରହିଛି। କୁହାଯାଏ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ଭାବରେ ଭଗବାନଙ୍କ ପୂଜା ଏବଂ ପ୍ରର୍ଥନା କରିବା ଉଚିତ୍। ପ୍ରାର୍ଥନା ସମୟରେ ଭକ୍ତ ଭଗବାନଙ୍କୁ ଧ୍ୟାନ କରିଥାଏ। ଏବଂ ନିଜ ସୁଖ ଦୁଃଖ ଜଚ୍ଚାଇଥାଏ। ବିଶ୍ୱାସ ରହିଛି ଯେ ସତ ମନରେ ପ୍ରାର୍ଥନା କଲେ ସମସ୍ତ ମନସ୍କାମନା ପୁରା ହୋଇଥାଏ। କିନ୍ତୁ ପାର୍ଥନା କରିବା ସମୟରେ କିଛି ଖାସ୍ କଥା ପ୍ରତି ଧ୍ୟାନ ଦେବା ପାଇଁ ଶାସ୍ତ୍ରରେ କୁହାଯାଇଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ୫ଟି ଭୁଲ୍ ବିଷୟରେ ଜଣାଇବୁ ଯାହା ପ୍ରାର୍ଥନା ସମୟରେ କଲେ ଶୁଭ ଫଳ ମିଳିନଥାଏ।
ଧ୍ୟାନ ଭଟକିବା :
ଶାସ୍ତ୍ରରେ କୁହାଯାଇଛି ପ୍ରାର୍ଥନା କରିବା ସମୟରେ ଭକ୍ତର ଧ୍ୟାନ ଭଗବାନଙ୍କ ନିକଟରେ ରହିବା ଉଚିତ୍। ଯଦି ପ୍ରର୍ଥନା ସମୟରେ ଧ୍ୟାନ ଇଶ୍ୱରଙ୍କ ପାଖରେ ନରଖି ଅନ୍ୟ କଥା ଚିନ୍ତା କରୁଛନ୍ତି ତେବେ କୌଣସି ଲାଭ ନଥାଏ।
ଲୋଭ କରିବା :
ଭଗବାନଙ୍କ ପ୍ରାର୍ଥନା କରିବା ସମୟରେ ମନରେ କୌଣସି ଲୋଭ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେଉଁ ଲୋକ ଲୋଭରେ ଭଗବାନଙ୍କୁ ମନେ ପକାନ୍ତି , ଭଗବାନ ସେମାନଙ୍କ ଉପରେ କେବେ ପ୍ରସନ୍ନ ହୋଇନଥାନ୍ତି। ଆଉ ଏମିତି ପ୍ରାର୍ଥନା ବେକାର ଯାଇଥାଏ।
ମନ୍ତ୍ର ଜାପ ନକରିବା :
ଶାସ୍ତ୍ର ଅନୁସାରେ ପ୍ରାର୍ଥନା ସମୟରେ ମନ୍ତ୍ର ଜାପ କରିବା ନିହାତି ଜରୁରୀ। କୁହାଯାଏ ମନ୍ତ୍ର ଜାପ ନକରି ପ୍ରାର୍ଥନା କଲେ ଉଚିତ୍ ଫଳ ମିଳିନଥାଏ।
ସର୍ବଦା ମାଗିବା :
କିଛି ଲୋକଙ୍କର ଅଭ୍ୟାସ ଅଛି ପ୍ରାର୍ଥନା କରିବା ସମୟରେ କିଛି ନା କିଛି ମାଗିଥାନ୍ତି। ଏହା ଏକ ଭୁଲ୍ ଏବଂ ଖରାପ ଅଭ୍ୟାସ। କୁହାଯାଏ ଏଥିରେ ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣିନଥାନ୍ତି।
ଦୁଃଖବେଳେ ହିଁ ଭଗବାନଙ୍କୁ ଡାକିବା :
ଦେଖାଯାଇଛି କିଛି ଲୋକ ଦୁଃଖ ଆସିଲେ ହିଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। କୁହାଯାଏ ଭଗବାନ ସେହିମାନଙ୍କ ପ୍ରାର୍ଥନା ଶୁଣନ୍ତି ଯେଉଁମାନେ ସୁଖରେ ତାଙ୍କୁ ମନେ ପକାନ୍ତି।
Be First to Comment