ଘରେ କେହି ନଥିବା ବେଳେ ନିଜର ପୁରୁଷବନ୍ଧୁକୁ ଡ଼ାକିଲେ ଯୁବତୀ, ତାପରେ ଯାହା ଘଟିଲା ତାକୁ ଦେଖି ସମସ୍ତଙ୍କ ହୋସ୍ ଉଡିଗଲା
ବିବାହ ପାଇଁ ସରିଥିଲା ଯୋଜନା। ହୋଲି ପରେ ହୋଇଥାନ୍ତା ବିବାହ। ଛୁଟି ନେଇ ମାଆ-ବାପା ଯାଇଥିଲେ ଗାଁକୁ। ହେଲେ ଏମିତି କିଛି ଘଟଣା ଘଟିଲା ..ସରିଗଲା ସବୁଖେଳ। ଶିବପାଲ ସିଂ ସୀମାପୁରର ଗାଁର ମୂଳବାସିନ୍ଦା ହେଲେ ବି ଦିଲ୍ଲୀରେ ଚାକିରି କରି ପରିବାର ସହ ରହୁଥିଲେ। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲା। ଝିଅ ଦୁଇଜଣଂକୁ ଛାଡ଼ି ସେ ଗାଁ ସୀମାପୁର ହୋଲି ପାଇଁ ବୁଲିବାକୁ ଯାଇଥିଲେ। ସାନଝିଅ ବି ହୋଲି ମନାଇବାକୁ ଅନ୍ୟଜଣେ ସାଙ୍ଗ ଘରକୁ ଯାଇଥିଲା।
ବଡ଼ଝିଅ ଶିବାନୀ ସହିତ ଘରପାଖରେ ରହୁଥିବା ବାଦାମ ସିଂ ନାମକ ଜଣେ ଯୁବକ ସହ ବିବାହ ସ୍ଥିର ହୋଇଥିଲା। ହୋଲି ପରେ ବିବାହ ଆୟୋଜନ ହେବାକଥା ମଧ୍ୟ ତାରିଖ ସ୍ଥିର କରାଯାଇଥିଲା। ଘରେ କେହି ନଥିବାରୁ ବାଦାମ ସିଂକୁ ଶୀବାନୀ ଘରକୁ ଡ଼ାକିଥିଲା। ରାତିସାରା ସେମାନେ ସାଥିହୋଇ ରହିଥିଲେ। ସକାଳେ ବାଦାମ ସିଂ ଶିବାନୀଙ୍କ ଘରୁ ଚାଲିଯାଇଥିଲେ।
କିଛି ସମୟରେ ପରେ ଶୀବାନୀର ସାନଭଉଣୀ ଆସି ଘରେ ପହଂଚିଥିଲା। ଘରେ ପହଂଚି ଶୀବାନୀ ଫ୍ୟାନରେ ଫାଶିଦେଇଥିବା ଦେଖିଥିଲା। ବଡ଼ ଭଉଣୀ ଶୀବାନୀ ଫାଶୀ ଦେଇଥିବା ଦେଖି ସାନ ଭଉଣୀର ମୁଣ୍ଡ କିଛି କାମ କରି ନଥିଲା। ପରିବାର ଲୋକ ସାନଝିଅଠାରୁ ଏହି ଖବର ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିଦିନ ସୀମାପୁରରୁ ଦି୍ଲ୍ଲୀ ପଳାଇ ଆସିଥିଲେ ପରିବାରଲୋକ। ପୋଲିସ ଶବକୁ ଜବତ କରି ଏହି ଘଟଣାର ଅଧିକ ତଦନ୍ତ କରୁଛି। ଶୀବାନୀ ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯାଇଛି ତଦନ୍ତ କରୁଛି ପୋଲିସ।
Be First to Comment